ବୈଶିଙ୍ଗା: ଅନ୍ଧବିଶ୍ୱାସର ସାଂଘାତିକ ଦୃଶ୍ୟ। ଡାହାଣୀ ସନ୍ଦେହରେ ନିଜ ମାଆକୁ କଟୁରୀରେ ହାଣି ହତ୍ୟା କଲା ଜହ୍ଲାଦ ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜଜିଲ୍ଲା ବେତନଟୀ ଥାନା ଅଧୀନ କଲରାଫୁଲିଆ ଗ୍ରାମରେ l ଅଭିଯୁକ୍ତ ଚୈତନ୍ୟ ସିଂଙ୍କ ପୁଅ ତପନ ସିଂ(୩୩) ଗୁରୁବାର ସକାଳୁ ନିଜ ମା ରାଇମାଣି ସିଂ (୬୦)ଙ୍କୁ କଟୁରୀରେ ହାଣି ନିର୍ମମ ହତ୍ୟା କରିଛି l ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।

ଜନ୍ମକଲା ମାକୁ କଟୁରୀରେ ହାଣି ମାରିଦେଲା ତପନ

ସୂଚନା ଅନୁଯାୟୀ, କିଛି ଦିନ ପୁର୍ବରୁ ମରୋଡ଼ା ବ୍ଲକ୍ ବେତନଟୀ ଥାନା ଅନ୍ତର୍ଗତ କଲ୍ଲାଫୁଲିଆ ଗାଁର  ତପନର ସ୍ତ୍ରୀ ଗୁରୁବାରୀଙ୍କ ଗର୍ଭରେ ଥିବା ପିଲା କୌଣସି କାରଣରୁ  ନଷ୍ଟ ହୋଇଯାଇଥିଲା l ଯେଉଁଥିପାଇଁ ଗୁରୁବାରୀ ରାଗରେ ଯାଇ ନିଜ ବାପ ଘରେ ରହୁଥିଲା l ତପନ ଓ ତାର ମାଆ ରାଇମଣି ଏକାଠି ଗାଁ ଘରେ ରହୁଥିଲେ l ତେବେ ସ୍ତ୍ରୀ ଗର୍ଭରେ ଥିବା ଶିଶୁ ମୃତ୍ୟୁର କାରଣ ମାଆର ଡାହାଣୀ ପ୍ରକୃତି ପାଇଁ ବୋଲି ଭାବି ନେଇଥିଲା ତପନ l ଫଳରେ ଆଜି ସକାଳୁ ଉତ୍ତ୍ୟକ୍ତ ହୋଇ ନିଜ ଜନ୍ମକଲା ମାକୁ କଟୁରୀରେ ହାଣି ମାରିଦେଲା ତପନ।

ଆହୁରି ପଢ଼ନ୍ତୁ: Young Man Death Accident ୧୪୯ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପିକଅପ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ଖବର ପାଇ ବେତନଟୀ ଥାନା ଅଧିକାରୀ ସସ୍ମିତା ମହାନ୍ତ ଓ ବଡ଼ ଜମବଣୀ ଫାଣ୍ଡି ଅଧିକାରୀ ଭାବଗ୍ରାହୀ ମହାନ୍ତ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅ ତପନକୁ ଗିରଫ କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି।

Advertisment