ବାପା ପେଟ୍ରୋଲ୍ ଢାଳି ପୋଡ଼ି ଦେବା ଘଟଣା: ବୋହୂ ପରେ ଆଖିବୁଜିଲେ ପୁଅ

ପୁଅ-ବୋହୂଙ୍କୁ ପେଟ୍ରୋଲ୍ ଢାଳି ବାପା ଜାଳିଦେବା ଘଟଣାରେ ବୋହୂ ପରେ ଏବେ ପୁଅ ବି ଆଖି ବୁଜିଛନ୍ତି। କଟକର ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ଦୀନବନ୍ଧୁଙ୍କର ପ୍ରାଣହାନି ଘଟିଛି। 

ଅସୁରକ୍ଷିତ ଏସ୍‌ସିବି ରେକର୍ଡ ରୁମ୍‌: ୪୦ ବର୍ଷ ହେଲା ଆଜବେଷ୍ଟସ ଘରେ ଗଦା ହେଉଛି ରେକର୍ଡ

ବାରଙ୍ଗ: ପୁଅ-ବୋହୂଙ୍କୁ ପେଟ୍ରୋଲ୍ ଢାଳି ବାପା ଜାଳିଦେବା ଘଟଣାରେ ବୋହୂ ପରେ ଏବେ ପୁଅ ବି ଆଖି ବୁଜିଛନ୍ତି। କଟକର ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ଦୀନବନ୍ଧୁଙ୍କର ପ୍ରାଣହାନି ଘଟିଛି। 

ଗତ ରବିବାର ଦିନ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂ ସସ୍ମିତା ରାଉତ ଶେଷନିଶ୍ବାସ ତ୍ୟାଗ କରିଥିଲେ। ଏଣେ ପୁଅ ମୃତ୍ୟୁ ସହ ସଂଘର୍ଷ କରୁଥିବା କୁହାଯାଉଥିଲା। ତେଣେ ଅଭିଯୁକ୍ତ ପିତା ବି ପୋଡ଼ି ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ସୂଚନାଯୋଗ୍ୟ, ଗତ ରବିବାର ଦିନ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂ ସସ୍ମିତା ରାଉତ ଶେଷନିଶ୍ବାସ ତ୍ୟାଗ କରିଥିଲେ। ଏଣେ ପୁଅ ମୃତ୍ୟୁ ସହ ସଂଘର୍ଷ କରୁଥିବା କୁହାଯାଉଥିଲା। ତେଣେ ଅଭିଯୁକ୍ତ ପିତା ବି ପୋଡ଼ି ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।
କଟକ ଜିଲ୍ଲା ଗୋଡ଼ିସାହି ପାଣ୍ଡି ଅଧୀନ ବାରଶିଙ୍ଗା ଗ୍ରାମରେ ପାରିବାରିକ କଳହ ଭୟଙ୍କର ରୂପ ନେଇଥିଲା। ପୁଅ-ବୋହୂଙ୍କୁ ବାପା ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଦମ୍ପତିଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ଡାକ୍ତରଖାନାର ଭର୍ତ୍ତି କରାଯାଇଥିଲା। 
ସ୍ଥାନୀୟ ଲୋକେ ଏ ବାବଦରେ ଜାଣି ପୁଅ ଓ ବୋହୂକୁ ଗୁରୁତର ଅବସ୍ଥାର ଉଦ୍ଧାର କରିଥିଲେ। ଦମ୍ପତିଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୁଲିସ କହିଛି ପାରିବାରିକ କଳହକୁ କେନ୍ଦ୍ର କରି ଏହି ଘଟଣା ଘଟିଛି। ବୃଦ୍ଧ ଗୋବର୍ଦ୍ଧନ ରାଉତ ମଧ୍ୟ ଆଂଶିକ ପୋଡ଼ି ଯାଇଥିଲେ। ସେ କଟକର ଏସସିବିରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିବା ପରେ ତାଙ୍କୁ ପୁଲିସ ଗିରଫ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe