ପୁରୀ ରଥଯାତ୍ରା ପାଇଁ ବାଦାମପାହାଡ଼ରୁ ଚାଲିବ ସ୍ବତନ୍ତ୍ର ଟ୍ରେନ୍

Advertisment

୨୦୨୪ ମସିହାରେ ପ୍ରଥମ ଥର ପାଇଁ ରଥଯାତ୍ରାରେ ବାଦାମପାହାଡ-ପୂରୀ ସତନ୍ତ୍ର ଟ୍ରେନ ଚଳାଚଳ କରିଥିଲା। ତେବେ ଚଳିତ ବର୍ଷ ମଧ୍ୟ ରଥଯାତ୍ରା ପାଇଁ ବାଦାମପାହାଡ-ପୁରୀ ସତନ୍ତ୍ର ଟ୍ରେନ ଚାଲିବ ବୋଲି କୋଲକାତା ଦକ୍ଷିଣ ପୂର୍ବ ରେଳବାଇର ସିଓଓ ସୂଚନା ପ୍ରଦାନ କରିଛନ୍ତି।

୨୦୨୪ ମସିହାରେ ପ୍ରଥମ ଥର ପାଇଁ ରଥଯାତ୍ରାରେ ବାଦାମପାହାଡ-ପୂରୀ ସତନ୍ତ୍ର ଟ୍ରେନ ଚଳାଚଳ କରିଥିଲା। ତେବେ ଚଳିତ ବର୍ଷ ମଧ୍ୟ ରଥଯାତ୍ରା ପାଇଁ ବାଦାମପାହାଡ-ପୁରୀ ସତନ୍ତ୍ର ଟ୍ରେନ ଚାଲିବ ବୋଲି କୋଲକାତା ଦକ୍ଷିଣ ପୂର୍ବ ରେଳବାଇର ସିଓଓ ସୂଚନା ପ୍ରଦାନ କରିଛନ୍ତି।

Train

ରାଇରଙ୍ଗପୁର: ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ମୟୂରଭଂଜ ପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହେଉଛି। ନଭେମ୍ବର ମାସ ୨୦୨୩ରେ ମହାମହିମଙ୍କ ମୟୂରଭଂଜ ଗସ୍ତ ସମୟରେ ୩ଟି ନୂତନ ଟ୍ରେନ୍ ଶୁଭାରମ୍ଭ କରିଥିଲେ। ତେବେ ରଥଯାତ୍ରା ପାଇଁ ଗତ ବର୍ଷ ପ୍ରଥମ ଥର ପାଇଁ ରଥଯାତ୍ରା ସ୍ପେସାଲ୍ ଟ୍ରେନ୍ ଗଡିଥିଲା। ତେବେ ପୂର୍ବରୁ କେବେ ବି ବାମନଘାଟୀ ଉପଖଣ୍ଡରୁ ପୁରୀକୁ ଟ୍ରେନ ଚଳାଚଳ କରିନଥିବା ବେଳେ ୨୦୨୪ ମସିହାରେ ପ୍ରଥମ ଥର ପାଇଁ ରଥଯାତ୍ରାରେ ବାଦାମପାହାଡ-ପୂରୀ ସତନ୍ତ୍ର ଟ୍ରେନ ଚଳାଚଳ କରିଥିଲା। ତେବେ ଚଳିତ ବର୍ଷ ମଧ୍ୟ ରଥଯାତ୍ରା ପାଇଁ ବାଦାମପାହାଡ-ପୁରୀ (ଟ୍ରେନ ନଂ ୦୮୩୭୯/୦୮୩୮୦)ସତନ୍ତ୍ର ଟ୍ରେନ ଚାଲିବ ବୋଲି କୋଲକାତା ଦକ୍ଷିଣ ପୂର୍ବ ରେଳବାଇର ସିଓଓ ଙ୍କ  ଚିଠି ନଂ ଟି -୯୬/୪୨ ରେ ସୂଚନା ପ୍ରଦାନ କରିଛନ୍ତି।

ଉକ୍ତ ଟ୍ରେନଟି ପ୍ରଥମେ ୨୫ ଜୁନ୍‌ ସକାଳ ୬ରେ ବାଦାମପାହାଡ଼ ଛାଡ଼ି ପୁରୀ ଅଭିମୁଖେ ଗସ୍ତ କରିବ। ସେହି ଟ୍ରେନ ପୁରୀରୁ ବାଦାମପାହାଡ ୨୭ ଜୁନ ରାତି ୧୧.୪୦ ରେ ଫେରିବ। ସେହିପରି ଦ୍ବିତୀୟରେ ପୁଣି ୪ ଜୁଲାଇ ସକାଳ ୬ ଟାରେ ବାଦାମପାହାଡ଼ରୁ ପୁରୀ ଯାଇ ପୁଣି ପୁରୀରୁ ୬ ଜୁଲାଇ ରାତି ୨୩.୪୦ରେ ଫେରିବାର ବ୍ୟବସ୍ଥା ରହିଛି ବୋଲି ଚିଠିରେ ଉଲ୍ଲେଖ ଅଛି।

ବାଦାମପାହାଡ-ପୁରୀ ରେଳ ରୁଟର ଭାୟା ରାଇରଙ୍ଗପୁର, ଟାଟା ନଗର, ଘାଟସିଲା, ବାଲେଶ୍ଵର, ଭଦ୍ରକ, କଟକ, ଭୁବନେଶ୍ୱର ଖୋର୍ଦ୍ଧା ଜଙ୍କସନ ଷ୍ଟେସନ ଦେଇ ପୁରୀ ଷ୍ଟେସନରେ ପହଂଚିବ। ପ୍ରଥମେ ବାଦାମପାହାଡ ରେଳ ଷ୍ଟେସନରୁ ଛାଡିବା ପରେ ଛନୁଆ, କୁଲଡିହା, ରାଇରଙ୍ଗପୁର ଷ୍ଟେସନ, ଅଁଳାଯୋଡି ଜ°, ବହଳଦା ଓ ଟାଟା ନଗର ଷ୍ଟେସନରେ ଟ୍ରେନଟି ରହିବ ବୋଲି ଉଲ୍ଲେଖ ଥିବା ବେଳେ ସମୟ ସାରଣୀରେ ପରିବର୍ତନ ହେବାର ସୂଚନା ମିଳିଛି।

ଉକ୍ତ ସତନ୍ତ୍ର ଟ୍ରେନ ଚାଲିବା ଖବର ପ୍ରଚାର ହେବା ପରେ ବାମନଘାଟୀ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି। ମୟୂରଭଂଜ ଜିଲ୍ଲାରେ ବିଜେପି ଓ ରାଜ୍ୟରେ ବିଜେପି ସରକାର ଗଠନ କରିଥିବାରୁ ଉପଖଣ୍ଡ ବାସୀଙ୍କୁ ଉପହାର ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି। ସେଥିପାଇଁ ବିଜେପି ସରକାରଙ୍କୁ ଅଂଚଳବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି। ରଥଯାତ୍ରା ସ୍ବତନ୍ତ୍ର ଟ୍ରେନ ଚଳାଚଳ ପାଇଁ ପୂର୍ବତନ ବିଧାୟକ ପ୍ରହ୍ଲାଦ ମୁର୍ମୁ ଦାବି କରିଥିଲେ।

Indian Railways | Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe