ସ୍ବତନ୍ତ୍ର ଓଟିଇଟି ପରୀକ୍ଷା: ଅଗଷ୍ଟ ୨୨ରୁ ପରୀକ୍ଷାର୍ଥୀ ଡାଉନ୍‌ଲୋଡ କରିପାରିବେ ଆଡମିଟ୍‌ କାର୍ଡ

Advertisment

ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟଇ) ପରୀକ୍ଷାର୍ଥୀଙ୍କ ପାଇଁ ଶୁକ୍ରବାର ଏକ ବଡ଼ ସୂଚନା ଆସିଛି। ଅଗଷ୍ଟ ୩୧ ତାରିଖରେ ସ୍ପେଶାଲ ଓଟିଇଟି ପରୀକ୍ଷା ହେବା ନେଇ ଅବଗତ କରାଯାଇଛି।

ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟଇ) ପରୀକ୍ଷାର୍ଥୀଙ୍କ ପାଇଁ ଶୁକ୍ରବାର ଏକ ବଡ଼ ସୂଚନା ଆସିଛି। ଅଗଷ୍ଟ ୩୧ ତାରିଖରେ ସ୍ପେଶାଲ ଓଟିଇଟି ପରୀକ୍ଷା ହେବା ନେଇ ଅବଗତ କରାଯାଇଛି।

New Project (29)

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟଇ) ପରୀକ୍ଷାର୍ଥୀଙ୍କ ପାଇଁ ଶୁକ୍ରବାର ଏକ ବଡ଼ ସୂଚନା ଆସିଛି। ଅଗଷ୍ଟ ୩୧ ତାରିଖରେ ସ୍ପେଶାଲ ଓଟିଇଟି ପରୀକ୍ଷା ହେବା ନେଇ ଅବଗତ କରାଯାଇଛି।

ଆସନ୍ତା ୩୧ ତାରିଖ ଦିନ ସ୍ପେଶାଲ ଓଟିଇଟି ପରୀକ୍ଷା ଦୁଇଟି ସିଟିଂରେ କରାଯିବ। ପ୍ରଥମ ସିଟିଂ ସକାଳ ୯ଟାରୁ ସାଢେ ୧୧ଟା ଯାଏ ପେପର୍‌-୧ ପରୀକ୍ଷା ହେବ। ଏପରିକି ପୂର୍ବାହ୍ନ ୨ଟାରୁ ସାଢେ ୪ଟା ଯାଏ ପେପର୍‌-୨ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଅଗଷ୍ଟ ୨୨ରୁ ୱେବସାଇଟ୍‌ରେ ପରୀକ୍ଷାର୍ଥୀ ନିଜ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ।

ସୂଚନାଯୋଗ୍ୟ, ଗତ ୨୦ ତାରିଖ ଦିନ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା। ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ରାଜ୍ୟରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ଆବଶ୍ୟକ ଯୋଗ୍ୟତା ହାସଲ ନିମନ୍ତେ ସୁଯୋଗ ଦେବାକୁ ଓଟିଇଟି ପରୀକ୍ଷା ହୋଇଥାନ୍ତା। ହେଲେ ପରୀକ୍ଷା ପୂର୍ବରୁ ବୋର୍ଡ ଏହାର ପ୍ରଶ୍ନପତ୍ର ଭାଇରାଲ ହେବା ପରେ ରାତି ଅଧିଆ ପରୀକ୍ଷାକୁ ସ୍ଥଗିତ ରଖିଥିଲା, ଯାହାକୁ ନେଇ ପରୀକ୍ଷାର୍ଥୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିନା ସୂଚନାରେ ବୋର୍ଡ ପରୀକ୍ଷାକୁ ବାତିଲ କରିଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଘଟଣାକୁ ନେଇ ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା। ପରୀକ୍ଷା ଦେବା ପାଇଁ ବିଭିନ୍ନ ଅଞ୍ଚଳରୁ ଶତାଧିକ ପରୀକ୍ଷାର୍ଥୀ ନିଜନିଜ ପରୀକ୍ଷା କେନ୍ଦ୍ରକୁ ଆସୁଥିଲେ ହେଲେ ପରୀକ୍ଷା କେନ୍ଦ୍ର ଫାଟକରେ ତାଲା ଆଉ ଆଗରେ ଲାଗିଥିବା ନୋଟିସ ପରୀକ୍ଷାର୍ଥୀଙ୍କୁ ନିରାଶ କରିଥିଲା। ନୋଟିସରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପରୀକ୍ଷା ବାତିଲ ହୋଇଥିବା ଉଲ୍ଲେଖ କରାଯାଇଥିବାବେଳେ, କାହିଁକି ଓ କେଉଁ କାରଣ ପାଇଁ ହଠାତ ପରୀକ୍ଷା ବାତିଲ ହେଲା ସେନେଇ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ରାତି ଅଧିଆ ପରୀକ୍ଷା ବାତିଲ କରାଯାଇଥିବାରୁ ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।  ଏହାରି ମଧ୍ୟରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ବୋର୍ଡ କାର୍ଯ୍ୟାଳୟର ଅନ୍ୟ ବିଭାଗକୁ ୬ ଜଣ ଅଧିକାରୀଙ୍କୁ ବଦଳି କରାଯାଇଛି। ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରିଛି। 

Special OTET-2025 | Education

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe