son set his mother on fire Photograph: (sambad.in)
ତିହିଡ଼ି: ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ। ମା’ଙ୍କ ଦେହରେ ନିଆଁ ଲଗାଇଦେଲା। ଆଜି ସକାଳ ୮ଟା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ବିଲଣା ପଞ୍ଚାୟତ ଗଳଗଣ୍ଡ ଗାଁରେ। ଅଭିଯୁକ୍ତ ହେଲା ଦେବାଶିଷ ନାୟକ(୪୫) ଓ ମାଆ ହେଲେ ଜ୍ୟୋତ୍ସ୍ନାରାଣୀ ନାୟକ(୬୫)।
ସୂଚନା ଅନୁଯାୟୀ, ତିହିଡ଼ି ଥାନା ଅନ୍ତର୍ଗତ ବିଲଣା ପଞ୍ଚାୟତ ଗଳଗଣ୍ଡ ଗାଁର ଦେବାଶିଷ ନାୟକ ଜଣେ ନିୟମିତ ନିଶା ସେବନକାରୀ। ସେ ସକାଳ ୮ଟା ବେଳେ ନିଜ ମାଙ୍କୁ ପିଟିଥିଲା। ମା’ ତଳେ ପଡ଼ିଯିବା ପରେ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଏହାପରେ ପଡ଼ୋଶୀଙ୍କ ପାଟି ଶୁଣି ସେ କେଉଁଆଡ଼େ ଚମ୍ପଟ ମାରିଥିଲା।
ଆହୁରି ପଢ଼ନ୍ତୁ:Old Man Death Attack Elephant ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ମୃତ୍ୟୁ, ମହିଳା ଗୁରୁତର
କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ
ଏଣେ ଗ୍ରାମବାସୀ ମା’ ଜ୍ୟୋତ୍ସ୍ନାରାଣୀ ନାୟକଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ଆହୁରି ପଢ଼ନ୍ତୁ:Indian Railways: ୨୦୨୫-୨୬ରେ ଓଡ଼ିଶାକୁ ୧୩ ଗୁଣ ଅଧିକ ରେଳ ବଜେଟ୍ ଆବଣ୍ଟନ କରାଯାଇଛି: କେନ୍ଦ୍ରମନ୍ତ୍ରୀ
ତେଣେ ପୁଲିସ ଫେରାର ଅଭିଯୁକ୍ତ ଦେବାଶିଷ ନାୟକକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଅାଲୋଡ଼ନ ସୃଷ୍ଟି କରିଛି।
Follow Us