ରେକର୍ଡ ଭାଙ୍ଗିଲା ‘ସ୍କାଏ ଫୋର୍ସ’, ୩ଦିନରେ କେତେ ରୋଜଗାର କଲା ଏହି ଫିଲ୍ମ?

ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ବୀର ପହରୀୟାଙ୍କ ଫିଲ୍ମ 'ସ୍କାଏ ଫୋର୍ସ' ରିଲିଜ କରିଛି। ଜାନୁଆରି ୨୪ରେ ଏହି ସିନେମା ହଲରେ ମୁକ୍ତିଲାଭ କରିଛି। ଦୀର୍ଘ ସମୟ ପରେ ଅକ୍ଷୟ କୁମାରଙ୍କ ଏହି ଚଳଚ୍ଚିତ୍ର ସିନେମା ହଲରେ ମୁକ୍ତିଲାଭ କରିଛି।

Sky Force

Sky Force Photograph: (sambad.in)

ମୁମ୍ବାଇ: ଗଣତନ୍ତ୍ର ଦିବସର ଦୁଇ ଦିନ ପୂର୍ବରୁ ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ବୀର ପହରୀୟାଙ୍କ ଫିଲ୍ମ 'ସ୍କାଏ ଫୋର୍ସ' ରିଲିଜ କରିଛି। ଜାନୁଆରି ୨୪ରେ ଏହି ସିନେମା ହଲରେ ମୁକ୍ତିଲାଭ କରିଛି। ଦୀର୍ଘ ସମୟ ପରେ ଅକ୍ଷୟ କୁମାରଙ୍କ ଏହି ଚଳଚ୍ଚିତ୍ର ସିନେମା ହଲରେ ମୁକ୍ତିଲାଭ କରିଛି ​​ଯାହା ବକ୍ସ ଅଫିସରେ ଭଲ ରୋଜଗାର କରୁଛି। ମିଶନ୍ ମଙ୍ଗଲ ଏବଂ ସୂର୍ଯ୍ୟବଂଶୀ ଭଳି ହିଟ୍ ଫିଲ୍ମ ପରେ ଏହି ଫିଲ୍ମ ମଧ୍ୟ ଅକ୍ଷୟ କୁମାରଙ୍କ ସର୍ବାଧିକ ଚଳଚ୍ଚିତ୍ରର ଶ୍ରେଷ୍ଠ ୧୦ ତାଲିକାରେ ସ୍ଥାନ ପାଇଛି।  'ସ୍କାଏ ଫୋର୍ସ' ମୁକ୍ତିଲାଭ ହେବାର ତୃତୀୟ ଦିନରେ ରବିବାର ଭଲ ରୋଜଗାର କରିଛି। 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଫିଲ୍ମଟି ପ୍ରଥମ ଦିନରେ ୧୫.୩୦କୋଟିର ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ୨୬.୩୦  କୋଟି ଟଙ୍କା ସଂଗ୍ରହ କରିଥିଲା। ଏବେ ତୃତୀୟ ଦିନରେ ୧୭.୭୮ କୋଟି ଟଙ୍କା ଆୟ କରିଛି। ଏହି ଫିଲ୍ମ ତିନି ଦିନରେ ମୋଟ ୫୯.୩୮ କୋଟି ଟଙ୍କା ସଂଗ୍ରହ କରିପାରିଛି।  

କଙ୍ଗନା ରାନାୱତଙ୍କ  'ଏମରଜେନ୍ସି' ଠାରୁ ଅମନ ଦେବଗନ ଓ ରାଶା ଥାଡାନୀଙ୍କ 'ଆଜାଦ' ପର୍ଯ୍ୟନ୍ତ କୌଣସି ଚଳଚ୍ଚିତ୍ର ଭଲ ପ୍ରଦର୍ଶନ କରିନଥିଲା। ଉଭୟ ଚଳଚ୍ଚିତ୍ର ୧୭ ଜାନୁଆରିରେ ମୁକ୍ତିଲାଭ କରିଥିଲା। କଙ୍ଗନାଙ୍କ ଫିଲ୍ମ ଏପର୍ଯ୍ୟନ୍ତ ୧୭  କୋଟି ଟଙ୍କା ଆୟ କରିଥିବାବେଳେ 'ଆଜାଦ' ଚଳଚ୍ଚିତ୍ର ମାତ୍ର ୭ କୋଟି ଟଙ୍କାରେ ଅଟକିଛି। ଏଭଳି ପରିସ୍ଥିତିରେ 'ସ୍କାଏ ଫୋର୍ସ' ମାତ୍ର ୩ ଦିନ ମଧ୍ୟରେ ୫୦ କୋଟି ଟଙ୍କା ଅତିକ୍ରମ କରି ଚଳିତ ବର୍ଷର ପ୍ରଥମ ବଲିଉଡ ହିଟ୍ ଫିଲ୍ମ ହେବାକୁ ଯାଉଛି। 

ଅଭିଷେକ ଅନିଲ କପୁର ଏବଂ ସନ୍ଦୀପ କେୱାଲାନୀଙ୍କ ନିର୍ଦ୍ଦେଶରେ ନିର୍ମିତ 'ସ୍କାଏ ଫୋର୍ସ'ର ବଜେଟ୍ ପ୍ରାୟ ୧୬୦ କୋଟି ଟଙ୍କା ରହିଛି। ଅକ୍ଷୟ କୁମାର ଏବଂ ବୀର ପହରୀୟା ବ୍ୟତୀତ ସାରାଅଲି ଖାନ ଏବଂ ଡାଏନା ପେଣ୍ଟି ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe