ମା’ର ପରକୀୟା ପ୍ରୀତି ପୁଅକୁ ଅସହ୍ୟ ହେଲା: ଜନ୍ମଦାତ୍ରୀଙ୍କୁ ପିଟିପିଟି ମାରିଦେଲା

Advertisment

ଲୁଚିଛପି ପ୍ରେମ କରୁଥିବା ମା’ ଉପରେ ଅନେକ ଆଗରୁ ପୁଅର ସନ୍ଦେହ ଥିଲା। ଆଖି ସାମ୍ନାରେ ଦେଖିଲା ପରେ ଏହାକୁ ସହ୍ୟ କରିପାରି ନଥିଲା ପୁଅ। ମୁଣ୍ଡରେ ପୀତ ଚଢ଼ିବାରୁ ଏକ କାଠଫାଳିଆରେ ପିଟିପିଟି ମାରିଦେଲା।

Updated On

ଲୁଚିଛପି ପ୍ରେମ କରୁଥିବା ମା’ ଉପରେ ଅନେକ ଆଗରୁ ପୁଅର ସନ୍ଦେହ ଥିଲା। ଆଖି ସାମ୍ନାରେ ଦେଖିଲା ପରେ ଏହାକୁ ସହ୍ୟ କରିପାରି ନଥିଲା ପୁଅ। ମୁଣ୍ଡରେ ପୀତ ଚଢ଼ିବାରୁ ଏକ କାଠଫାଳିଆରେ ପିଟିପିଟି ମାରିଦେଲା।

ଅଦ୍ୟତନ ହୋଇଛି
Nilagiri of Balasore

Nilagiri of Balasore Photograph: (Sambad )

ନୀଳଗିରି (ଦିଲ୍ଲିପ କୁମାର ସ୍ବାଇଁ): ମା’ର ପରକୀୟା ପ୍ରୀତି ହେଲା କାଳ। ଲୁଚିଛପି ପ୍ରେମ କରୁଥିବା ମା’ ଉପରେ ଅନେକ ଦିନ ଆଗରୁ ପୁଅର ସନ୍ଦେହ ଥିଲା। ଆଖି ସାମ୍ନାରେ ଦେଖିଲା ପରେ ଏହାକୁ ସହ୍ୟ କରିପାରି ନଥିଲା ପୁଅ। ମୁଣ୍ଡରେ ପୀତ ଚଢ଼ିବାରୁ ଏକ କାଠଫାଳିଆରେ ପିଟିପିଟି ମାରିଦେଲା। ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧୀନ ବାଘମରା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଗିରଫ କରିଛି।

ସୂଚନା ମୁତାବକ ବୁଧବାର ଅପରାହ୍ନରେ ବାଘମରା ଗ୍ରାମର ବିଧବା କଙ୍କିମଣି ସିଂ (୪୫)ଉକ୍ତ ଗ୍ରାମର ବାୟା ନାମକ ଏକ ଯୁବକଙ୍କ ସହିତ କଥାବାର୍ତ୍ତା ହେଉଥିବା ବେଳେ ସାନପୁଅ ଦୁର୍ଗା ସିଂ (୨୪)ଦେଖିଥିଲା। ମା’ ଓ ବାୟା ଏକାଠି ଥିବାରୁ ପୁଅ ଏହାକୁ ପାପ ସଂପର୍କ ବୋଲି ସନ୍ଦେହ କରିଥିଲା। ଫଳରେ ସେ ହିତାହିତ ଜ୍ଞାନ ହରାଇ ଘରେ ପଡ଼ିଥିବା ଏକ କାଠଫାଳିଆରେ ପିଟିପିଟି ନିଜ ମା’କୁ ମାରିଦେଇଥିଲା।

ଖରାପ ସଂପର୍କ ଆଖି ସାମ୍ନାରେ ଦେଖିଲା ପରେ ଏହାକୁ ସହ୍ୟ କରିପାରି ନଥିଲା ପୁଅ। ପିଲାଦିନର ବାତ୍ସଲ୍ୟ ମମତା ମଧ୍ୟ ଭୁଲି ଯାଇଥିଲା। ମୁଣ୍ଡରେ ପୀତ ଚଢ଼ିବାରୁ ହିତାହିତ ଜ୍ଞାନକୁ ମନେ ପକାଇ ନଥିଲା। ତେଣୁ ଏକ କାଠଫାଳିଆରେ ପିଟିପିଟି ମାଙ୍କୁ ମାରିଦେଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି।

ଘଟଣା ସଂପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ଅବଗତ ହେଲା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି। ନୀଳଗିରି ଏସଡିପିଓ ପ୍ରମୋଦ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପରକୀୟା ପ୍ରୀତିରେ ଲିପ୍ତ ଥିବା ଯୁବକଙ୍କୁ ଖୋଜିବା ଆରମ୍ଭ କରିଛି। ଏହି ଅପ୍ରୀତିକର ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe