ମାର୍ଚ୍ଚ ୩ରେ ପୋଲେରୁରେ ସ୍ନାନଯାତ୍ରା: ସରୁନି ବ୍ରିଜର ନିର୍ମାଣ କାମ

Advertisment

ବଡଯାତ୍ରା ଅବସରରେ ପୋଲେରୁ ଠାରେ ମାର୍ଚ୍ଚ ୩‌ରେ ସ୍ନାନଯାତ୍ରା ଆୟୋଜନ ହେବ। ନଦୀ ପାର କରି ଲକ୍ଷାଧିକ ଭକ୍ତ ପୋଲେରୁ ଯାତ୍ରା କରିବେ। ଜିଲ୍ଲା ପ୍ରଶାସନ ପ୍ରତିବର୍ଷ ନଦୀରେ ଜେଟି କିମ୍ବା ଡଂଗାର ବ୍ୟବସ୍ଥା କରୁଛନ୍ତି। ଯାହା ବିପଦପୂର୍ଣ୍ଣ ଅଟେ।

ବଡଯାତ୍ରା ଅବସରରେ ପୋଲେରୁ ଠାରେ ମାର୍ଚ୍ଚ ୩‌ରେ ସ୍ନାନଯାତ୍ରା ଆୟୋଜନ ହେବ। ନଦୀ ପାର କରି ଲକ୍ଷାଧିକ ଭକ୍ତ ପୋଲେରୁ ଯାତ୍ରା କରିବେ। ଜିଲ୍ଲା ପ୍ରଶାସନ ପ୍ରତିବର୍ଷ ନଦୀରେ ଜେଟି କିମ୍ବା ଡଂଗାର ବ୍ୟବସ୍ଥା କରୁଛନ୍ତି। ଯାହା ବିପଦପୂର୍ଣ୍ଣ ଅଟେ।

ମାଲକାନଗିରି: ବଡଯାତ୍ରା ଅବସରରେ ପୋଲେରୁ ଠାରେ ମାର୍ଚ୍ଚ ୩‌ରେ ସ୍ନାନଯାତ୍ରା ଆୟୋଜନ ହେବ। ନଦୀ ପାର କରି ଲକ୍ଷାଧିକ ଭକ୍ତ ପୋଲେରୁ ଯାତ୍ରା କରିବେ। ଜିଲ୍ଲା ପ୍ରଶାସନ ପ୍ରତିବର୍ଷ ନଦୀରେ ଜେଟି କିମ୍ବା ଡଂଗାର ବ୍ୟବସ୍ଥା କରୁଛନ୍ତି। ଯାହା ବିପଦପୂର୍ଣ୍ଣ ଅଟେ। କୌଣସି ମୂହର୍ତ୍ତରେ କିଛି ବି ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ତେବେ ବର୍ଷ ବର୍ଷ ଧରି ସିଲେରୁ ନଦୀ ଉପରେ ପୂର୍ତ୍ତ ବିଭାଗ ତରଫରୁ ବ୍ରିଜ କାମ ଚାଲିଛି ଯେ ଚାଲିଛି। ଏଥିରେ ବିଭାଗର ନିଘା ନାହିଁ କି ଜିଲ୍ଲା ପ୍ରଶାସନର କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ।

ମାଲକାନଗିରି ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ସେତୁ ମଧ୍ୟରୁ ପୋଲେରୁ ବ୍ରିଜ ଅନ୍ୟତମ। ଏହି ବ୍ରିଜର କାମ ଚାଲିଛି ଯେ ଚାଲିଛି,ସରିବାର ନାମ ନନେଉଥିବା ବେଳେ ଏବେ ବିପଦସଂକୁଳ ଅବସ୍ଥାରେ ଅଧପନ୍ତରିଆ ହୋଇ ପଡି ରହିଛି ସେତୁର ଛାତର ସେଣ୍ଟ୍ରିଂ। ସିଲେରୁ ନଦୀ ଉପରେ ପୋଲେରୁ ବ୍ରିଜ ନିର୍ମାଣ ହେଉଥିବା ବେଳେ ଏହାର ଅଟକଳ ୧୦ କୋଟି ୭୧ ଲକ୍ଷ ଟଂକା ରହିଛି। ବର୍ଷା ପୂର୍ବରୁ ତରବରିଆ ଭାବେ ମାଟି ପକାଇ ସେଣ୍ଟ୍ରିଂ କରିଥିବା ବେଳେ ବର୍ଷାରେ ଧୋଇ ନେଇଛି ଅଧା ସେଣ୍ଟ୍ରିଂ ସାମଗ୍ରୀ।

ଆଉ ବିପଦସଂକୁଳ ଅବସ୍ଥାରେ ରହିଛି ଏହି ପୋଲର ସେଣ୍ଟ୍ରିଂ। ଏହି ଛାତକୁ ସୁରକ୍ଷା ଦୃଷ୍ଟିରୁ ନା କୌଣସି ବେରିକେଟ କରାଯାଇଛି ନା ଫଳକ ଲଗାଯାଇଛି। ଖୋଲାମେଲା ଅବସ୍ଥାରେ ପଡି ରହିଛି ମାସ ମାସ ଧରି ସେଣ୍ଟ୍ରିଂ। ଏହି ସେତୁଟି ଓଡିଶା ଓ ଆନ୍ଧ୍ରକୁ ସଂଯୋଗ କରୁଥିବାରୁ ପ୍ରତ୍ୟେକ ଦିନ ନଦୀ କୂଳ ଦେଇ ଶହ ଶହ ଲୋକ ଡଂଗାରେ ପାରି ହୋଇଥାନ୍ତି। ଯଦି କୌଣସି ସମୟରେ ସେଣ୍ଟ୍ରିଂ ଭୁଷୁଡି ପଡେ ତେବେ କିଛି ବି ଅଘଟଣ ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। 

publive-image

ଏହି ସେତୁଟି ୨୦୨୦ରେ ଆରମ୍ଭ ହୋଇଥିବା ବେଳେ ହୋଇଥିବା ବେଳେ ସେତୁ ସରିବାର ଧାର୍ଯ୍ୟ ଅବଧୀ ରହିଥିଲା ମାର୍ଚ୍ଚ ୨୦୨୨। ଅବଧି ସରି ଅଢେଇ ବର୍ଷ ହେଲାଣି ଏ ପର୍ଯ୍ୟନ୍ତ ଗୋଟିଏ ବି ଛାତ ପଡି ପାରିନଥିବା ବେଳେ ଆସନ୍ତାକାଲି ସ୍ନାନଯାତ୍ରାରେ ଏହି ଜଳପଥ ଦେଇ ବଡ ଠାକୁର ଆନ୍ଧ୍ରରୁ ଆସୁଥିବା ବେଳେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବିପଦ ସଂକୂଳ ଅବସ୍ଥାରେ ନଦୀ ପାର ହୋଇ ଦର୍ଶନ ପାଇଁ ଯାଇଥାନ୍ତି। ଏହି ପୋଲ କେବେ ସରିବ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଥିବା ବେଳେ କାର୍ଯ୍ୟର ମନ୍ଥର ଗତି ଶ୍ରଦ୍ଧାଳୁଙ୍କୁ ନିରାଶ କରୁଛି। ଏହା ସହ ଏହି କାର୍ଯ୍ୟ ନିମ୍ନମାନର ବୋଲି ମଧ୍ୟ ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe