ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି: ୧୧ଟି ଶ୍ରେଣୀ ପ୍ରକୋଷ୍ଠରେ ୪୨୯ ପିଲା, ୬ଜଣ ଶିକ୍ଷକ

Advertisment

ମୟୂରଭଂଜ ଜିଲ୍ଲା ବିଜାତଳା ବ୍ଳକ୍ ସରଗଡାସ୍ଥ ପୂର୍ଣ୍ଣେଶ୍ଵର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ପାଇଁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଉକ୍ତ ସ୍କୁଲରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ମଧ୍ୟ ଚାଲୁଛିl

ମୟୂରଭଂଜ ଜିଲ୍ଲା ବିଜାତଳା ବ୍ଳକ୍ ସରଗଡାସ୍ଥ ପୂର୍ଣ୍ଣେଶ୍ଵର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ପାଇଁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଉକ୍ତ ସ୍କୁଲରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ମଧ୍ୟ ଚାଲୁଛିl

IMG-20250731-WA0347

ବାମନଘାଟି/ବିଜାତଳା: ମୟୂରଭଂଜ ଜିଲ୍ଲା ବିଜାତଳା ବ୍ଳକ୍ ସରଗଡାସ୍ଥ ପୂର୍ଣ୍ଣେଶ୍ଵର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ପାଇଁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଉକ୍ତ ସ୍କୁଲରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ମଧ୍ୟ ଚାଲୁଛିl ଏବେ ୪୨୯ପିଲା ଥିବା ଏହି ସ୍କୁଲରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀକୁ ମିଶାଇ ମୋଟ ୬ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତିl 

IMG-20250731-WA0456

ଅବଶ୍ୟ ନୃତ୍ୟ, କ୍ରୀଡା ସମେତ ଆଉ ଜଣେ ଦୃଷ୍ଟି ଶକ୍ତି ରହିତ ଶିକ୍ଷକ ବି ଅଛନ୍ତି l କିନ୍ତୁ ଶିକ୍ଷାଦାନ ଭାର ପ୍ରାୟ ୫ଜଣଙ୍କ ଉପରେ ହିଁ ନ୍ୟସ୍ତ ଅଛି l ୧୧ଟି ଶ୍ରେଣୀ ପାଇଁ ଏତେ କମ ସଂଖ୍ୟକ ଶିକ୍ଷକ ପାଇଁ ଶିକ୍ଷାଦାନ ପ୍ରକ୍ରିୟା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଶ୍ରେଣୀୱାରୀ ଶିକ୍ଷକ ନିଯୁକ୍ତି ନହେଲେ ପାଠ ପଢା ବ୍ୟବସ୍ଥାରେ ଉନ୍ନତି ଆସିବା ସମ୍ଭାବନା ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛିl

ଏନେଇ ଗତ ବୁଧବାର ଆୟୋଜିତ ପିତା ମାତା ତଥା ଅଭିଭାବକ, ଅଭିଭାବିକା ବୈଠକରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା l ସେମାନେ ଶିକ୍ଷକ ପଦ ପୂରଣ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲୋମ୍ବନ କରାଯିବ ବୋଲି ଦୃଢତାର ସହିତ ମତ ପୋଷଣ କରିଥିଲେ।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe