ଭୁଲିଗଲା ସଂପର୍କ: ବାପାଙ୍କୁ ନୃଶଂସ ଭାବେ ହତ୍ୟା କଲା ପୁଅ, ଅଭିଯୁକ୍ତ ଗିରଫ

ମଦ୍ୟପାନ ଆମ ସମାଜକୁ ଅତି ଖରାପ ସ୍ତରକୁ ନେଇଯାଉଛି। ମଦ୍ୟପାନ ସଂପର୍କକୁ ଶେଷ କରିଦେଉଛି। ଜଣେ ବ୍ୟକ୍ତି ଯେତେବେଳେ ମଦ୍ୟପାନ କରୁଛି, ସେ ନିଜର ହିତାହିତଜ୍ଞାନ ଭୁଲି ଯାଉଛି। ବାପା, କ’ଣ, ମା’ କିଏ, ପିଲାଛୁଆ ପତ୍ନୀଙ୍କୁ ମଧ୍ୟ ଚିହ୍ନୁନାହିଁ।

New Project (12)

ରିଆମାଳ: ମଦ୍ୟପାନ ଆମ ସମାଜକୁ ଅତି ଖରାପ ସ୍ତରକୁ ନେଇଯାଉଛି। ମଦ୍ୟପାନ ସଂପର୍କକୁ ଶେଷ କରିଦେଉଛି। ଜଣେ ବ୍ୟକ୍ତି ଯେତେବେଳେ ମଦ୍ୟପାନ କରୁଛି, ସେ ନିଜର ହିତାହିତଜ୍ଞାନ ଭୁଲି ଯାଉଛି। ବାପା, କ’ଣ, ମା’ କିଏ, ପିଲାଛୁଆ ପତ୍ନୀଙ୍କୁ ମଧ୍ୟ ଚିହ୍ନୁନାହିଁ। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା କଣ୍ଟାବାହାଳ ପଞ୍ଚାୟତ ଅନ୍ତର୍ଗତ ଜାମ୍ବୁନାଳୀ ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ। ଘଟିଛି। ଦୁଇ ଦିନ ହେଲା ବାପାକୁ ହତ୍ୟା କରି ଗାତରେ ତାଳପତ୍ର ଘୋଡେ଼ଇ ରଖିଥିବା ପୁଅକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ବୁଧୁ କିସାନ (୫୩)।

ହତ୍ୟାକାରୀ ପୁଅର ମା ଓ ସ୍ତ୍ରୀ ଘରେ ନ ଥିଲେ। ରାତିରେ ମଦ୍ୟପ ଅବସ୍ଥାରେ ଦୁଃଖକୁ ମଦ୍ୟପ ଅବସ୍ଥାରେ ଘରକୁ ଆସି କୌଣସି କଥାକୁ କେନ୍ଦ୍ର କରି ଝଗଡ଼ା ଲାଗିଥିଲା। ଏହା ପରେ ବାପାଙ୍କୁ ପୁଅ ହତ୍ୟା କରିଥିଲା। ଆଜି ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ପୁଅକୁ ଗିରଫ କରିଛି। ମୃତକ ହେଉଛନ୍ତି ବୁଧୁ କିସାନ। ହତ୍ୟାକାରୀ ପୁଅ ଦୁଃଖୁ କିସାନକୁ ପୁଲିସ ଗିରଫ କରିଛି। 

ସୂଚନା ଅନୁସାରେ ଗତ ମଙ୍ଗଳବାର ଘରେ ହତ୍ୟାକାରୀ ପୁଅର ମା ଓ ସ୍ତ୍ରୀ ଘରେ ନ ଥିଲେ। ରାତିରେ ମଦ୍ୟପ ଅବସ୍ଥାରେ ଦୁଃଖକୁ ମଦ୍ୟପ ଅବସ୍ଥାରେ ଘରକୁ ଆସି କୌଣସି କଥାକୁ କେନ୍ଦ୍ର କରି ଝଗଡ଼ା ଲାଗିଥିଲା। ଉତ୍ୟକ୍ତ ହୋଇ ଦୁଃଖୁ କିସାନ ମଦ୍ୟପ ଅବସ୍ଥାରେ ବାପା ବୁଧୁ କିସାନଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିବା ଫଳରେ ବୁଧୁ କିସାନଙ୍କ ମୃତ୍ୟୁ ଘଟିଥିଲା। ଘଟଣାକୁ ଚପାଇ ଦେବାକୁ ଶବକୁ ଘର ଠାରୁ ୨୦ ମିଟର ଦୂରରେ ଏକ ଗାତରେ ପକେଇ ତାଳ ପତ୍ରରେ ଘୋଡେଇ ଦେଇଥିଲା। ସ୍ତ୍ରୀ ଓ ମା ଆସି ବୁଧୁ ନ ଥିବା ଜାଣି ପାରି ଦୁଃଖକୁ ପଚାରି ଥିଲେ। କେଉଁଆଡେ ଗାଁ ଯାଇଛି ବୋଲି କହିଥିଲା।ତେବେ ଘରେ ରକ୍ତ ଦେଖି ସନ୍ଦେହ କରି ଚାରିଆଡ଼େ ଖୋଜିଥିଲେ। ଏକ ଗାତରେ ତାଳପତ୍ର ଘୋଡେ଼ଇ ରଖିଥିଲା। ଏହା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ହତ୍ୟାକାରୀ ପୁଅକୁ ଗିରଫ କରି ତଦନ୍ତ କରୁଛି।

Deogarh | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe