Advertisment

ଜଗନ୍ନାଥ ଧାମକୁ ଐତିହାସିକ ଧର୍ମୀୟ-ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ: ମୁଖ୍ୟମନ୍ତ୍ରୀ

Advertisment

ସ୍ବାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆମ ବିକାଶ ମଡେଲର ଚତୁର୍ଥ ସ୍ତମ୍ଭ ହେଉଛି ଓଡ଼ିଆ ଅସ୍ମିତା। ଜଗନ୍ନାଥ ଧାମକୁ ଏକ ଐତିହାସିକ ଧର୍ମୀୟ-ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ।

ସ୍ବାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆମ ବିକାଶ ମଡେଲର ଚତୁର୍ଥ ସ୍ତମ୍ଭ ହେଉଛି ଓଡ଼ିଆ ଅସ୍ମିତା। ଜଗନ୍ନାଥ ଧାମକୁ ଏକ ଐତିହାସିକ ଧର୍ମୀୟ-ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ।

Untitled
ଭୁବନେଶ୍ବର: ସ୍ବାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆମ ବିକାଶ ମଡେଲର ଚତୁର୍ଥ ସ୍ତମ୍ଭ ହେଉଛି ଓଡ଼ିଆ ଅସ୍ମିତା। ଜଗନ୍ନାଥ ସଂସ୍କୃତି ବିନା ଓଡ଼ିଆ ଅସ୍ମିତାକୁ କଳ୍ପନା କରାଯାଇପାରେନାହିଁ । ତେଣୁ ଜଗନ୍ନାଥ ଧାମକୁ ଏକ ଐତିହାସିକ ଧର୍ମୀୟ-ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ। ପୁରୀକୁ ଏକ ମହାନଗର ନିଗମ କରିବା ପାଇଁ ନିଷ୍ପତ୍ତି ନିଆଯିବା ସହିତ ସେଠାରେ ଏକ ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ମ୍ୟୁଜିଅମ, ଲାଇବ୍ରେରୀ, ଅନୁସନ୍ଧାନ କେନ୍ଦ୍ର, ଇଣ୍ଟରପ୍ରିଟେସନ୍ ସେଣ୍ଟର ଓ ଆକ୍ଵାରିୟମ୍ ମଧ୍ୟ ନିର୍ମାଣ କରାଯିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇ ସାରିଛି। ଏଥି ସହିତ ଓଡ଼ିଆ ଭାଷାକୁ ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ କରାଯାଇଛି। 
ଓଡ଼ିଶାର ମହାପୁରୁଷ ଓ ମହାମନୀଷୀମାନେ ହେଉଛନ୍ତି ଓଡ଼ିଆ ଅସ୍ମିତାର ପ୍ରାଣ। ସେମାନଙ୍କ ଜନ୍ମପୀଠ ଏବଂ ଗ୍ରାମ ଆଜି ବି ଅବହେଳିତ। ତେଣୁ, ଏହାକୁ ସୁଧାରିବା ପାଇଁ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ମହାପୁରୁଷଙ୍କ ଜନ୍ମିତ ସମଗ୍ର ଗ୍ରାମ ପଞ୍ଚାୟତକୁ ଆଦର୍ଶ ଗ୍ରାମ ଭାବେ ଗଢି ତୋଳାଯିବ। ତାହା ହେବ ମହାପୁରୁଷମାନଙ୍କ ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। 
ସେ ଆହୁରି କହିଛନ୍ତି, ପ୍ରତ୍ୟେକ ସରକାର ନିଜ ସାମର୍ଥ୍ୟ ଓ ବିଚାରଧାରା ଅନୁଯାୟୀ ଶାସନ-ପ୍ରଶାସନ କରିଥାନ୍ତି। କିନ୍ତୁ, ସବୁବେଳେ ସାଧାରଣ ଲୋକେ କହିଥାନ୍ତି ଯେ ସେମାନଙ୍କ ଦୁଃଖସୁଖ ଶୁଣିବା ପାଇଁ କେହି ନାହାନ୍ତି ଏବଂ ଦୁର୍ନୀତି ଯୋଗୁଁ ସେମାନେ ବିଭିନ୍ନ ଯୋଜନାର ସୁଫଳ ପାଇ ପାରୁ ନାହାନ୍ତି। ଏହାକୁ ସମାଧାନ କରିବା ପାଇଁ ମୁଁ ବ୍ୟକ୍ତିଗତ ଭାବେ ଅଭିଯୋଗ ଶୁଣାଣି କରୁଛି। ଗତ ଏକ ବର୍ଷ ମଧ୍ୟରେ ୧୪ ଗୋଟି ଜନ ଶୁଣାଣି କରି ୨୦ ହଜାରରୁ ଅଧିକ ଅଭିଯୋଗ ଶୁଣା ଯାଇଥିଲା ଏବଂ ଏହାର ୯୦ ପ୍ରତିଶତରୁ ବି ଅଧିକ ସମସ୍ୟାର ସମାଧାନ କରାଯାଇଛି। ସେଥିପାଇଁ ଲୋକେ କହୁଛନ୍ତି, ‘ଆମ ସରକାର ହେଉଛି, ଲୋକଙ୍କ ସରକାର’। 
ଶାସନ ପ୍ରଶାସନର ଦ୍ଵିତୀୟ ଦିଗଟିକୁ ସରକାର ଅତ୍ୟନ୍ତ ଗୁରୁତର ସହିତ ନେଇଛନ୍ତି। ପିଅନ ଠାରୁ ଆରମ୍ଭ କରି ଆଇଏଏସ ପର୍ଯ୍ୟନ୍ତ ସବୁ ଦୁର୍ନୀତିଖୋର ଅଧିକାରୀ ସରକାରଙ୍କ ସ୍କାନରରେ ଅଛନ୍ତି। ‘ଆଖି ନାହିଁ, କାନ ନାହିଁ, ବାଜି ଗଲେ ଦୋଷ ନାହିଁ’ ନ୍ୟାୟରେ ଭିଜିଲାନ୍ସ ବିଭାଗର ଖଣ୍ଡା ବୁଲୁଛି। ପ୍ରଥମେ କାର୍ଯ୍ୟାନୁଷ୍ଠାନ ନିଆଯିବ, ପରେ ପଦପଦବୀ ଦେଖାଯିବ। ଦୁର୍ନୀତିଖୋରଙ୍କ ପ୍ରତ୍ୟେକଟି ରାତ୍ରି, ଭୟ ଏବଂ ବିଷାଦରେ କଟିବ, ଏହାର ଗ୍ୟାରେଣ୍ଟି ମୁଁ ଦେଉଛି।    
ପରିବେଶ ସୁରକ୍ଷା ବିନା ବିକାଶ ଅସମ୍ଭବ। ତେଣୁ ପ୍ରଧାନମନ୍ତ୍ରୀ ମୋଦୀଜୀ ନାଗରିକଙ୍କ ମଧ୍ୟରେ ପରିବେଶ ସୁରକ୍ଷା ସଚେତନତା ବୃଦ୍ଧି କରିବା ପାଇଁ ଗତ ବର୍ଷ “ଏକ୍ ପେଡ୍ ମା କେ ନାମ” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଚଳିତ ବର୍ଷ ଓଡ଼ିଶାରେ ଏହି କାର୍ଯ୍ୟକ୍ରମକୁ ଏକ ନୂତନ ଶିଖରକୁ ନେବା ପାଇଁ ଆମ ସରକାର ମାନନୀୟ ମୋଦୀ ଜୀଙ୍କ ୭୫ ତମ ଜନ୍ମଦିନରେ ୭୫ ଲକ୍ଷ ଚାରା ରୋପଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଓଡିଶାକୁ ଭଲପାଉଥିବା ଏବଂ ରାଜ୍ୟର ବିକାଶକୁ ସଦା ସର୍ବଦା ଫୋକସ୍‌ରେ ରଖିଥିବା ମାନନୀୟ ମୋଦୀଜୀଙ୍କ ପ୍ରତି, ଏହାହେବ ରାଜ୍ୟବାସୀଙ୍କ ସ-ସ୍ନେହ ଉପହାର। ତେଣୁ, ମୁଁ ଆପଣମାନଙ୍କୁ ନିବେଦନ କରୁଛି, ବିଶେଷକରି ମା’ ଓ ଭଉଣୀମାନଙ୍କୁ ଅନୁରୋଧ କରୁଛି ଯେ, ଆପଣମାନେ ବହୁ ସଂଖ୍ୟାରେ ଏହି ବୃକ୍ଷରୋପଣ ଅଭିଯାନରେ ସାମିଲ ହୋଇ ଏହାକୁ ସଫଳ କରନ୍ତୁ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆମ ବିକାଶ ମଡେଲର ଚତୁର୍ଥ ସ୍ତମ୍ଭ ହେଉଛି ଓଡ଼ିଆ ଅସ୍ମିତା। ଜଗନ୍ନାଥ ସଂସ୍କୃତି ବିନା ଓଡ଼ିଆ ଅସ୍ମିତାକୁ କଳ୍ପନା କରାଯାଇପାରେନାହିଁ । ତେଣୁ ଜଗନ୍ନାଥ ଧାମକୁ ଏକ ଐତିହାସିକ ଧର୍ମୀୟ-ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ। ପୁରୀକୁ ଏକ ମହାନଗର ନିଗମ କରିବା ପାଇଁ ନିଷ୍ପତ୍ତି ନିଆଯିବା ସହିତ ସେଠାରେ ଏକ ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ମ୍ୟୁଜିଅମ, ଲାଇବ୍ରେରୀ, ଅନୁସନ୍ଧାନ କେନ୍ଦ୍ର, ଇଣ୍ଟରପ୍ରିଟେସନ୍ ସେଣ୍ଟର ଓ ଆକ୍ଵାରିୟମ୍ ମଧ୍ୟ ନିର୍ମାଣ କରାଯିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇ ସାରିଛି। ଏଥି ସହିତ ଓଡ଼ିଆ ଭାଷାକୁ ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ କରାଯାଇଛି। 

ଆଗାମୀ  ଦଶ  ବର୍ଷ  “ଓଡ଼ିଶାର ଦଶକ” ହେବାକୁ ଯାଉଛି। ୨୦୩୬ ରେ ଯେତେବେଳେ ଆମେ ସ୍ଵତନ୍ତ୍ର ରାଜ୍ୟ ପ୍ରତିଷ୍ଠାର ଶତ ବାର୍ଷିକୀ ପାଳନ କରିବୁ, ସେତେବେଳେ ଆମ ରାଜ୍ୟ ହୋଇଥିବ ସମୃଦ୍ଧ ଓଡ଼ିଶା, ଏବଂ ଦେଶର ପାଞ୍ଚଗୋଟି ସର୍ବଶ୍ରେଷ୍ଠ ରାଜ୍ୟ ଭିତରେ ସାମିଲ ହୋଇଥିବ। ୨୦୩୬ ସୁଦ୍ଧା, ରାଜ୍ୟର ଅର୍ଥନୀତି ୫୦ ହଜାର କୋଟି ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ ହେବ। ଏହା ନିଶ୍ଚିତ ଭାବେ ସମ୍ଭବ। କାରଣ, ସରକାରଙ୍କ ଇଚ୍ଛାଶକ୍ତି ଅଛି, ଦୂରଦୃଷ୍ଟି ଅଛି, ସମ୍ବଳ ଅଛି ଏବଂ ରାଜ୍ୟବାସୀଙ୍କ ସହଯୋଗ ଅଛି। ସମୃଦ୍ଧ ଓଡିଶା ଗଠନ ଓଡିଶାବାସୀଙ୍କ ଏକ ସାମୁହିକ ଓ ସମାବେଶୀ ଯାତ୍ରା। ୨୦୩୬କୁ ଦୃଷ୍ଟିରେ ରଖି ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ଆମେ ୩୬ଟି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛୁ- “ ୩୬ ପାଇଁ ୩୬ ” ।
ଆଜିର ଦିନରେ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଆମର ପୁଲିସ ଏବଂ ସୈନ୍ୟବାହିନୀ, ଯେଉଁମାନଙ୍କ ହାତରେ ଦେଶର ସୁରକ୍ଷା, ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାର ଗୁରୁ ଦାୟିତ୍ଵ ଅର୍ପିତ ଅଛି। ଦଳମତ ନିର୍ବିଶେଷରେ ସେମାନଙ୍କୁ ସମ୍ମାନ ଜଣାଇବା ଏବଂ ତାଙ୍କୁ ନେଇ ଗର୍ବ କରିବା ଆମ ସମସ୍ତଙ୍କର ଦାୟିତ୍ଵ। ତେଣୁ, ଆମ ସରକାର ରାଜ୍ୟରେ ଡ୍ୟୁଟି ସମୟରେ ପ୍ରାଣବଳି ଦେଇଥିବା ପୋଲିସ କର୍ମଚାରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପୋଲିସ ମେମୋରିଆଲ ନିର୍ମାଣ କରିବେ, ଯାହା ତାଙ୍କ ତ୍ୟାଗ ଓ ବଳିଦାନ ପାଇଁ ହେବ ଶ୍ରେଷ୍ଠ ନିଦର୍ଶନ। 
ଆଜିର ଏହି ପବିତ୍ର ଅବସରରେ ମୁଁ ସମସ୍ତଙ୍କୁ ଗୋଟିଏ ନିବେଦନ କରିବି। ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଗଣତନ୍ତ୍ରରେ ସରକାରଙ୍କୁ ସମାଲୋଚନା କରିବାର ଅଧିକାର ସମସ୍ତଙ୍କର ଅଛି, ହେବା ଉଚିତ ମଧ୍ୟ। କିନ୍ତୁ, ସରକାରଙ୍କୁ ସମାଲୋଚନା କରୁ କରୁ ବେଳେ ବେଳେ ‘ସରକାର’ ଓ ‘ରାଷ୍ଟ୍ର’ ଭିତରେ ଥିବା ସୀମାକୁ କିଛି ବ୍ୟକ୍ତି ଓ ସଂଗଠନ ଲଙ୍ଘି ଯାଉଛନ୍ତି, ଯାହା ରାଷ୍ଟ୍ର ପାଇଁ କେବେ ବି ମଙ୍ଗଳମୟ ନୁହେଁ। ଆମ ଓଡିଆରେ ଗୋଟିଏ କଥା ଅଛି, ‘ମଇଁଷି ସିଂଘ ଫଟା, ଯୁଝିଲା ବେଳକୁ ଗୋଟା’। ଆମ ଦେଶର ସଂସ୍କୃତି ରହି ଆସିଛି ଯେ, ଆମ ଭିତରେ ଯେତେ ବିଭେଦ ଥାଉ ନା କାହିଁକି, ଦେଶ ଉପରେ ଯେତେବେଳେ ବି ସଙ୍କଟ ଆସିଛି, ସମସ୍ତେ ଏକ ହୋଇ ଯାଇଛନ୍ତି। କିନ୍ତୁ, ଗତ କିଛି ବର୍ଷ ହେଲା ଏଥିରେ କିଛି ବ୍ୟତିକ୍ରମ ଦେଖା ଯାଉଛି। ତେଣୁ ମୁଁ ସମସ୍ତଙ୍କୁ ନିବେଦିନ କରୁଛି, ଦେଶର ସୁରକ୍ଷା, ଏକତା ଓ ଦେଶର ବିକାଶ ପାଇଁ ଆମେ ସମସ୍ତେ ଏକ ମନ, ଏକ ପ୍ରାଣ ହୋଇ କାମ କରିବା । ଆମ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଆମେ ମତଭେଦ ଭୁଲି, ନିଜକୁ ଗୁଣ୍ଡୁଚି ମୂଷା ଭଳି ସମର୍ପି ଦେବା । ଓଡ଼ିଶା ହେଉ ଆମ ହୃଦୟର ସ୍ୱର। ଓଡିଶା ହେଉ ଆମ ଅସ୍ମିତା ଓ ଚେତନାର ମନ୍ଦିର।
ଶେଷରେ, ଆମ ଓଡ଼ିଆ ଜାତି ଝଡ଼ଝଞ୍ଜାରେ ବି ଅତୀତରେ ହାରିନି,  କି ଆଗକୁ ବି ହାରିବନାହିଁ। ଆମ ଓଡ଼ିଆ ଜାତିକୁ, ଏମିତି ମହାପ୍ରଭୁଙ୍କ ଅପାର କରୁଣା ଘଣ୍ଟ ଘୋଡେଇ ରଖିଥାଉ । ସମଗ୍ର ରାଜ୍ୟବାସୀ ତଥା ଦେଶର କଲ୍ୟାଣ ପାଇଁ ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe