ସଶକ୍ତ ଶିକ୍ଷାନୀତି ପ୍ରଗତିଶୀଳ ସମାଜକୁ ଆଗେଇ ନେବ: ରାଜ୍ୟପାଳ ହରିବାବୁ କମ୍ଭମପାଟି

Advertisment

ଆଜି ‘କନକ ନ୍ୟୁଜ୍‌’ ପକ୍ଷରୁ ଓଡ଼ିଶା ଶିକ୍ଷା କନ୍‌କ୍ଲେଭ୍‌-୨୦୨୫ ‘ଉତ୍କର୍ଷ’ ଅନୁଷ୍ଠିତ ହେଉଛି। ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ହରିବାବୁ କମ୍ଭମପାଟି କହିଛନ୍ତି, ଏକ ସଶକ୍ତ ଶିକ୍ଷାନୀତି ପ୍ରଗତିଶୀଳ ସମାଜକୁ ଆଗେଇ ନେବ।

ଆଜି ‘କନକ ନ୍ୟୁଜ୍‌’ ପକ୍ଷରୁ ଓଡ଼ିଶା ଶିକ୍ଷା କନ୍‌କ୍ଲେଭ୍‌-୨୦୨୫ ‘ଉତ୍କର୍ଷ’ ଅନୁଷ୍ଠିତ ହେଉଛି। ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ହରିବାବୁ କମ୍ଭମପାଟି କହିଛନ୍ତି, ଏକ ସଶକ୍ତ ଶିକ୍ଷାନୀତି ପ୍ରଗତିଶୀଳ ସମାଜକୁ ଆଗେଇ ନେବ।

fffbbbv

ଭୁବନେଶ୍ବର: ଆଜି ‘କନକ ନ୍ୟୁଜ୍‌’ ପକ୍ଷରୁ ଓଡ଼ିଶା ଶିକ୍ଷା କନ୍‌କ୍ଲେଭ୍‌-୨୦୨୫ ‘ଉତ୍କର୍ଷ’ ଅନୁଷ୍ଠିତ ହେଉଛି। ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ହରିବାବୁ କମ୍ଭମପାଟି କହିଛନ୍ତି, ଏକ ସଶକ୍ତ ଶିକ୍ଷାନୀତି ପ୍ରଗତିଶୀଳ ସମାଜକୁ ଆଗେଇ ନେବ। ଏଦିଗରେ ଓଡ଼ିଶା ଶିକ୍ଷା କନ୍‌କ୍ଲେଭ୍‌-୨୦୨୫ ‘ଉତ୍କର୍ଷ’ କାର୍ଯ୍ୟ ସହାୟକ ହେବ। ରାଜ୍ୟପାଳ ହରିବାବୁ କମ୍ଭମପାଟି କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥିରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ, ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସଂପାଦିକା ତନୟା ପଟ୍ଟନାୟକ ଉପସ୍ଥିତ ଅଛନ୍ତି। 

‘କନକ ନ୍ୟୁଜ୍‌’ ପକ୍ଷରୁ ଓଡ଼ିଶା ଶିକ୍ଷା କନ୍‌କ୍ଲେଭ୍‌-୨୦୨୫ ‘ଉତ୍କର୍ଷ’ ଅନୁଷ୍ଠିତ ହେଉଛି। ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ହରିବାବୁ କମ୍ଭମପାଟି କହିଛନ୍ତି, ଏକ ସଶକ୍ତ ଶିକ୍ଷାନୀତି ପ୍ରଗତିଶୀଳ ସମାଜକୁ ଆଗେଇ ନେବ। ଏଦିଗରେ ଓଡ଼ିଶା ଶିକ୍ଷା କନ୍‌କ୍ଲେଭ୍‌-୨୦୨୫ ‘ଉତ୍କର୍ଷ’ କାର୍ଯ୍ୟ ସହାୟକ ହେବ। ରାଜ୍ୟପାଳ ହରିବାବୁ କମ୍ଭମପାଟି କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥିରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ, ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସଂପାଦିକା ତନୟା ପଟ୍ଟନାୟକ ଉପସ୍ଥିତ ଅଛନ୍ତି। 

ସମ୍ମିଳନୀର ପ୍ରଥମ ଅଧିବେଶନରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର ଯୋଗ ଦେବେ। ଦ୍ବିତୀୟ ଅଧିବେଶନରେ ‘ସୋଆ’ର କ୍ବାଣ୍ଟମ୍‌ ସାଇନ୍‌ସ ଏଣ୍ଡ ଟେକ୍ନୋଲୋଜି କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ପ୍ରଶାନ୍ତ ପାଣିଗ୍ରାହୀ, ସେଞ୍ଚୁରିଅନ୍‌ ବିଶ୍ବବିଦ୍ୟାଳୟର ପ୍ରୋ ଭିସି ଅଜୟ କୁମାର ନାୟକ ଭାଗ ନେବେ। ତୃତୀୟ ଅଧିବେଶନରେ ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ ଅରବିନ୍ଦ ମହାପାତ୍ର, ଚତୁର୍ଥ ଅଧିବେଶନରେ ମାଟ୍ରିକ୍ ପରୀକ୍ଷାର ସଫଳ ଛାତ୍ରଛାତ୍ରୀ ଅର୍ପିତା ଆଚାର୍ଯ୍ୟ, ଡାନିଏଲ ଲେଙ୍କା, ଡମ୍ବରୁ ଲେଙ୍କା, ସୌର୍ଯ୍ୟଜିତ ପ୍ରଧାନ ଏବଂ ଶେଷ ଅଧିବେଶନରେ ‘ଓଷ୍ଟା’ର ସାଧାରଣ ସଂପାଦକ ରଂଜନ ଦାଶ, ଶିକ୍ଷାବିତ୍ ପ୍ରଫେସର ସତ୍ୟକାମ ‌ମିଶ୍ର ଓ ଡିଏଭି ସ୍କୁଲ ଅଫ୍ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ପ୍ରଫେସର ଡ. ଡିଏନ୍‌ ମିଶ୍ର ଭାଗ ନେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe