ଅସ୍ଥାୟୀ ଡଂପିଙ୍ଗ ୟାର୍ଡରେ ନିୟମ ଉଲ୍ଲଂଘନ; ସଂଶୋଧନ ନେଇ ପ୍ରଦୂଷଣ ବୋର୍ଡର ନିର୍ଦ୍ଦେଶ

Advertisment

ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଉଲ୍ଲଂଘନ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଗାଡ଼କଣସ୍ଥିତ ଅସ୍ଥାୟୀ ଡଂପିଙ୍ଗ ୟାର୍ଡରେ ଅନେକ ନିୟମ ଆରମ୍ଭରୁ ଉଲ୍ଲଂଘନ କରାଯାଇଛି।

ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଉଲ୍ଲଂଘନ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଗାଡ଼କଣସ୍ଥିତ ଅସ୍ଥାୟୀ ଡଂପିଙ୍ଗ ୟାର୍ଡରେ ଅନେକ ନିୟମ ଆରମ୍ଭରୁ ଉଲ୍ଲଂଘନ କରାଯାଇଛି।

New Project (31)

ଭୁବନେଶ୍ବର: ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଉଲ୍ଲଂଘନ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଗାଡ଼କଣସ୍ଥିତ ଅସ୍ଥାୟୀ ଡଂପିଙ୍ଗ ୟାର୍ଡରେ ଅନେକ ନିୟମ ଆରମ୍ଭରୁ ଉଲ୍ଲଂଘନ କରାଯାଇଛି। ତେଣୁ ଏହାକୁ ସଂଶୋଧନ କରିବା ପାଇଁ ନିର୍ଦ୍ଦେଶ ଦେଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଅସ୍ଥାୟୀ ଡଂପିଙ୍ଗ ୟାର୍ଡ ସମସ୍ୟା ତୁଟାଇବା ପାଇଁ ନିଜେ ପ୍ରବେଶ କରିଛି ପ୍ରଦୂଷଣ ବୋର୍ଡ।

ଆଜି ପ୍ରଦୂଷଣ ବୋର୍ଡର କିଛି ଅଧିକାରୀ ଏହି ଡଂପିଙ୍ଗ ୟାର୍ଡ ପରିଦର୍ଶନ କରିବା ସହ ଯାଞ୍ଚ କରିଛନ୍ତି। ତେବେ ଯାଞ୍ଚ ବେଳେ ତ୍ରୁଟି ଥିବା ଜଣାପଡ଼ିଛି। ଆରମ୍ଭରୁ ବିଏମସି ନିୟମ ଉଲଂଘନ କରିଥିବା ପ୍ରଦୂଷଣ ବୋର୍ଡ ଅଧିକାରୀ କହିଛନ୍ତି। ବର୍ତ୍ତମାନ କିଛି ପ୍ରସେସିଂ ୟୁନିଟ ଲାଗିଥିବା ବେଳେ ଅଲିଆର ମାତ୍ର କମିଛି। କିନ୍ତୁ ପ୍ରଦୂଷଣ ହେଉଛି। ତେବେ ବିଏମ୍‌ସି କଣ ପଦକ୍ଷେପ ନେଇଛି ଓ ଆଗକୁ କଣ ନେବ ଏହି ରିପୋର୍ଟ ତୁରନ୍ତ ଦେବା ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ହୋଇଛି। 

ରିପୋର୍ଟ ଆସିବା ପରେ ଆବଶକୀୟ ପଦକ୍ଷେପ ବା ଆକ୍ସନ ନେବ ରାଜ୍ୟ ପ୍ରଦୂଷଣ ବୋର୍ଡ ବୋଲି କହିଛନ୍ତି ବୋର୍ଡର ବରିଷ୍ଠ ବୈଜ୍ଞାନିକ ଉଷାରାଣୀ ପଟ୍ଟନାୟକ। ତେବେ ଟିଟିଏସ୍‌ର ବିକଳ୍ପ ଜାଗା ନହେବା ଯାଏଁ ଏଠାରେ ପ୍ରୋସେସିଂ ଚାଲିବ ବୋଲି ସେ କହିଛନ୍ତି। କିନ୍ତୁ ପ୍ରତିଦିନ ରାଜଧାନିରୁ ଉଠୁଥିବା ସମ୍ପୂର୍ଣ୍ଣ ଅଳିଆର ପ୍ରୋସେସିଂ କରିବା ଓ ଜନବସତି ଉପରେ ଏହାର କୁପ୍ରଭାବ ନପଡୁ ସେ ନେଇ ବିଏମସି ତୁରନ୍ତ ପଦକ୍ଷେପ ନେବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ନିର୍ଦେଶ ଦେଇଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ଶ୍ରୀମତୀ ପଟ୍ଟନାୟକ। 

bmc

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe