ରାଜ୍ୟ ହକି ପ୍ରତିଯୋଗିତା ଆରମ୍ଭ

ପାନପୋଷ କ୍ରୀଡ଼ା ଛାତ୍ରାବାସ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ରବିବାରଠାରୁ ତୃତୀୟ ରାଜ୍ୟ ବାଳକ ଉପକନିଷ୍ଠ ହକି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ବାଳକ ଉପକନିଷ୍ଠ ବର୍ଗରେ ମୋଟ୍‌ ୧୪ଟି ମ୍ୟାଚ୍‌ ଖେଳାଯିବାକୁ ନିର୍ଦ୍ଧାରିତଥିଲା।

Hockey
ରାଉରକେଲା: ସ୍ଥାନୀୟ ପାନପୋଷ କ୍ରୀଡ଼ା ଛାତ୍ରାବାସ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ରବିବାରଠାରୁ ତୃତୀୟ ରାଜ୍ୟ ବାଳକ ଉପକନିଷ୍ଠ ହକି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ବାଳକ ଉପକନିଷ୍ଠ ବର୍ଗରେ ମୋଟ୍‌ ୧୪ଟି ମ୍ୟାଚ୍‌ ଖେଳାଯିବାକୁ ନିର୍ଦ୍ଧାରିତଥିଲା। ଏଥିମଧ୍ୟରୁ ୯ଟି ମ୍ୟାଚ୍‌ ଖେଳାଯାଇଥିଲାବେଳେ ୪ଟି ଦଳ ଅନୁପସ୍ଥିତ ରହିବାରୁ ପ୍ରତିପକ୍ଷଙ୍କୁ ବିଜୟୀ ଘୋଷିତ କରାଯାଇଛି। ତେବେ ଉଭୟ ନୟାଗଡ଼ ଓ ଜଗତସିଂହପୁର ଦଳ ନ ଆସିବାରୁ ମ୍ୟାଚ୍‌ ବାତିଲ ହୋଇଛି।

ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ୍‌ରେ ବରଗଡ଼ ଓ ସୁବର୍ଣ୍ଣପୁର ମଧ୍ୟରେ ଖେଲାଯାଇଥିଲା। ତେବେ ମ୍ୟାଚ୍‌ରେ ବରଗଡ଼ ଦଳ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାରକରି ସିଧାସଳଖ ୫-୦ ଗୋଲରେ ସୁବର୍ଣ୍ଣପୁରକୁ ପରାସ୍ତ କରିଛି।

ଦ୍ବିତୀୟ ମ୍ୟାଚ୍‌ରେ କିଟ୍‌ ୩-୦ ଗୋଲରେ ସମ୍ବଲପୁରକୁ ପରାସ୍ତ କରିଥିବାବେଳେ ଗାଙ୍ଗପୁର ହକି ଏକାଡେମୀ ୬-୦ ଗୋଲରେ କଟକକୁ, ଏସ୍‌ଏମ୍‌ଏସ୍‌ ହକି ଏକାଡେମୀ ୮-୦ ଗୋଲରେ ରାୟଗଡ଼ାକୁ, ଝାରସୁଗୁଡ଼ା ୧-୦ ଗୋଲରେ କଳାହାଣ୍ଡିକୁ, ବାଲଶ୍ବେର ସୁଟ୍‌ଆଉଟ୍‌ରେ ୪-୩ ଗୋଲରେ ଅନୁଗୁଳକୁ, ନବରଙ୍ଗପୁର ୩-୦ ଗୋଲରେ ଗଞ୍ଜାମକୁ, ଢ଼େଙ୍କାନାଳ ୨-୦ ଗୋଲରେ ମାଲକାନଗିରିକୁ ଓ ପାନପୋଷ କ୍ରୀଡ଼ା ଛାତ୍ରାବାସ ୨-୦ ଗୋଲରେ ପୁରୀକୁ ପରାସ୍ତ କରିଛି। ତେବେ ବିଭିନ୍ନ ଦଳ ଅନୁପସ୍ଥିତ ରହିଛନ୍ତି। ଗାଙ୍ଗପୁର ହକି ଆସୋସିଏସନ ଅନୁପସ୍ଥିତ ରହିବାରୁ କେନ୍ଦୁଝର ଦଳକୁ ବିଜୟୀ ଘୋଷିତ କରାଯାଇଥିବାବେଳେ ଦେବଗଡ଼ ଅନୁପସ୍ଥିତ ରହିବାରୁ ଭଦ୍ରକ, କୋରାପୁଟ ଅନୁପସ୍ଥିତ ରହିବାରୁ କନ୍ଧମାଳ ଓ ଖୋର୍ଦ୍ଧା ଅନୁପସ୍ଥିତ ରହିବାରୁ ଯାଜପୁରକୁ ବିଜେତା ଘୋଷିତ କରାଯାଇଛି। ଉଲ୍ଲେଖଯୋଗ୍ୟ, ମଙ୍ଗଳବାରଠାରୁ କନିଷ୍ଠ ବାଳିକା ବର୍ଗର ମ୍ୟାଚ୍‌ ଆରମ୍ଭ ହେବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe