ବିକଶିତ ଭାରତରେ ଓଡ଼ିଶାର ଯୋଗଦାନ ଗୁରୁତ୍ବପୂର୍ଣ୍ଣ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଖୁବ୍ ଶୀଘ୍ର ବିକାଶର ଶିଖର ଛୁଇଁବ ଓଡ଼ିଶା। ଓଡ଼ିଶା ସଶକ୍ତ ଓ ସମୃଦ୍ଧ ହେବ। ଭାରତକୁ ବୁଝିବା ପାଇଁ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ। ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫କୁ ଉଦଘାଟନ କରି ଏହା କହିଛନ୍ତି।

bhj

ଭୁବନେଶ୍ବର: ଖୁବ୍ ଶୀଘ୍ର ବିକାଶର ଶିଖର ଛୁଇଁବ ଓଡ଼ିଶା। ଓଡ଼ିଶା ସଶକ୍ତ ଓ ସମୃଦ୍ଧ ହେବ। ଭାରତକୁ ବୁଝିବା ପାଇଁ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ। ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହେବ। ଓଡ଼ିଶା ଖୁବ୍ ଶୀଘ୍ର ସେଭଳି ଶୀର୍ଷରେ ପହଞ୍ଚିବ, ଯାହାର କେହି କଳ୍ପନା କରିନାହାନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସରକାରଙ୍କ ପ୍ରମୁଖ ନିବେଶକ ସମ୍ମିଳନୀ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫କୁ ଉଦଘାଟନ କରି ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମୁଁ ଖୁସି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଆଗେଇନେବାର ପ୍ରୟାସ ଆରମ୍ଭ କରିଛନ୍ତି। ୨୦୨୫ର ଆରମ୍ଭ ସମୟରେ ଜାନୁଆରିରେ ଓଡ଼ିଶା ଆସିଥିଲି। ପୁଣି ଆଜି ଓଡ଼ିଶା ଆସିଛି। ପୂର୍ବ ସରକାର ତୁଳନାରେ ଏଥର ୬ଗୁଣା ଅଧିକ ନିବେଶକ ସାମିଲ ହୋଇଥିବା ଜାଣି ମୁଁ ଖୁସି। ଏଥିଲାଗି ମୁଁ ଓଡ଼ିଶାବାସୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛି। ଓଡ଼ିଶାରେ ଯେଉଁ ସଂପଦ ରହିଛି, ତାର ଶିଳ୍ପାନୁଷ୍ଠାନ ଏଠାରେ ଗଢ଼ିଉଠୁ। ଓଡ଼ିଶାରେ ନିବେଶର ଅନନ୍ତ ସମ୍ଭାବନା ରହିଛି। ଏଣୁ ନିବେଶକମାନଙ୍କୁ ଅନୁରୋଧ, ସେମାନେ ଏଠି ନିବେଶ କରନ୍ତୁ।

‘ଜୟ ଜଗନ୍ନାଥ’ରୁ ଉଦବୋଧନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି, ମୁଁ ଖୁସି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଆଗେଇନେବାର ପ୍ରୟାସ ଆରମ୍ଭ କରିଛନ୍ତି। ୨୦୨୫ର ଆରମ୍ଭ ସମୟରେ ଜାନୁଆରିରେ ଓଡ଼ିଶା ଆସିଥିଲି। ପୁଣି ଆଜି ଓଡ଼ିଶା ଆସିଛି। ପୂର୍ବ ସରକାର ତୁଳନାରେ ଏଥର ୬ଗୁଣା ଅଧିକ ନିବେଶକ ସାମିଲ ହୋଇଥିବା ଜାଣି ମୁଁ ଖୁସି। ଏଥିଲାଗି ମୁଁ ଓଡ଼ିଶାବାସୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛି। ଓଡ଼ିଶାରେ ଆଜି ବି ବାଲିଯାତ୍ରା ବି ହେଉଛି। ବିକଶିତ ଭାରତରେ ଓଡ଼ିଶାର ଯୋଗଦାନ ଗୁରୁତ୍ବପୂର୍ଣ୍ଣ। ଦକ୍ଷିଣ-ପୂର୍ବ ଭାରତ ସହ ଓଡ଼ିଶାର ସଂପର୍କ ବହୁ ପୁରୁଣା। ସାଉଥ୍-ଇଷ୍ଟକୁ ଯୋଡ଼ୁଛି ଓଡ଼ିଶା। ଓଡ଼ିଶାରେ ଯେଉଁ ସଂପଦ ରହିଛି, ତାର ଶିଳ୍ପାନୁଷ୍ଠାନ ଏଠାରେ ଗଢ଼ିଉଠୁ। ଓଡ଼ିଶାରେ ନିବେଶର ଅନନ୍ତ ସମ୍ଭାବନା ରହିଛି। ଏଣୁ ନିବେଶକମାନଙ୍କୁ ଅନୁରୋଧ, ସେମାନେ ଏଠି ନିବେଶ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe