ନକ୍ସଲ ଖବର ଆଣିବାକୁ ଯାଇଥିଲେ ଯବାନ, ମୃତଦେହ ଉଦ୍ଧାର

ଛତିଶଗଡ଼ର କୋଣ୍ଡାଗାଓ ଅଂଚଳରେ ଜଣେ ଯବାନ ନିଜ ଗାଁକୁ ନକ୍ସଲ ଗତିବିଧି ସଂପର୍କରେ ସୂଚନା ଆଣିବାକୁ ଯାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସଂପୃକ୍ତ ଯବାନଙ୍କର ମୃତଦେହ ଉଦ୍ଧାର କରାଯାଇଛି।

dead woman

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର କୋଣ୍ଡାଗାଓ ଅଂଚଳରେ ଜଣେ ଯବାନ ନିଜ ଗାଁକୁ ନକ୍ସଲ ଗତିବିଧି ସଂପର୍କରେ ସୂଚନା ଆଣିବାକୁ ଯାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସଂପୃକ୍ତ ଯବାନଙ୍କର ମୃତଦେହ ଉଦ୍ଧାର କରାଯାଇଛି।

ଘଟଣା ଅନୁଯାୟୀ କୋଣ୍ଡାଗାଓଁ ଜିଲ୍ଲାର ବରଦା ଗାଁର ହରିଲାଲ ନାଗ ନାମକ ଯବାନ ବସ୍ତର ଫାଇଟର୍ସରେ ନିଯୁକ୍ତି ପାଇଥିଲେ। ସେ ଧନୋରା ପୁଲିସ ଥାନାରେ ମୁତୟନ ଥିଲେ। ତେବେ ଗତ କିଛି ଦିନ ତଳେ ତାଂକୁ ନକ୍ସଲ ଗତିବିଧି ନେଇ ନିଜ ଗାଁକୁ ପଠାଯାଇଥିଲା। ସେ ନିଜ ପାଖରେ ରହିଥିବା ପିସ୍ତଲ ନେଇ ନିଜ ଗାଁ ବରଦାକୁ ଯାଇଥିଲେ।

ହରିଲାଲ ନାଗ ନାମକ ଯବାନ ବସ୍ତର ଫାଇଟର୍ସରେ ନିଯୁକ୍ତି ପାଇଥିଲେ। ସେ ଧନୋରା ପୁଲିସ ଥାନାରେ ମୁତୟନ ଥିଲେ। ତେବେ ଗତ କିଛି ଦିନ ତଳେ ତାଂକୁ ନକ୍ସଲ ଗତିବିଧି ନେଇ ନିଜ ଗାଁକୁ ପଠାଯାଇଥିଲା। ଆଜି ସକାଳେ ସେ ନିଜ ପିସ୍ତଲରୁ ହିଁ ନିଜ ମୁଣ୍ଡକୁ ଗୁଳି ଫୁଟାଇ ଜୀବନ ହାରିଥିଲେ।

ତେବେ ଆଜି ସକାଳେ ସେ ନିଜ ପିସ୍ତଲରୁ ହିଁ ନିଜ ମୁଣ୍ଡକୁ ଗୁଳି ଫୁଟାଇ ଜୀବନ ହାରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି ହୋଇଥିଲା। ଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଉରୁନ୍ଦବେଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପରେ ଫରସାଗାଓଁ ଏସଡିପିଓ ଅନିଳ  ବିଶ୍ବଶର୍ମା ଏବଂ କେଶକାଲ ଏସଡିପିଓ ଭୁପନ ସିଂ ମଧ୍ୟ ଘଟଣାସ୍ଳରେ ପହଞ୍ଚି ଘଟଣା ସଂପର୍କରେ ତଦନ୍ତ କରୁଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe