ମହାନଦୀରେ ଛୋଟ ଧରଣର ବନ୍ୟା

ମହାନଦୀରେ ଛୋଟ ଧରଣର ବନ୍ୟା। ମହାନଦୀ ଉପରମୁଣ୍ଡରେ ବର୍ଷା ହେବା ଯୋଗୁଁ ଅଧିକ ଜଳ ପଶିଛି। ଆଜି ଏଭଳି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ।

mahanadi

ଭୁବନେଶ୍ବର: ମହାନଦୀରେ ଛୋଟ ଧରଣର ବନ୍ୟା। ମହାନଦୀ ଉପରମୁଣ୍ଡରେ ବର୍ଷା ହେବା ଯୋଗୁଁ ଅଧିକ ଜଳ ପଶିଛି। ୨୪ଟି ଗେଟରେ ଜଳ ନିଷ୍କାସନ ହେଉଥିଲା। ଏବେ ହୀରାକୁଦରେ ଜଳସ୍ତର ୬୨୬.୩୫ ଫୁଟ ରହିଛି। ଏବେ ୩.୮୫ ଲକ୍ଷ କ୍ୟୁସେକ ଜଳ ପଶୁଥିବାବେଳେ ୪.୨୪ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଉଛି। ଜଳ କମୁଥିବାରୁ ଆଉ ଚାରି ଗେଟ ବନ୍ଦ ହେଲା। ଆଜି ଏଭଳି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ।

ଆସନ୍ତାକାଲି ସନ୍ଧ୍ୟା ୬ ଟାରେ ୫.୫୦ ଲକ୍ଷ କ୍ୟୁସେକ ବନ୍ୟା ଜଳ ମୁଣ୍ଡଳୀକୁ ଆସିବ। ଛୋଟ ଧରଣର ବନ୍ୟା ମୁଣ୍ଡଳୀକୁ ଆସିବ। ପରବର୍ତ୍ତୀ ସମୟରେ ଏହା କମିବ, ହେଲେ ବଢିବ ନାହିଁ। ତେଣୁ ବିପଦ ଆସିବ ନାହିଁ। ତେଲ ନଦୀରେ ବି  ବର୍ଷା ନାହିଁ। ରେଙ୍ଗାଲିର ଦୁଇଟି ଗେଟ ଦେଇ ବ୍ରାହ୍ମଣୀ ଜଳ ନିଷ୍କାସନ ହେଉଛି। ଜଳ ପ୍ରବେଶ କମୁଥିବାରୁ ରେଙ୍ଗାଲିର ଗୋଟେ ଗେଟ ବନ୍ଦ ହେବ। କୌଣସି ନଦୀରେ ବନ୍ୟା ନାହିଁ। କେବଳ ଜଳକା ବିପଦ ସଂକେତ ଉପରେ ଅଛି। ଆଉ ଘଣ୍ଟେରେ ଏହା ବିପଦମୁକ୍ତ ହୋଇଯିବ। କାରଣ ଜଳସ୍ତର କମୁଛି। ଗତକାଲି ବିଶେଷ ବର୍ଷା କେଉଁଠି ବି ହୋଇନି। କେବଳ ୧୦ ଟି ବ୍ଲକରେ ୫୦ ମିମି ବର୍ଷା ହୋଇଛି. କୌଣସି ବ୍ଲକରେ ୧୦୦ ମିମି ବର୍ଷା ହୋଇନି। ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ବର୍ଷା ନାହିଁ।

ସେ ଆହୁରି କହିଛନ୍ତି, ଆସନ୍ତାକାଲି ସନ୍ଧ୍ୟା ୬ ଟାରେ ୫.୫୦ ଲକ୍ଷ କ୍ୟୁସେକ ବନ୍ୟା ଜଳ ମୁଣ୍ଡଳୀକୁ ଆସିବ। ଛୋଟ ଧରଣର ବନ୍ୟା ମୁଣ୍ଡଳୀକୁ ଆସିବ। ପରବର୍ତ୍ତୀ ସମୟରେ ଏହା କମିବ, ହେଲେ ବଢିବ ନାହିଁ। ତେଣୁ ବିପଦ ଆସିବ ନାହିଁ। ତେଲ ନଦୀରେ ବି  ବର୍ଷା ନାହିଁ। ରେଙ୍ଗାଲିର ଦୁଇଟି ଗେଟ ଦେଇ ବ୍ରାହ୍ମଣୀ ଜଳ ନିଷ୍କାସନ ହେଉଛି। ଜଳ ପ୍ରବେଶ କମୁଥିବାରୁ ରେଙ୍ଗାଲିର ଗୋଟେ ଗେଟ ବନ୍ଦ ହେବ। କୌଣସି ନଦୀରେ ବନ୍ୟା ନାହିଁ। କେବଳ ଜଳକା ବିପଦ ସଂକେତ ଉପରେ ଅଛି। ଆଉ ଘଣ୍ଟେରେ ଏହା ବିପଦମୁକ୍ତ ହୋଇଯିବ। କାରଣ ଜଳସ୍ତର କମୁଛି। ଗତକାଲି ବିଶେଷ ବର୍ଷା କେଉଁଠି ବି ହୋଇନି। କେବଳ ୧୦ ଟି ବ୍ଲକରେ ୫୦ ମିମି ବର୍ଷା ହୋଇଛି. କୌଣସି ବ୍ଲକରେ ୧୦୦ ମିମି ବର୍ଷା ହୋଇନି। ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ବର୍ଷା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe