ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

Advertisment

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଶ୍ରୀ ଜଗନ୍ନାଥ ଠାକୁରଙ୍କ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ସକାଳ ନୀତିକ୍ରାନ୍ତି ପରେ ୯ଟା ୩୦ ବେଳେ ଧାଡ଼ି ପହଣ୍ଡି କରାଯାଇ ସ୍ନାନମଣ୍ଡପରେ ତିନି ଠାକୁର ବିଜେ ହୋଇଥିଲେ।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଶ୍ରୀ ଜଗନ୍ନାଥ ଠାକୁରଙ୍କ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ସକାଳ ନୀତିକ୍ରାନ୍ତି ପରେ ୯ଟା ୩୦ ବେଳେ ଧାଡ଼ି ପହଣ୍ଡି କରାଯାଇ ସ୍ନାନମଣ୍ଡପରେ ତିନି ଠାକୁର ବିଜେ ହୋଇଥିଲେ।

Rairangpur Jagannath temple

Rairangpur Jagannath temple Photograph: (sambad.in)

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଶ୍ରୀ ଜଗନ୍ନାଥ ଠାକୁରଙ୍କ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ସକାଳ ନୀତିକ୍ରାନ୍ତି ପରେ ୯ଟା ୩୦ ବେଳେ ଧାଡ଼ି ପହଣ୍ଡି କରାଯାଇ ସ୍ନାନମଣ୍ଡପରେ ତିନି ଠାକୁର ବିଜେ ହୋଇଥିଲେ। ସର୍ବପ୍ରଥମେ ତିନିଠାକୁର ବିଧିମୁତାବକ ପୂଜା, କର୍ମକାଣ୍ଡ ଓ ହୋମ ହୋଇଥିଲା। ଦେବ ମୁହୁର୍ତ୍ତରେ ମା ଗଙ୍ଗା ଦେବୀଙ୍କ ଆଗମନ ସଙ୍ଗେସଙ୍ଗେ ଦେବସ୍ନାନ ନୀତି ପାଳନ ଅନୁଷ୍ଠିତ ହୋଇଥିଲା।

ଅପରାହ୍‌ଣ ୧୨ଟା ୩୦ ମିନିଟରେ ତିନିଠାକୁରଙ୍କର ସ୍ନାନ କରାଯାଇଥିଲା। ସ୍ନାନ ନୀତି ଓ ଅବକାଶ ନୀତି ପରେ ଦିନ ତମାମ ମହାପ୍ରଭୁମାନେ ସ୍ନାନମଣ୍ଡପରେ ରହି ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ସ୍ନାନ ମଣ୍ଡପରେ ମହାପ୍ରଭୁମାନଙ୍କର ଦୌନ୍ୟଦିନ ନୀତିକ୍ରାନ୍ତି ପାଳନ ହୋଇଥିଲା। ରାତ୍ର ୧୦ଟା ପରେ ମହାପ୍ରଭୁଙ୍କ ମହାପ୍ରଭୁଙ୍କ ନୀତିକ୍ରାନ୍ତି ପରେ ଅଣସର ବେଦୀକୁ ପହଣ୍ଡି ବିଜେ କାର୍ଯ୍ୟ ଆୟୋଜନ ହେବ ବୋଲି ରଥ କମିଟି ପକ୍ଷରୁ ସୂଚନା ମିଳିଛି।

ସନ୍ଧ୍ୟାରେ ଭକ୍ତମାନଙ୍କୁ ଶ୍ରୀ ଠାକୁର ଗଜାନନ ବେଶରେ ଦର୍ଶନ ଦେଇଥିଲେ।  ଅଧିବାସ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଶ୍ରୀ ଠାକୁର ଅଣସର ଘରେ ବନ୍ଦ ରହିବେ ଓ ସେଠାରେ ହିଁ ତାଙ୍କର ନୀତିକ୍ରାନ୍ତି ହେବ। ସ୍ନାନଯାତ୍ରା ପରେ ସଂନ୍ଧ୍ୟା ସମୟରେ ଗଜାନନ ବେଶ ଓ ଭଜନ ସଂନ୍ଧ୍ୟାକୁ ଦେଖିବାପାଇଁ ଭକ୍ତମାନଙ୍କର ନାହିଁ ନ ଥିବା ଭିଡ ଜମିଥିଲା। ମନ୍ଦିର କମିଟୀ ପକ୍ଷରୁ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା ହୋଇଥିଲା।

ସେହିପରି ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ରାଇରଙ୍ଗପୁର ପୁଲିସ ପ୍ରଶାସନ ତରଫରୁ ଶ୍ରୀ ମନ୍ଦିର ପରିସରରେ ମୁତୟନ ରହିଥିଲେ। ଏଥିରେ ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ପୂଜା କାର୍ଯ ତୁଲାଇ ଥିଲେ। ଏହି ସ୍ନାନପୂର୍ଣ୍ଣିମା ଅବସରରେ ବିପ୍ର ଫାଉଡେସନ ତରଫରୁ ସରବତ ବଣ୍ଟନ କରାଯାଇଥିଲା। ଏଥିରେ ରବି ଜଷି, ବଦ୍ରି ଶର୍ମା, କିଶନ ଶର୍ମା, ରାକେଶ ସ୍ବାମୀ ଓ ବବି ଚୌବେ ପ୍ରମୁଖ ସହଯୋଗ କରିଥିଲେ।

ଉକ୍ତ କାର୍ଯ୍ଯକ୍ରମରେ ରଥ ପରିଚାଳନା କମିଟି ସଭାପତି ତଥା ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ, ଅନ୍ୟତମ ଅତିଥି ଭାବେ ମାନ୍ଯବର ବିଧାୟକ ଜଲେନ ନାଏକ, ବିଜେପି ରାଜ୍ଯ ସମ୍ପାଦକ ତଥା ସମାଜସେବୀ ନବୀନ କୁମାର ରାମ, ଚିପ୍ ଡେଭେଲଫମେଣ୍ଟ ଅଫିସର (ପି.ଆର ଏବଂ ଡିଡ୍ବ୍ଲୁବିଭାଗ) ମୟୂରଭଞ୍ଜ ଧର୍ମାନନ୍ଦ ବେହେରା, ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ତଥା ଡାହୁକ କୁଷ୍ଣବିହାରୀ ମହାନ୍ତି ଓ ଅଭିଷେକ ମହାନ୍ତି, ମନୋଜ ଦାସ(ବାପି), ଶିବ ଅଗ୍ରୱାଲ, ସଂଜୟ ସାହୁ, ଅଶୋକ ମହାନ୍ତ, ବିକାଶ ମହାନ୍ତ,  ପ୍ରଦୀପ ରାଉତ, ଆଲୋକ ମହାନ୍ତ, ମନୋରଂଜନ ମହାନ୍ତି, ବିକି ଶର୍ମା, ରାଜ ଶର୍ମା, ଦିଲ୍ଲୀପ ମହାନ୍ତି, ନୀରଜ ପଣ୍ଡା, ସୁଶାନ୍ତ ପରୀକ୍ଷା, ବିରେନ୍ଦ୍ର ରାମ, ରମେଶ ପ୍ରସାଦ ରାମ, ଲଳିତ ଦାସ, କୌଶିକ କାଶ୍ଯପ ମହାନ୍ତି, ଅନନ୍ତ ଆଚାର୍ଯ୍ଯ, ସଚିନ୍ଦ୍ରନାଥ ବେହେରା ପ୍ରମୁଖଙ୍କ ସହ ମନ୍ଦିର କମିଟି, ରଥ କମିଟି ଓ ପରିଚାଳନା କମିଟିର ସମସ୍ତ ସଦସ୍ଯଗଣ ଯୋଗ ଦେଇଥିଲେ।

ଏଥିସହିତ ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ସୌମ୍ଯରଂଜନ ମହାପାତ୍ର, ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ତହସିଲଦାର ବିଶ୍ବନାଥ ବିଶ୍ବାଳ, ଏସଡିପିଓ ଗୋକୁଳାନନ୍ଦ ସାହୁଙ୍କ ପରିଚାଳନାରେ ଏହି ଭବ୍ଯ ସ୍ନାନପୂର୍ଣ୍ଣିମା ଉତ୍ସବ ସୁଚାରୁରୂପେ ସମ୍ପାଦନା କରିଥିଲେ।

Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe