ଇନ୍ଦିରା ଗାନ୍ଧୀ ପାର୍କ ପ୍ରାଣୀ ଉଦ୍ୟାନ ଓ ଡିୟର ପାର୍କ୍‌ରେ ସ୍ବତନ୍ତ୍ର ବ୍ୟବସ୍ଥା

ଗ୍ରୀଷ୍ମ ତାପରୁ ସୁରକ୍ଷା ପାଇଁ ଇନ୍ଦିରା ଗାନ୍ଧୀ ପାର୍କ ପ୍ରାଣୀ ଉଦ୍ୟାନ ଓ ଡିୟର ପାର୍କ୍‌ର ପଶୁପକ୍ଷୀ, ସରୀସୃପଙ୍କୁ ସୁରକ୍ଷା ଦେବାପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି।

ରାଉରକେଲା: ଗ୍ରୀଷ୍ମ ତାପରୁ ସୁରକ୍ଷା ପାଇଁ ଇନ୍ଦିରା ଗାନ୍ଧୀ ପାର୍କ ପ୍ରାଣୀ ଉଦ୍ୟାନ ଓ ଡିୟର ପାର୍କ୍‌ର ପଶୁପକ୍ଷୀ, ସରୀସୃପଙ୍କୁ ସୁରକ୍ଷା ଦେବାପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବିଭିନ୍ନ ଖୁଆଡ ପରିସରରେ ପାରିପାର୍ଶ୍ଵିକ ତାପମାତ୍ରା କମ୍‌ ରଖିବାକୁ ୱାଟର ଟ୍ୟାଙ୍କର୍ ମାଧ୍ୟମରେ ନିୟମିତ ଥଣ୍ଡା ପାଣି ସିଞ୍ଚନ କରାଯାଉଛି। ଏମିତିକି କଲରାପତରିଆ ବାଘ, ଭାଲୁ, ମାଙ୍କଡ଼, ମାକାଉ ତଥା ଅନ୍ୟାନ୍ୟ ପକ୍ଷୀ ପ୍ରଜାତିର ଏନକ୍ଲୋଜର୍‌ ପାଇଁ କୁଲର୍ ବ୍ୟବସ୍ଥା କରାଯାଇଛି।

publive-image

ପ୍ରବଳ ଖରା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆର୍‌ଏସ୍‌ପି ଉଦ୍ୟାନକୃଷି ବିଭାଗ ପକ୍ଷରୁ ଏଠାରେଥିବା ୧୮ଟି ପ୍ରଜାତିର ୨୦୦ ପଶୁପକ୍ଷୀଙ୍କ ପାଇଁ ସୁରକ୍ଷିତ ତଥା ସୁସ୍ଥ ବାତାବରଣ ସୃଷ୍ଟି କରାଯାଇଛି। ଭାଲୁ, ହରିଣ, ଏମ୍ମୁର ସ୍ନାନ ପାଇଁ ଖୁଆଡ ଭିତରେ କୃତ୍ରିମ ପୁଷ୍କରିଣୀ ଖୋଳାଯାଇଛି। ବାସକୁ ସଫସୁତୁରା ରଖାଯିବା ସହ ଗ୍ରୀଷ୍ମ ଜନିତ ସଂକ୍ରମଣ ରୋକିବାକୁ ବିଶୋଧିତ କରାଯାଉଛି।

publive-image

ମୃଗ ପରିସରରେ ଥଣ୍ଡା ପାନୀୟ ଜଳର ଅନବରତ ଯୋଗାଣ କରାଯିବା ସହ ସମ୍ବର, ନୀଳଗାଇ ଜଳର ଉତ୍ସ ଉପଲବ୍ଧ। ଡିହାଇଡ୍ରେସନ, ଗ୍ରୀଷ୍ମାଘାତ ତଥା ଅନ୍ୟାନ୍ୟ ସମସ୍ୟାରୁ ରକ୍ଷା ପାଇଁ ପ୍ରାଇମେଟ୍‌ସ, ଆଭେସ୍, ହରିଣ ପାଇଁ ରସଯୁକ୍ତ ଖାଦ୍ୟ ଓ ଆଣ୍ଟି ଷ୍ଟ୍ରେସ୍ ଫର୍ମୁଲେସନ୍ ଦିଆଯାଉଛି। ସମସ୍ତ ଜୀବଜନ୍ତୁ, ପକ୍ଷୀ ପାଇଁ ୨୪ ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି।

Rourkela

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe