ଭୁବନେଶ୍ବର: ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀରେ ଯୋଗ ଦେଇ ରାହଗିରିର ସହ ପ୍ରତିଷ୍ଠାତା ସାରିକା ପଣ୍ଡା କହିଛନ୍ତି, ବୃହତ୍ତର ସୁଯୋଗ ପାଇଁ ଆମେ ସହରକୁ ଆସୁଛେ। ହେଲେ ସହରରେ ଆମେ ଚ୍ୟାଲେଞ୍ଜକୁ ସାମ୍ନା କରୁଛେ। ସହରର ଅନେକ ସ୍ଥାନରେ ସହରୀ ବନ୍ୟା ଦେଖିବାକୁ ମିଳୁଛି। ପୂର୍ବରୁ ଭୁବନେଶ୍ୱରରେ ସହରୀ ବନ୍ୟା ଦେଖିବାକୁ ମିଳୁନଥିଲା, ହେଲେ ଏବେ ୨ ଘଣ୍ଟା ବର୍ଷାରେ ଭୁବନେଶ୍ୱରରେ ସହରୀ ବନ୍ୟା ଦେଖିବାକୁ ମିଳୁଛି।
ସେ ଆହୁରି କହିଛନ୍ତି, ଆମେ ଚାଲିବା ଭୁଲିଗଲେଣି। ଯଦି ସମ୍ଭବ ହେବ ତେବେ ଆମେ ଆମ ବେଡରୁମକୁ ମଧ୍ୟ କାର୍ ନେଇଯିବା। ପ୍ରତିବର୍ଷ ୨ ଲକ୍ଷରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି, ଆଉ ୬ ଲକ୍ଷ ଲୋକ ସମ୍ପୂର୍ଣ୍ଣ ଭାବେ ଦିବ୍ୟାଙ୍ଗ ହେଉଯାଉଛନ୍ତି। ଏହାର କାରଣ ହେଉଛି କାର୍ କୈନ୍ଦ୍ରିକ ସହରୀ ବିକାଶ। ପ୍ରଦୂଷଣର ୪୦ ପ୍ରତିଶତ କାରରୁ ନିର୍ଗତ ଧୂଆଁରୁ ହେଉଛି। ତେବେ କେତେ ଜଣ ଚାହାଁନ୍ତି ଭୁବନେଶ୍ୱର ଦିଲ୍ଲୀ, ଗୁରୁଗ୍ରାମ ଆଉ ଏନସିଆର ଭଳି ହେଉ? କେହି ବି ସେମିତି ଚାହାଁନ୍ତିନି। ଏଣୁ ଏଥିପ୍ରତି ଧ୍ୟାନ ଦେବା ଦରକାର।
‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀରେ ଭୁବନେଶ୍ବରରେ ପ୍ରଦୂଷଣ ନେଇ ଚିନ୍ତା
Advertisment
Follow Us