୨୪ ବର୍ଷ ପରେ ମଧ୍ୟ ଗୋଟିଏ ସ୍ଥିର ପରିବର୍ତ୍ତନ ହେଇଛି: ସୌମ୍ୟରଞ୍ଜନ

Advertisment

ଓଡ଼ିଶା ନିର୍ମାଣ କନକ୍ଲେଭ ୨୦୨୪ର ଶୁଭାରମ୍ଭ ହୋଇଛି। ଏଥିରେ ଅତିଥି ଭାବେ ଯୋଗ ଦେଇଛନ୍ତି ରାଜ୍ୟ ସରକାରଙ୍କ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏହି ସଭାରେ ସ୍ୱାଗତ ଭାଷଣ ଦେଇଥିଲେ ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ।

ଓଡ଼ିଶା ନିର୍ମାଣ କନକ୍ଲେଭ ୨୦୨୪ର ଶୁଭାରମ୍ଭ ହୋଇଛି। ଏଥିରେ ଅତିଥି ଭାବେ ଯୋଗ ଦେଇଛନ୍ତି ରାଜ୍ୟ ସରକାରଙ୍କ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏହି ସଭାରେ ସ୍ୱାଗତ ଭାଷଣ ଦେଇଥିଲେ ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ।

sdf

ଭୁବନେଶ୍ବର: ଓଡ଼ିଶା ନିର୍ମାଣ କନକ୍ଲେଭ ୨୦୨୪ର ଶୁଭାରମ୍ଭ ହୋଇଛି। ଏଥିରେ ଅତିଥି ଭାବେ ଯୋଗ ଦେଇଛନ୍ତି ରାଜ୍ୟ ସରକାରଙ୍କ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏହି ସଭାରେ ସ୍ୱାଗତ ଭାଷଣ ଆରମ୍ଭ କରିଥିଲେ ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ। ଏଥିରେ  ସ୍ୱାଗତ ଭାଷଣ ଦେଇ ଅଧ୍ୟକ୍ଷ କହିଛନ୍ତିି,  ୮୦ ଦଶକରୁ ଆଜି ପର୍ଯ୍ୟନ୍ତ ରାଜନୈତିକ ସ୍ଥିରତାରେ ଆମକୁ କେହି ଟପିପାରିବେନି । ୨୪ ବର୍ଷ ପରେ ଗୋଟିଏ ପରିବର୍ତ୍ତନ ହେଲା, ଅନେକ ଆଶା କରୁଥିଲେ ଟିକେ ଅସ୍ଥିରତା ରହିବ। ହେଲେ ୨୪ ବର୍ଷ ପରେ ମଧ୍ୟ ଗୋଟିଏ ସ୍ଥିର ପରିବର୍ତ୍ତନ ହେଇଛି। ତେଣୁ ମୋ ବିଚାରରେ ବିକାଶ ଓ ନିର୍ମାଣରେ ରାଜନୈତିକ ସ୍ଥିରତା ଆବଶ୍ୟକତା ଥିଲା। ତାହା ଆଉ ପ୍ରସଙ୍ଗ ହେଇ ନାହିଁ ।

ଓଡ଼ିଶାର ନିର୍ମାଣ କନକ୍ଲେଭ କଥା ଚିନ୍ତା କଲାବେଳେ, ମୋର ୭୦ ଦଶକର କଥା ମନେପଡୁଛି । ସେ ସମୟରେ ରାଜନୈତିକ ଦଳମାନଙ୍କର ଗୋଟିଏ ନାରା ଥିଲା, ରାଜନୈତିକ ଅସ୍ଥିରତା ଯୋଗୁଁ ଓଡ଼ିଶାର ବିକାଶ ହେଇପାରୁନି । ସତେ ଯେପରି ରାଜନୈତିକ ସ୍ଥିରତା ଆସିଲେ, ବିକାଶ ତ୍ୱରାନ୍ୱିତ ହେବ । ରାଜନୈତିକ ଅସ୍ଥିରତାକୁ ଆମେ ସମ୍ପୂର୍ଣ୍ଣ ଭାବେ ପରାହତ କରିଛୁ କହିଲେ ଅତ୍ୟୁକ୍ତି ହେବନି। 

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାର ନିର୍ମାଣ କନକ୍ଲେଭ କଥା ଚିନ୍ତା କଲାବେଳେ, ମୋର ୭୦ ଦଶକର କଥା ମନେପଡୁଛି । ସେ ସମୟରେ ରାଜନୈତିକ ଦଳମାନଙ୍କର ଗୋଟିଏ ନାରା ଥିଲା, ରାଜନୈତିକ ଅସ୍ଥିରତା ଯୋଗୁଁ ଓଡ଼ିଶାର ବିକାଶ ହେଇପାରୁନି । ସତେ ଯେପରି ରାଜନୈତିକ ସ୍ଥିରତା ଆସିଲେ, ବିକାଶ ତ୍ୱରାନ୍ୱିତ ହେବ । ରାଜନୈତିକ ଅସ୍ଥିରତାକୁ ଆମେ ସମ୍ପୂର୍ଣ୍ଣ ଭାବେ ପରାହତ କରିଛୁ କହିଲେ ଅତ୍ୟୁକ୍ତି ହେବନି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe