ଭେଣ୍ଡିଆ ପୁଅକୁ କାଠଫାଳିଆରେ ପିଟିପିଟି ମାରିଦେଲା ନିଶାସକ୍ତ ବାପା

ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନା ଅନ୍ତର୍ଗତ ଡେର୍ବା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ଅବସ୍ଥାରେ ବାପା ତା’ର ପୁଅକୁ କାଠଫାଳିଆରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନା ଅନ୍ତର୍ଗତ ଡେର୍ବା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ଅବସ୍ଥାରେ ବାପା ତା’ର ପୁଅକୁ କାଠଫାଳିଆରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ମୃତକ ହେଲେ ନିତ୍ୟା କିଷାନ(୨୭)। ପୁଲିସ ଅଭିଯୁକ୍ତ ବାପା ଉଦ୍ଧବ କିଷାନଙ୍କୁ ଗିରଫ କରିଛି। ପ‌ଡ଼ୋଶୀ ଘରର ଛେଳିକୁ ପୁଅ ମାରିଦେବାରୁ ବାପା ଉତ୍ତ୍ୟକ୍ତ ହୋଇ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି।       

ସୂଚନା ଅନୁଯାୟୀ, ଡେର୍ବା ଗ୍ରାମର ଉଦ୍ଧବ କିଷାନଙ୍କ ପଡ଼ୋଶୀ ଘରର ଏକ ଛେଳିକୁ ତାଙ୍କ ପୁଅ ନିତ୍ୟା ଗତ ୧୩ ତାରିଖ ରାତିରେ ତଣ୍ଟି ଚିପି ମାରି ଦେଇଥିଲା। ନିତ୍ୟା ଛେଳିକୁ ମାରି ଦେଇଥିବା ନେଇ ପଡ଼ୋଶୀ ଘର ଲୋକେ ଉଦ୍ଧବଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଉଦ୍ଧବ ପୁଅ ନିତ୍ୟା ଉପରେ ରାଗି ଯାଇଥିଲେ।

ଗତକାଲି ବିଳମ୍ବିତ ରାତିରେ ଉଦ୍ଧବ ନିଶାସକ୍ତ ହୋଇ ପଡୋଶୀ ଘରର ଛେଳିକୁ କାହିଁକି ମାରିଲୁ କହି ପୁଅ ନିତ୍ୟାକୁ କାଠଫାଳିଆରେ ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ ଯୋଗୁଁ ନିତ୍ୟାର ମୃତ୍ୟୁ ହୋଇଥିଲା। ମୃତ ନିତ୍ୟାର ଶରୀରରେ ୨୦ରୁ ଅଧିକ ସ୍ଥାନରେ ଗଭୀର ଆଘାତ ଲାଗିଥିବା ପୁଲିସ ତଦନ୍ତରୁ ଜାଣିପାରିଛି। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe