ବିଧାୟକମାନଙ୍କ କ୍ଵାର୍ଟର ନିର୍ମାଣ: ଅସନ୍ତୋଷ ପ୍ରକାଶ କଲେ ବାଚସ୍ପତି

ବିଧାୟକମାନଙ୍କ ପାଇଁ ନିର୍ମାଣ ହେଉଥିବା ବହୁତଳ କ୍ଵାର୍ଟର ନିର୍ମାଣ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବାଚସ୍ପତି ସୁରମା ପାଢୀ| ଏନେଇ ସେ କହିଛନ୍ତ, ଦୁଇ ଥର ସମୀକ୍ଷା କଲା ପରେ ବି ସନ୍ତୋଷଜନକ ନୁହେଁ କାମ। ପୂର୍ବର କିଛି ନିଷ୍ପତ୍ତି କାରଣରୁ ଏହି କାର୍ଯ୍ୟରେ ମନ୍ଥରତା ଆସିଛି।

fgh

ଭୁବନେଶ୍ବର: ବିଧାୟକମାନଙ୍କ ପାଇଁ ନିର୍ମାଣ ହେଉଥିବା ବହୁତଳ କ୍ଵାର୍ଟର ନିର୍ମାଣ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବାଚସ୍ପତି ସୁରମା ପାଢୀ| ଏନେଇ ସେ କହିଛନ୍ତ, ଦୁଇ ଥର ସମୀକ୍ଷା କଲା ପରେ ବି ସନ୍ତୋଷଜନକ ନୁହେଁ କାମ ପୂର୍ବର କିଛି ନିଷ୍ପତ୍ତି କାରଣରୁ ଏହି କାର୍ଯ୍ୟରେ ମନ୍ଥରତା ଆସିଛି। ଆମେ ଆଶା କରୁଛୁ ୨୦୨୫ ଶେଷ ସୁଦ୍ଧା ସରିବ ବିଧାୟକଙ୍କ ବହୁତଳ କ୍ଵାର୍ଟର କାମ | ଯେଉଁମାନଙ୍କ ପାଇଁ କ୍ଵାର୍ଟରର ବ୍ୟବସ୍ଥା ନାହିଁ ବା କ୍ଵାର୍ଟର ପାଇନାହାନ୍ତି, ସେମାନେ ମାସକୁ ୩୦ ହଜାର ଟଙ୍କା ପାଇବେ| ଟାର୍ଗେଟ ତାରିଖ ଦିଆଯାଇଛି।

ଆମେ ଆଶା କରୁଛୁ ୨୦୨୫ ଶେଷ ସୁଦ୍ଧା ସରିବ ବିଧାୟକଙ୍କ ବହୁତଳ କ୍ଵାର୍ଟର କାମ | ଯେଉଁମାନଙ୍କ ପାଇଁ କ୍ଵାର୍ଟରର ବ୍ୟବସ୍ଥା ନାହିଁ ବା କ୍ଵାର୍ଟର ପାଇନାହାନ୍ତି, ସେମାନେ ମାସକୁ ୩୦ ହଜାର ଟଙ୍କା ପାଇବେ| ଟାର୍ଗେଟ ତାରିଖ ଦିଆଯାଇଛି।

ଏଣେ ଏନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମଧ୍ୟ ଅସନ୍ତୋଷ ପ୍ରକଟ କରିଛନ୍ତି। ସେ କହିଛନ୍ତି, ବିଧାୟକ ମାନଙ୍କ ପାଇଁ ବହୁତଳ ପ୍ରାସାଦ କାର୍ଯ୍ୟରେ ଆମେ ଅସନ୍ତୁଷ୍ଟ | ୨୦୨୯ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ହେଊା ଭଳି ଲାଗୁନି | ସରକାର ଏବଂ ବାଚସ୍ପତି ମନିଟର କରନ୍ତୁ | ଯେଉଁ କମ୍ପାନିକୁ ଦେଇଛନ୍ତି, ସେମାନେ ଧୀମା ଗତିରେ କାମ କରୁଛନ୍ତି। ବିଧାୟକମାନଙ୍କ ଅସୁବିଧା ହେଉଛି | ଟେଣ୍ଡର ଅନ୍ୟମାନଙ୍କୁ ଦିଅନ୍ତୁ | ଷ୍ଟେଟ ଗେଷ୍ଟ ହାଉସରେ  ଆମେ ରହୁଛୁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe