ହାତୀ ଆକ୍ରମଣରେ ପୁଅ ମୃତ, ମା ଗୁରୁତର

ହାତୀ ଆକ୍ରମଣରେ ପୁଅ ମୃତ, ମା ଗୁରୁତର। ଖୋର୍ଦ୍ଧା ଜିଲ୍ଲା ନନ୍ଦପୁର ପଞ୍ଚାୟତ ମହତପଲ୍ଲୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକ ହେଲେ ସତ୍ୟ ମାର୍ଥା(୧୪) ଏବଂ ଗୁରୁତର ହେଲେ ସୁଲୋଚନା ମାର୍ଥା।

ele

ଖୋର୍ଦ୍ଧା: ହାତୀ ଆକ୍ରମଣରେ ପୁଅ ମୃତ, ମା ଗୁରୁତର। ଖୋର୍ଦ୍ଧା ଜିଲ୍ଲା ନନ୍ଦପୁର ପଞ୍ଚାୟତ ମହତପଲ୍ଲୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକ ହେଲେ ସତ୍ୟ ମାର୍ଥା(୧୪) ଏବଂ ଗୁରୁତର ହେଲେ ସୁଲୋଚନା ମାର୍ଥା।

ଆଜି ଭୋର ସମୟରେ ମାଆ ସୁଲୋଚନା ମାର୍ଥା ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଥିଲେ। ପୁଅ ସତ୍ୟ ମାଆଙ୍କୁ ରକ୍ଷା କରିବାକୁ ଯାଇ  ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ସତ୍ୟ ମାର୍ଥାଙ୍କୁ ନିଜ ଶୁଣ୍ଢରେ କଚାଡ଼ି ଦେଇଥିଲା। ଉଭୟଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସତ୍ୟ ମାର୍ଥାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ମାଆ ସୁଲୋଚନା ମାର୍ଥା ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଥିଲେ। ପୁଅ ସତ୍ୟ ମାଆଙ୍କୁ ରକ୍ଷା କରିବାକୁ ଯାଇ  ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ସତ୍ୟ ମାର୍ଥାଙ୍କୁ ନିଜ ଶୁଣ୍ଢରେ କଚାଡ଼ି ଦେଇଥିଲା। ଉଭୟଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସତ୍ୟ ମାର୍ଥାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏଣେ ସୁଲୋଚନା ମାର୍ଥା ସେଠାରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe