ଏସ୍‌ଜେଏଫ୍ଆଇ କର୍ମକର୍ତ୍ତା ନିର୍ବାଚନ: ଓଡ଼ିଶାରୁ ସୁରେଶ ସଭାପତି, ସନ୍ଦୀପ ସଦସ୍ୟ ନିର୍ବାଚିତ

ସ୍ପୋର୍ଟ୍ସ ଜର୍ଣ୍ଣାଲିଷ୍ଟସ୍‌ ‌ଫେଡେରେସନ୍‌ ଅଫ୍ ଇଣ୍ଡିଆର ଦ୍ବିବାର୍ଷିକ କର୍ମକର୍ତ୍ତା ନିର୍ବାଚନ ଭୁବନେଶ୍ବରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ଓଡ଼ିଶାରୁ ସୁରେଶ ସଭାପତି ଓ ସନ୍ଦୀପ ସଦସ୍ୟ ନିର୍ବାଚିତ ହୋଇଛନ୍ତି।

sjfi

ଭୁବନେଶ୍ବର: ସ୍ପୋର୍ଟ୍ସ ଜର୍ଣ୍ଣାଲିଷ୍ଟସ୍‌ ‌ଫେଡେରେସନ୍‌ ଅଫ୍ ଇଣ୍ଡିଆ (ଏସ୍‌ଜେଏଫ୍ଆଇ)ର ଦ୍ବିବାର୍ଷିକ କର୍ମକର୍ତ୍ତା ନିର୍ବାଚନ ଭୁବନେଶ୍ବରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ତ୍ରିପୁରାର ସରଜୁ ଚକ୍ରବର୍ତ୍ତୀ ସଭାପତି ଓ ତେଲେଙ୍ଗାନାର ଭି. ରମେଶ ସମ୍ପାଦକ ଭାବେ ଆସନ୍ତା ୨ ବର୍ଷ ଲାଗି ନିର୍ବାଚିତ ହୋଇଛନ୍ତି।

56d424a4-853b-44a8-9a54-8a8910421dc0

୪ଟି ଉପସଭାପତି ପଦ ଲାଗି ହୋଇଥିବା ନିର୍ବାଚନରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ସମ୍ପାଦକ ସୁରେଶ ସ୍ବାଇଁ ରେକର୍ଡ ୧୨ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।ଏସ୍‌ଜେଏଫ୍ଆଇ ଇତିହାସରେ ଏତେ ସଂଖ୍ୟକ ଭୋଟ ପୂର୍ବରୁ କେହି ପାଇ ନ ଥିଲେ। ନାଗପୁରର ନରେଶ ଶେଲକେ, ଦିଲ୍ଲୀର ସାବି ହୁସେନ ଓ ତାମିଲନାଡୁର ଏସ୍ ଦୀପକ ରାଘବ ଅନ୍ୟ ୩ଜଣ ଉପସଭାପତି ହୋଇଛନ୍ତି।

d436cc2b-b826-488b-b689-bf93e8d58659

ସମ୍ପାଦକ ରମେଶ, ଯୁଗ୍ମ ସମ୍ପାଦକ ଆସାମର ପାର୍ଥ ଚକ୍ରବର୍ତ୍ତୀ ଓ କୋଷାଧ୍ୟକ୍ଷ ମୁମ୍ବାଇର ସଞ୍ଜୟ ଘରପୁରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ୭ ଜଣିଆ କାର୍ଯ୍ୟକାରୀ କମିଟିକୁ ଓସ୍ଜା ସଭାପତି ସନ୍ଦୀପ ମିଶ୍ର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଓସ୍ଜା ଆନୁକୂଲ୍ୟରେ ଗତକାଲି ସ୍ପୋର୍ଟ୍ସ କନକ୍ଲେଭ୍ ଆୟୋଜିତ ହୋଇଥିଲାବେଳେ ଆଜି ନିର୍ବାଚିତ କର୍ମକର୍ତ୍ତାଙ୍କୁ କିଟ୍ ୟୁନିଭର୍ସିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ବିଜୟୀ କର୍ମକର୍ତ୍ତାଙ୍କୁ ଓସ୍‌ଜା ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

Sports

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe