CM Speech: ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ କାମ କର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Advertisment

ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀ ଭୁବନେଶ୍ବରଠାରେ ଆରମ୍ଭ ହୋଇଛି। ଏହି ଅବସରରେ Chief Minister ମୋହନ ଚରଣ ମାଝୀ ଅଭିଭାଷଣ ରଖି ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ବିଭିନ୍ନ ପରାମର୍ଶ ଦେଇଛନ୍ତି।

ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀ ଭୁବନେଶ୍ବରଠାରେ ଆରମ୍ଭ ହୋଇଛି। ଏହି ଅବସରରେ Chief Minister ମୋହନ ଚରଣ ମାଝୀ ଅଭିଭାଷଣ ରଖି ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ବିଭିନ୍ନ ପରାମର୍ଶ ଦେଇଛନ୍ତି।

Untitled-9 (1)

Speech Chief Minister at 2 days collector & sp conference Photograph: (sambad.in)

ଭୁବନେଶ୍ବର: ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀ ଭୁବନେଶ୍ବରଠାରେ ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଭାଷଣ ରଖି ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ବିଭିନ୍ନ ପରାମର୍ଶ ଦେଇଛନ୍ତି। ଏଥିରେ ସେ ଜିଲ୍ଲାପାଳମାନଙ୍କୁ ୯ଟି ପରାମର୍ଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅଧିକ ଫିଲ୍ଡ ଭିଜିଟ୍ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ରାଜସ୍ୱ ମନ୍ତ୍ରୀ ସରକାରୀ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବାକୁ ଆହ୍ୱାନ କରିଛନ୍ତି ।

ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ତୁରନ୍ତ କାର୍ଯ୍ୟକାରୀ କର:ମୁଖ୍ୟମନ୍ତ୍ରୀ 

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମିସନ୍ ପାୱାରକୁ ଗୁରୁତ୍ୱ ଦେଇଛନ୍ତି । ସେ ଜିଲ୍ଲାପାଳଙ୍କ ସମ୍ମିଳନୀରେ ସରକାରୀ ଦପ୍ତରରେ ଓଡ଼ିଆ ଭାଷାର କାର୍ଯ୍ୟକାରିତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ବିଭିନ୍ନ ବିଭାଗର ଚିଠିପତ୍ର ଓ ବିଜ୍ଞପ୍ତି ଓଡ଼ିଆରେ ଲେଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ କହିଛନ୍ତି ।

କନକ ନ୍ୟୁଜ୍ ରିପୋର୍ଟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି:

କନକ ନ୍ୟୁଜ୍ ରିପୋର୍ଟ ଦେଖି ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ଗଞ୍ଜାମ ଜିଲ୍ଲା ଆସିକାର ସୁବର୍ଣ୍ଣପୁର ଗାଁରେ ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ବିଦ୍ୟୁତ୍ ସଂଯୋଗ ନଥିବାରୁ ପିଲାମାନେ ଲଣ୍ଠନ ଓ ମହମବତୀରେ ପାଠ ପଢୁଥିବା ବିଷୟରେ ସେ ଉଦବେଗ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାପାଳଙ୍କୁ ତୁରନ୍ତ ସେହି ଗାଁକୁ ବିଦ୍ୟୁତ୍ ସଂଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ:Encounter, 7 Maoists Death: ମାଲକାନଗିରି ସୀମାନ୍ତରେ ବଡ଼ ଧରଣର ଏନକାଉଣ୍ଟର୍: କୁଖ୍ୟାତ ମାଓ ଦଂପତିଙ୍କ ସମେତ ଟଳିଲେ ୭ ମାଓବାଦୀ

ଦୁର୍ନୀତିମୁକ୍ତ ଶାସନ ଉପରେ ରାଜସ୍ୱ ମନ୍ତ୍ରୀଙ୍କ ଗୁରୁତ୍ୱ:

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲାପାଳ ସମ୍ମିଳନୀରେ ଦୁର୍ନୀତି ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସରକାରୀ କାର୍ଯ୍ୟାଳୟ ଦଲାଲମୁକ୍ତ ହେବା ଦରକାର ଏବଂ ମିଡିଲ୍ ମ୍ୟାନ୍ ସିଷ୍ଟମ ହଟିବା ଆବଶ୍ୟକ । ସରକାରଙ୍କ ଲକ୍ଷ୍ୟ ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ ଶାସନ ହେବା ଦରକାର । ଖବରକାଗଜରେ ପ୍ରକାଶ ପାଉଥିବା ଭିଜିଲାନ୍ସ ରେଡ୍, ମୃତ ଲୋକଙ୍କ ନାମରେ ଜମି ପଞ୍ଜିକରଣ, ଓ ଅନ୍ୟ ଲୋକଙ୍କୁ ଠିଆ କରି ଜମି ପଞ୍ଜିକରଣ ଭଳି ଘଟଣାକୁ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି । ସେ ଅଧିକାରୀମାନଙ୍କୁ ଆଖି କାନ ଖୋଲା ରଖିବାକୁ ଏବଂ ନାକ ତଳେ କଣ ହେଉଛି ତା'ର ଖବର ରଖିବାକୁ ପରାମର୍ଶ ଦେଇଛନ୍ତି । ଭିଜିଲାନ୍ସ ଧରିବା ପୂର୍ବରୁ ଅଧିକାରୀମାନେ ନିଜେ ଦୁର୍ନୀତିକୁ ଧରିବା ଉଚିତ ବୋଲି ସେ କହିଛନ୍ତି । ଏହା ସହ ଆଜିର କାମକୁ କାଲି ପର୍ଯ୍ୟନ୍ତ ନରଖିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ:17 Detained Bhadrak Bangladeshi Link: ଭଦ୍ରକରେ ବଙ୍ଗଳାଦେଶୀ ସନ୍ଦେହରେ ୧୭ ଅଟକ, ଚାଲିଛି ପ୍ରମାଣପତ୍ର ଯାଞ୍ଚ

ରାଜସ୍ୱ ବିଭାଗର ସଫଳତା ଓ ଜନତାଙ୍କୁ ସେବା:

ରାଜସ୍ୱ ବିଭାଗ ୨୪,୦୦୦ ଶିକ୍ଷାନୁଷ୍ଠାନକୁ ପଟ୍ଟା ଦେବାରେ ସଫଳ ହୋଇଥିବା ବେଳେ ୨୫,୦୦୦ ଭୂମିହୀନଙ୍କୁ ଜମି ଦେଇଛି। ତେବେ ଏଥିରେ ସରକାର ସନ୍ତୁଷ୍ଟ ନଥିବା ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ଅଧିକ ପିପୁଲ୍ସ ଫ୍ରେଣ୍ଡଲି ହେବାର ଆବଶ୍ୟକତା ରହିଛି । ଆମେ ଜନତାଙ୍କ ସେବକ, ତେଣୁ ଲୋକଙ୍କୁ ସେବା ଯୋଗାଇବା ଆମର ଦାୟିତ୍ୱ । ଅଫିସ ଆସିବା କ୍ଷଣି ମାଲିକ ଭାବରେ ସେବା ଯୋଗାଇବା ଦରକାର । ଫିଲ୍ଡ ଭିଜିଟ୍ ନିହାତି ଆବଶ୍ୟକ ଏବଂ ଏହା ଦ୍ଵାରା ଲୋକଙ୍କ ସମସ୍ୟା ଜାଣିବା ସହ ତା'ର ସମାଧାନ କରିବାର ମନୋଭାବ ରହିବା ଉଚିତ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe