ଅର୍ଥ ହଡ଼ପ ମାମଲା: ୩ ପୂର୍ବତନ ମୃତ୍ତିକା ସଂରକ୍ଷଣ ସହାୟକଙ୍କୁ ୨ ବର୍ଷ ଜେଲ୍

ମିଥ୍ୟା ବିଲ୍ ଭାଉଚର୍ ପ୍ରସ୍ତୁତ କରି ଚାରାରୋପଣ ଅର୍ଥ ହଡ଼ପ ମାମଲାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଗୋପାଳପୁର ରେଞ୍ଜର ପୂର୍ବତନ ମୃତ୍ତିକା ସଂରକ୍ଷଣ ସହାୟକ କାମରାଜ ବେହେରା, ରସାନନ୍ଦ ଚୌଧୁରୀ ଓ ନରେନ୍ଦ୍ର କାଲୋଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

Court generic

ସୁନ୍ଦରଗଡ଼: ମିଥ୍ୟା ବିଲ୍ ଭାଉଚର୍ ପ୍ରସ୍ତୁତ କରି ଚାରାରୋପଣ ଅର୍ଥ ହଡ଼ପ ମାମଲାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଗୋପାଳପୁର ରେଞ୍ଜର ପୂର୍ବତନ ମୃତ୍ତିକା ସଂରକ୍ଷଣ ସହାୟକ କାମରାଜ ବେହେରା, ରସାନନ୍ଦ ଚୌଧୁରୀ ଓ ନରେନ୍ଦ୍ର କାଲୋଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନଙ୍କୁ ୨ ବର୍ଷ ଲେଖାଏଁ ଜେଲ୍ ଓ ୧୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦାୟରେ ଜେଲ୍ ଦଣ୍ଡ ଅଧିକ ୬ ମାସ ବୃଦ୍ଧି ହେବ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। 

ମାମଲାର ବିବରଣୀ ଅନୁସାରେ, ୨୦୦୨ରେ ହେମଗିର ବ୍ଲକ୍ ବାଙ୍ଗୁରକେଲାରେ ଚାରାରୋପଣ  ନାଁରେ ଗୋପାଳପୁର ରେଞ୍ଜରେ କାର୍ଯ୍ୟରତ ୩ ମୃତ୍ତିକା ସଂରକ୍ଷଣ ବିଭାଗ ସହାୟକ ମିଥ୍ୟା ବିଲ୍, ଭାଉଚର ଓ ମଷ୍ଟରରୁଲ୍ ପ୍ରସ୍ତୁତ କରି ସରକାରୀ ଅର୍ଥ ହଡ଼ପ କରିଥିବା ଜଣାପଡ଼ିଥିଲା।

୨୯.୬.୨୦୦୪ରେ ସୁନ୍ଦରଗଡ଼ ଭିଜିଲାନ୍ସ ନିରୀକ୍ଷକ ଆର.କେ. କାନୁନଗୋ  ଏକ ମାମଲା ରୁଜୁ କରିବା ସହ  ତଦନ୍ତ କରି ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ। ଏହା ପରେ କୋର୍ଟ ବିଚାର କରି  ୨୫ ତାରିଖ ଶନିବାର ଦଣ୍ଡାଦେଶ କରିଛନ୍ତି। ମାମଲାକୁ ସ୍ବତନ୍ତ୍ର ଭିଜିଲାନ୍ସ ପିପି ଶ୍ୟାମସୁନ୍ଦର ମିଶ୍ର ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe