ଶ୍ବଶୁର ହତ୍ୟା ମାମଲା: ଘରଜ୍ବାଇଁକୁ ୫ବର୍ଷ ସଶ୍ରମ କାରାଦଣ୍ଡ

କୋଷାଗୁମୁଡ଼ା ଥାନା ଘରଜ୍ବାଇଁ ନୁନପାଣିଗାଁର ଚୈତନ୍ୟ ଭତରା ହାତରେ ଏହି ଥାନାଅର୍ନ୍ତଗତ ନେଙ୍ଗନାଲ ଗାଁର ଶ୍ବଶୁର ପର୍ଶୁରାମ ନାୟକ ହତ୍ୟା ମାମଲାରେ ଜିଲ୍ଲା ଦୌରା ଜଜ୍ ସୁବ୍ରତ ମହାନ୍ତି ଅଭିଯୁକ୍ତ ଚୈତନ୍ୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

court

ନବରଙ୍ଗଗପୁର: କୋଷାଗୁମୁଡ଼ା ଥାନା ଘରଜ୍ବାଇଁ ନୁନପାଣିଗାଁର ଚୈତନ୍ୟ ଭତରା ହାତରେ ଏହି ଥାନାଅର୍ନ୍ତଗତ ନେଙ୍ଗନାଲ ଗାଁର ଶ୍ବଶୁର ପର୍ଶୁରାମ ନାୟକ ହତ୍ୟା ମାମଲାରେ ଜିଲ୍ଲା ଦୌରା ଜଜ୍ ସୁବ୍ରତ ମହାନ୍ତି ଅଭିଯୁକ୍ତ ଚୈତନ୍ୟଙ୍କୁ ଦୋଷୀ ସାବ୍ୟସ୍ତ କରି ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୫ ଭାଗ -୨ ଅନୁଯାଇ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ କରିଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦେଶ ଦେଇଛନ୍ତି।

ନୁନପାଣିଗାଁର ଅଭିଯୁକ୍ତ ଚୈତନ୍ୟ ଭତରା ନେଙ୍ଗନାଲଗାଁର ପର୍ଶୁରାମ ନାୟକଙ୍କ ଘରକୁ ଘରଜ୍ବାଇଁ ଭାବେ ଯାଇ ପର୍ଶୁରାମଙ୍କ ଝିଅ ଦଶମୀ ନାୟକଙ୍କୁ ବାହା ହୋଇଥିଲେ। ୨୦୨୪ ମସିହା ଜୁଲାଇ ୧୫ତାରିଖ ଦିନ ସନ୍ଧ୍ୟା ୬ଟାରେ ଚୈତନ୍ୟ ଘରକୁ ଆସି ବାରଣ୍ଡାରେ ବସିଥିବା ଶ୍ବଶୁର ପର୍ଶୁରାମଙ୍କୁ ଗାଳିଗୁଳଜ କରିଥିଲେ। ଏହା ସହ ଉତ୍ତ୍ୟକ୍ତ ହୋଇ ଶ୍ବଶୁର ପର୍ଶୁରାମଙ୍କ ତଣ୍ଟିକୁ ଚିପି ଧରି ଜୀବନରେ ମାରିବାକୁ ଉଦ୍ୟମ କରିଥିଲେ।

ମାମଲାର ବିବରଣୀରୁ ଜଣାଯାଏ, ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅର୍ନ୍ତଗତ ନୁନପାଣିଗାଁର ଅଭିଯୁକ୍ତ ଚୈତନ୍ୟ ଭତରା ନେଙ୍ଗନାଲଗାଁର ପର୍ଶୁରାମ ନାୟକଙ୍କ ଘରକୁ ଘରଜ୍ବାଇଁ ଭାବେ ଯାଇ ପର୍ଶୁରାମଙ୍କ ଝିଅ ଦଶମୀ ନାୟକଙ୍କୁ ବାହା ହୋଇଥିଲେ। ୨୦୨୪ ମସିହା ଜୁଲାଇ ୧୫ତାରିଖ ଦିନ ସନ୍ଧ୍ୟା ୬ଟାରେ ଚୈତନ୍ୟ ଘରକୁ ଆସି ବାରଣ୍ଡାରେ ବସିଥିବା ଶ୍ବଶୁର ପର୍ଶୁରାମଙ୍କୁ ଗାଳିଗୁଳଜ କରିଥିଲେ। ଏହା ସହ ଉତ୍ତ୍ୟକ୍ତ ହୋଇ ଶ୍ବଶୁର ପର୍ଶୁରାମଙ୍କ ତଣ୍ଟିକୁ ଚିପି ଧରି ଜୀବନରେ ମାରିବାକୁ ଉଦ୍ୟମ କରିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ଚୈତନ୍ୟଙ୍କ ପତ୍ନୀ ଦଶମୀ ଓ ଦସମୀର ମାମୁଁ ନକୁଳ ଛଡାଇବାକୁ ଚେଷ୍ଟା କରିଥିଲେ। ଅଭିଯୁକ୍ତ ଚୈତନ୍ୟ ଶ୍ବଶୁର ପର୍ଶୁରାମଙ୍କୁ ବାରଣ୍ଡରୁ ତଳକୁ ଠେଳି ଦେଇଥିଲେ। ପର୍ଶୁରାମ ତଳେ ପଡି ସେଠାରେ ଥିବା ପଥର ଉପରେ ମୁଣ୍ଡର ପଛପଟ ଜୋରରେ ଆଘାତ ହୋଇଥିଲା। ମୁଣ୍ଡ ପାଟିଯିବା ସହ ରକ୍ତାକ୍ତ ଅବସ୍ଥାରେ ହିଁ ଶ୍ବଶୁର ପର୍ଶୁରାମଙ୍କ ମୃତ୍ୟୁ ଘଟଣାସ୍ଥଳରେ ହୋଇଥିଲା। ଏହା ଦେଖି ଅଭିଯୁକ୍ତ ଚୈତନ୍ୟ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। 

ଏ ନେଇ ଚୈତନ୍ୟଙ୍କ ପତ୍ନୀ ଦଶମୀ କୋଷାଗୁମୁଡା ଥାନାରେ ତା ପର ଦିନ ଅର୍ଥାତ ୧୬ତାରିଖ ଦିନ ଏତଲା ଦେଇଥିଲେ। ପୁଲିସ ଫେରାର ଥିବା ଅଭିଯୁକ୍ତ ଚୈତନ୍ୟକୁ ଦୁଇ ଦିନ ପରେ ଅର୍ଥାତ ୧୮ତାରିଖ ଦିନ ଗିରଫ କରି କୋର୍ଟକୁ ଚାଳାଣ କରିଥିଲେ। ଉଭୟ ପକ୍ଷ ଯୁକ୍ତି ତଥା ୨୭ ଜଣ ସାକ୍ଷୀଙ୍କ ବୟାନ ଏବଂ ୨୮ ଟି ଦସ୍ତାବିଜକୁ ଭିତ୍ତି କରି ଅଭିଯୁକ୍ତ ଚୈତନ୍ୟ ଉଦେଶ୍ୟମୂଳକ ଭାବେ ହତ୍ୟା କରି ନଥିବାରୁ ଜିଲ୍ଲା ଏବଂ ଦୌରା ଜଜ ଶ୍ରୀ ମହାନ୍ତି ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ମାନ୍ୟବର କୋର୍ଟ ପୀଡିତ କ୍ଷତିପୂରଣ ଯୋଜନା ଅନୁଯାୟୀ ପୀଡିତଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଡିଏଲଏସଏ ନବରଙ୍ଗପୁରକୁ ମାମଲାଟି ସୁପାରିଶ କରିଥିଲେ। ସରକାରଙ୍କ ପକ୍ଷରୁ  କ୍ୟାଡର ପବ୍ଲିକ୍ ପ୍ରସିକ୍ୟୁଟର ମନୋଜ କୁମାର ଏକ୍କା ଏହି ମାମଲା ପରିଚାଳନା କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe