Speech Union Minister Ashwini Vaishnav: ଓଡ଼ିଶାକୁ ଉନ୍ନତ ମାନର ଶିଳ୍ପ ଆସିବା ସ୍ବପ୍ନ ଏବେ ସଫଳ ହେଉଛି: କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

କେନ୍ଦ୍ର ସୂଚନା ପ୍ରସାରଣ, ଇଲେକ୍ଟ୍ରୋନିକ୍ସ, ଆଇଟି ଓ ରେଳ minister ଅଶ୍ଵିନୀ ବୈଷ୍ଣବ ଭିସି‌ରେ ଯୋଗ ଦେଇ କହିଛନ୍ତି, ଡବଲ ଇଂଜିନ ସରକାରରେ ଓଡ଼ିଶାରେ ବିକାଶ ହେଉଛି। ସରକାରଙ୍କ ସ୍ବପ୍ନ ଥିଲା ଉନ୍ନତ ମାନର ଶିଳ୍ପ ଓଡ଼ିଶାକୁ ଆସୁ, ଏବଂ ଏହା ସଫଳ ହେଉଛି।

Untitled-1

SPEECH OF UNION MINISTER ASHWINI VAISHNAV Photograph: (sambad.in)

ଭୁବନେଶ୍ବର: ପ୍ରଥମ ସେମି କଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌ର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିରେ କେନ୍ଦ୍ର ସୂଚନା ପ୍ରସାରଣ, ଇଲେକ୍ଟ୍ରୋନିକ୍ସ, ଆଇଟି ଓ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଭିସି‌ରେ ଯୋଗ ଦେଇ କହିଛନ୍ତି, ଡବଲ ଇଂଜିନ ସରକାରରେ ଓଡିଶାରେ ବିକାଶ ହେଉଛି। ସରକାରଙ୍କ ସ୍ବପ୍ନ ଥିଲା ଉନ୍ନତ ମାନର ଶିଳ୍ପ ଓଡ଼ିଶାକୁ ଆସୁ, ଏବଂ ଏହା ସଫଳ ହେଉଛି। ଆଗାମୀ ବର୍ଷରେ ସେମି କଣ୍ଡକ୍ଟର କ୍ଷେତ୍ରରେ ବହୁ ମାତ୍ରାରେ ସୁଯୋଗ ରହିଛି। ଆଗ୍ରେସିଭଲି ଇଲେକ୍ଟ୍ରୋନିକ୍ସ ଫାକ୍ଟ୍ରି ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହୁଅନ୍ତୁ, ସମସ୍ତ ସହଯୋଗ ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି। 

ବହୁ ଡାଟା କମ୍ପାନୀ ଓଡ଼ିଶା ଆସିବେ

କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଆହୁରି କହିଛନ୍ତି,  ରାଜ୍ୟ ସରକାରଙ୍କୁ ଅନୁରୋଧ ଡାଟା ସେଣ୍ଟର ପଲିସି ଆଣନ୍ତୁ। ଏଥିରେ ଶସ୍ତାରେ ବିଦ୍ୟୁତ, ଗମନାଗମନ ପାଇଁ ରାସ୍ତା, ଆବଶ୍ୟକ ଭିତ୍ତିଭୂମି ଯୋଗାଇବାର ବ୍ୟବସ୍ଥା କରନ୍ତୁ। ଏପରି ହୋଇପାରିଲେ ବହୁ ଡାଟା କମ୍ପାନୀ ଓଡ଼ିଶା ଆସିବେ। ଭୁବନେଶ୍ୱର ଆଇଆଇଟିରେ ନିଜ ଏମପି ଲାଡରେ ସେମିକଣ୍ଡକ୍ଟର ଲ୍ୟାବ ପ୍ରତିଷ୍ଠା କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଆଇ ଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆଇଆଇଟି ଭୁବନେଶ୍ୱରରେ ' ନମୋ ' ସେମି କଣ୍ଡକ୍ଟର ଲ୍ୟାବ ପ୍ରତିଷ୍ଠା କରାଯାଇଛି। ଇଣ୍ଡଷ୍ଟ୍ରି ଏବଂ ଏକାଡେମୀକୁ ଯୋଡ଼ିବା ଲକ୍ଷ୍ୟରେ ୫ କୋଟି ଟଙ୍କା ଅର୍ଥ ବ୍ୟୟରେ ଏହା ପ୍ରତିଷ୍ଠା କରାଯାଇଛି। ଯାହା ଦ୍ବାରା ସେମି କଣ୍ଡକ୍ଟର କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ କରାଯାଇପାରିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। 

ଆହୁରି ପଢ଼ନ୍ତୁ: Fir Bjd Pranab Prakash Das: ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ ଅଧିରାଜ ପାଣିଗ୍ରାହୀଙ୍କ ନାଆଁରେ କୋମନା ଥାନାରେ ମାମଲା, ଆକ୍ରମଣ ସାଙ୍ଗକୁ ହତ୍ୟା ଧମକ ଅଭିଯୋଗ

ଓଡ଼ିଶାରେ ଚିପ୍ ଓ ସିପ ତିଆରି ହେବ 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ ଚିପ୍ ଓ ସିପ ତିଆରି ହେବାର ପରିକଳ୍ପନା ଆଜି ବାସ୍ତବ ରୂପ ନେବାକୁ ଯାଉଛି। ଓଡ଼ିଶାକୁ ଦେଶର ସର୍ବଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ସ୍ଥାନ ଦେବା ଲାଗି ପ୍ରଧାନମନ୍ତ୍ରୀ ଯେଉଁ କଥା କହିଥିଲେ ସେ ଦିଗରେ ଆମେ ଆଗକୁ ବଢୁଛୁ। ଓଡ଼ିଶାରେ ଚିପ୍ ତିଆରି ଲାଗି ଇନଫୋ ଭ୍ୟାଲି-୨ ରେ ଆଜି ଏକ ୨୦୦୦ କୋଟି ଟଙ୍କାର ଗ୍ରାଉଣ୍ଡ ବ୍ରେକିଂ କରାଯାଇଛି। ସେହିପରି ନିକଟରେ ଗଞ୍ଜାମ ଜିଲ୍ଲାର ବାହୁଦା ସିପ୍ ବା ଜାହାଜ ନିର୍ମାଣ ପାଇଁ ମୁମ୍ବାଇରେ MOU ହୋଇଛି । 

ଆହୁରି ପଢ଼ନ୍ତୁ:Death Young Man Jharsuguda: ପାରିବାରିକ କଳହର କରୁଣ ପରିଣତି: ଟ୍ରେନ ସମ୍ମୁଖରେ ଶୋଇ ପଡ଼ିଲେ ଯୁବକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe