ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି: ଗାଈ-ମଇଁଷି ଚାଷୀଙ୍କ ପାଇଁ ପ୍ରସ୍ତୁତ ହେବ କ୍ଷେତ୍ର

Advertisment

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୭ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି।

Updated On

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୭ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
cabinet

ଭୁବନେଶ୍ବର: ଲୋକସେବା ଭବନରେ ଶନିବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି ବିଭାଗରେ ୭ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି।

ରାଜ୍ୟ ସରକାର ହାଇକୋର୍ଟର କର୍ମଚାରୀମାନଙ୍କ ପାଇଁ ୫୫୦ଟି ଆବାସିକ ଘର ନିର୍ମାଣ କରିବେ। ଏହାର ନିର୍ମାଣ କାମ ଆସନ୍ତା ୩୦ ମାସ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ସିନିୟର ଜର୍ଜ ପାଇଁ ନିୟମ ସଂଶୋଧନ, ଉତ୍ତିନ୍ନ ପାଇଁ ପରୀକ୍ଷା କରାଯିବ। ବେସରକାରୀ ଡିଲରଙ୍କ ଏକ୍ସଟସନ ୨୦୨୬ ମସିହା ପର୍ଯ୍ୟନ୍ତ ଦେଢ଼ ବର୍ଷ ବୃଦ୍ଧି କରାଯାଇଥିବା ବେଳେ ବିଧାନସଭା ପରିସଂଖ୍ୟାନର ତଥ୍ୟ ବିତରଣ ଉପରେ ସଂଶୋଧନ ହୋଇଛି। 

ରାଜ୍ୟ ସରକାର ଆଜିର କ୍ୟାବିଟେ୍‌ରେ ଗୋପାଳକ ଓ ଦୁଗ୍ଧଚାଷୀଙ୍କ ବୃହତ୍‌ ସ୍ବାର୍ଥ ପାଇଁ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ଦ୍ବାରା ରାଜ୍ୟର ଦୁଗ୍ଧଚାଷୀ ଉପକୃତ ହେବେ।

ଶ୍ରୀ ହରିଚନ୍ଦନ କହିଛନ୍ତି, ଶ୍ରୀ ହରିଚନ୍ଦନ କହିଛନ୍ତି,  ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୮ଟି ବିଭିନ୍ନ ଦିଗ, ଗୋପାଳନ, ସୁରକ୍ଷା, ଦୁଗ୍ଧ ଉପାଦାନକୁ ଜାତୀୟ ସ୍ତରରେ ପଂହଁଚାଇବା, ମଇଁଷି ପାଳନ, ଗୋ ସମ୍ପଦ ବୀମା (୮୫% ସରକାର ଦେବେ ୧୫%ଚାଷୀ), ବାଛୁରୀମାନଙ୍କୁ ଖାଦ୍ୟ ଯୋଗାଣ, ସମବାୟ ଚାଷୀଙ୍କୁ ଲୀନ ସମୟ ରେ ସମହାୟ, ଦୁଗ୍ଧ ଉତ୍ପାଦନକୁ ସହାୟତା, ଓମଫେଡକୁ ସଶକ୍ତ ପାଇଁ ସହାୟତା, ଫଡର ଚାଷ ପାଇଁ ଇନସେଟିଭ ପାଇଁ ପ୍ରସ୍ତାବ ପାରିତ ହୋଇଛି।  ଏଥିପାଇଁ ରାଜ୍ୟ ସରକାର ଆଗାମୀ ୫ ବର୍ଷ ମଧ୍ୟରେ ୧୪୨୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe