ଆଖଡ଼ାଶାଳରେ ଅଭିନେତାଙ୍କ ହାତରେ ଜୀଅନ୍ତା ସାପ, ବନ ବିଭାଗର ଚଢ଼ଉ

ପୁଣି ଏକ ବିବାଦ ଘେରକୁ ଆସିଛି ତୁଳସୀ ଗଣନାଟ୍ୟ। ଜଣେ ଅଭିନେତା ଏକ ଜୀଅନ୍ତା ସାପକୁ ହାତରେ ଗୁଡ଼ାଇ ଆଖଡାଶାଳରେ ଅଭିନୟ କରୁଥିବାର ଏକ ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

7e9ac976-803b-4781-a15d-2aca96ec1e9e

ଚଣ୍ଡିଖୋଲ: ପୁଣି ଏକ ବିବାଦ ଘେରକୁ ଆସିଛି ତୁଳସୀ ଗଣନାଟ୍ୟ। ଜଣେ ଅଭିନେତା ଏକ ଜୀଅନ୍ତା ସାପକୁ ହାତରେ ଗୁଡ଼ାଇ ଆଖଡାଶାଳରେ ଅଭିନୟ କରୁଥିବାର ଏକ ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ବନ୍ୟ ପ୍ରାଣୀ ସରକ୍ଷଣ ଆଇନକୁ ଉଲଂଘନ କରୁଥିବାରୁ କଟକ ବନଖଣ୍ଡ ଅଧିକାରୀ ଏହାର ତଦନ୍ତ ପାଇଁ ବୈରୀ ବନାଞ୍ଚଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ନିର୍ଦ୍ଦେଶ ପାଇ ବିଭାଗୀୟ ଅଧିକାରୀମାନେ ଆଜି ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବିକ୍ରମତିରଣ ଗ୍ରାମ ସ୍ଥିତ ତୁଳସୀ ଗଣନାଟ୍ୟର ଆଖଡାଶାଳକୁ ଯାଇ ଚଢ଼ାଉ କରିଥିଲେ। ତେବେ ଅଧିକାରୀଙ୍କର ଏହି ଚଢ଼ାଉ ସମୟରେ ଆଖଡ଼ାଶାଳରେ କେହି ନଥିଲେ। ପରେ ଅଧିକାରୀମାନେ ଯାତ୍ରା ମାଲିକଙ୍କୁ ଏକ ନୋଟିସ ଜାରି କରି ଆସନ୍ତାକାଲି ଜୀଅନ୍ତା ସାପ ସହିତ ଯାତ୍ରା ମାଲିକ ବୈରୀ ବନାଞ୍ଚଳ ଅଧିକାରୀଙ୍କ ପାଖରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।

Jajpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe