Son dies at canal Photograph: (Sambad.in)
ବୁର୍ଲା: ମା'ଙ୍କ ଚିକିତ୍ସା ପାଇଁ ଆସି ଜୀବନ ହାରିଲା ପୁଅ। ଆମେ ସବୁବେଳେ ଦେଖିଥାଉ ନିଜ ପିଲା ଟିକିଏ ଅସୁସ୍ଥ ହେଲେ ବାପା ମାଆ ସହିପାରନ୍ତିନି, କିନ୍ତୁ ଏଠି ପୁଅଟିଏ ନିଜ ମାଆର ଅସୁସ୍ଥ ହେବା ଦେଖି ସହିପାରିଲେନି। ସବୁଦିନ ପାଇଁ ଦୁନିଆ ଛାଡ଼ି ଚାଲିଗଲା । ଭିମସାର ଡାକ୍ତରଖାନାକୁ ମା 'ଙ୍କୁ ଚିକିତ୍ସା ପାଇଁ ଆଣିଥିବା ଯୁବକ ନିଖୋଜ ହୋଇଯାଇଥିଲେ। ସେ ତାଙ୍କ ମା’ଙ୍କ ମୋବାଇଲକୁ ପଠାଇଥିବା ଏକ ବାର୍ତ୍ତାକୁ ଆଧାର କରି ଶନିବାର ସକାଳୁ ତାଙ୍କୁ ପାୱାର କେନାଲରେ ଖୋଜା ଚାଲିଥିଲା। ଆଜି ସକାଳେ କେନାଲରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।
ମା’ଙ୍କ ଅବସ୍ଥା ଦେଖି ସୌରଭ ଭାଙ୍ଗିପଡ଼ିଥିଲେ
ସୂଚନା ଅନୁସାରେ, ବଲାଙ୍ଗୀର ମହାଲକ୍ଷ୍ମୀନଗରର ସୌରଭ ସମ୍ବିତ ତ୍ରିପାଠୀଙ୍କ ମା’ ରୋଗରେ ଆକ୍ରାନ୍ତ ହୋଇ ଭିମସାରରେ ଚିକିତ୍ସିତ ହେଉଛନ୍ତି। ମା’ଙ୍କ ଅବସ୍ଥା ଦେଖି ସୌରଭ ଭାଙ୍ଗିପଡ଼ିଥିଲେ। ବୁଧବାର ରାତି ୧୦ଟାରେ ସେ ଡାକ୍ତରଖାନାରୁ କେଉଁଆଡ଼େ ଚାଲି ଯାଇଥିଲେ। ତାଙ୍କର କୌଣସି ପତ୍ତା ମିଳି ନଥିଲା।
ମୁଁ କେନାଲରେ ମୋ ଜୀବନ ହାରିବାକୁ ଯାଉଛି
ଯିବା ପୂର୍ବରୁ ମା’ଙ୍କ କଷ୍ଟ ତାଙ୍କ ପାଇଁ ଅସହ୍ୟ ହେଉଥିବା ନେଇ ଏକ ବାର୍ତ୍ତା ଅସୁସ୍ଥ ମା’ଙ୍କ ମୋବାଇଲକୁ ପଠାଇଥିବା ଜଣାଯାଇଛି। ଯେଉଁଥିରେ ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି, ବାପା ଓ ମା, ମୁଁ ତୁମକୁ ବହୁତ ଭଲ ପାଉଛି । ମୁଁ କେନାଲରେ ମୋ ଜୀବନ ହାରିବାକୁ ଯାଉଛି। ମୁଁ କୌଣସି ଟଙ୍କା ନେଇନାହିଁ । ମୋ ବ୍ୟାଗରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି । ଏଟିଏମରେ ୧୨ ହଜାର ଟଙ୍କା ରହିଛି ଉଠାଇଦେବ ବୋଲି କହିଛନ୍ତି ସୁରଜ ।
ଆହୁରି ପଢ଼ନ୍ତୁ:Cyclone Montha, Moves Towards Andhra: ଆନ୍ଧ୍ର ଉପକୂଳ ମୁହାଁ ସମ୍ଭାବ୍ୟ ବାତ୍ୟା, ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା
ଆହୁରି ପଢ଼ନ୍ତୁ:Gangrape Minor Girls ରାସଗୋବିନ୍ଦପୁରରେ ଚାଞ୍ଚଲ୍ୟ, ଦୁଇ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
death | VIMSAR
Follow Us