ଶ୍ବଶୁର ଘରେ ଝଗଡ଼ା: ଜ୍ବାଇଁଙ୍କୁ ପିଟିପିଟି ମାରିଦେଲେ ସଂପର୍କୀୟ ଶଳା-ସହଯୋଗୀ!

Advertisment

ଭାଗବତ ଶଶୁର ଘରକୁ ଆସିଥିଲେ। ଗତକାଲି ରାତିରେ କୌଣସି କଥାରୁ ମୃତ ଶ୍ବଶୁର ଶ୍ୟାମସୁନ୍ଦରଙ୍କ ପୁତୁରା ରାଜା ସହ ଭାଗବତଙ୍କର ଝଗଡ଼ା ହୋଇଥିଲା। ପରେ ରାଜା ଓ ତାଙ୍କର ତିନିଜଣ ସହଯୋଗୀ ଭାଗବତଙ୍କୁ ମାଡ ମାରିବା ସହ ମରାଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ଚର୍ଚ୍ଚା ହେଉଛି।

ଭାଗବତ ଶଶୁର ଘରକୁ ଆସିଥିଲେ। ଗତକାଲି ରାତିରେ କୌଣସି କଥାରୁ ମୃତ ଶ୍ବଶୁର ଶ୍ୟାମସୁନ୍ଦରଙ୍କ ପୁତୁରା ରାଜା ସହ ଭାଗବତଙ୍କର ଝଗଡ଼ା ହୋଇଥିଲା। ପରେ ରାଜା ଓ ତାଙ୍କର ତିନିଜଣ ସହଯୋଗୀ ଭାଗବତଙ୍କୁ ମାଡ ମାରିବା ସହ ମରାଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ଚର୍ଚ୍ଚା ହେଉଛି।

5e9c79dd-a28a-4b88-aace-575c0495c52b

ସୋର: ଜ୍ୱାଇଁକୁ ଶ୍ୱଶୁର ଘର ଲୋକେ ପିଟିପିଟି ମାରିଦେଇଥିବା ଜଣାପଡିଛି। ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ‌ଗୋପୀନାଥପୁର ପଞ୍ଚାୟତ ରଘୁନାଥ ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ମୃତ ଜ୍ୱାଇଁ ହେଲେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଚକପୁର ଗ୍ରାମର ଭାଗବତ ମଳିକ।

ସୂଚନା ଅନୁସାରେ ଶ୍ବଶୁର ତିନିଦିନ ତଳେ ମୃତ୍ୟୁବରଣ କରିଥବାରୁ ଭାଗବତ ଶ୍ବଶୁର ଘରକୁ ଆସିଥିଲେ। ଗତକାଲି ରାତିରେ କୌଣସି କଥାରୁ ମୃତ ଶ୍ବଶୁର ଶ୍ୟାମସୁନ୍ଦର ମଳିକଙ୍କ ପୁତୁରା ରାଜା ସହ ଭାଗବତଙ୍କର ଝଗଡ଼ା ହୋଇଥିଲା। ପରେ ରାଜା ଓ ତାଙ୍କର ତିନିଜଣ ସହଯୋଗୀ ଭାଗବତଙ୍କୁ ମାଡ ମାରିବା ସହ ମରାଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। କୌଶଳ ବଶତଃ ଭାଗବତ ସେଠାରୁ ଖସି ପଳାଇ ଆସି ରାତି ସାରା ନଟାପଡା ନିକଟସ୍ଥ ଏକ ମନ୍ଦିର ବରଣ୍ଡାରେ ରାତି ସାରା ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ। 

ତିନିଦିନ ତଳେ ମୃତ୍ୟୁବରଣ କରିଥବାରୁ ଭାଗବତ ଶ୍ବଶୁର ଘରକୁ ଆସିଥିଲେ। ଗତକାଲି ରାତିରେ କୌଣସି କଥାରୁ ମୃତ ଶ୍ବଶୁର ଶ୍ୟାମସୁନ୍ଦରଙ୍କ ପୁତୁରା ରାଜା ସହ ଭାଗବତଙ୍କର ଝଗଡ଼ା ହୋଇଥିଲା। ପରେ ରାଜା ଓ ତାଙ୍କର ତିନିଜଣ ସହଯୋଗୀ ଭାଗବତଙ୍କୁ ମାଡ ମାରିବା ସହ ମରାଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ।

ଆଜି ସକାଳେ ସ୍ଥାନୀୟ ଲୋକେ ତାଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ନେବା ସହ ସୋର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏହାର କିଛି ସମୟ ପରେ ଭାଗବତଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ଭାଗବତଙ୍କ ପରିବାର ଲୋକେ ଡାକ୍ତରଖାନା ପହଞ୍ଚି ନଥିବା ବେଳେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

Crime | Balasore

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe