ବଦଳିବ ଶିକ୍ଷା ଭିତ୍ତିଭୂମି! ଏତିକି କୋଟି ବ୍ୟୟବରାଦ କଲେ ରାଜ୍ୟ ସରକାର

ରାଜ୍ୟ ସରକାର ଆଗାମୀ ଆର୍ଥିକ ବର୍ଷରେ ଉଚ୍ଚଶିକ୍ଷା ପାଇଁ ମଧ୍ୟ ବଜେଟ୍‌ରେ ସ୍ଥାନ ଦେଇଛନ୍ତି। ବିଶ୍ବବିଦ୍ୟାଳୟ, ସରକାରୀ କଲେଜ, ବେସରକାରୀ ଅନୁଦାନପ୍ରାପ୍ତ କଲେଜର ଭିତ୍ତିଭୂମି ପାଇଁ ୩୭୫ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।

Budget 2025-26

Budget 2025-26 Photograph: (sambad.in)

ଭୁବନେଶ୍ବର: ଶିକ୍ଷା ହେଉଛି ସମାଜର ଦର୍ପଣ। ଶିକ୍ଷା ମାଧ୍ୟମରେ ହିଁ ସମାଜରେ ପରିବର୍ତ୍ତନ ଆଣି ହେବ। ଶିକ୍ଷା ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କ୍ଷେତ୍ରରେ ସରକାର ଆଗାମୀ ଆର୍ଥିକ ବର୍ଷରେ ୩୧,୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ବଜେଟ୍ ଗତ ବଜେଟ୍ ତୁଳନାରେ ୧୮ପ୍ରତିଶତ ଅଧିକ। ରାଜ୍ୟ ସରକାର ଆଗାମୀ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ କରିବାକୁ ଯାଉଛନ୍ତି। ସରକାରଙ୍କ ଲକ୍ଷ୍ୟ ରହିଛି ଯେ, ରାଜ୍ୟରେ ୪୫,୦୦୦ ଶିଶୁବାଟିକା ଖୋଲାଯିବ। ଏହା ପ୍ରାଥମିକ ବିଦ୍ୟାଳୟ ସହିତ ରହିବ। 

ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ପିଲାମାନେ କିପରି ମହାପୁରୁଷ ଏବଂ ଓଡ଼ିଆ ସଂସ୍କୃତିକୁ ମନେ ରଖିବେ ସେଥିପାଇଁ ରାଜ୍ୟ ସରକାର ବଜେଟ୍‌ରେ ବ୍ୟବସ୍ଥା କରିଛନ୍ତି। ଏଥି ପାଇଁ ଏହି ସବୁ ଯୋଜନାକୁ ଗୁରୁତ୍ବ ଦେଇଛନ୍ତି। 

  • ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨୯୬୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏହି ବିଦ୍ୟାଳୟ ପଞ୍ଚାୟତସ୍ତରରେ ଖୋଲିବ।
  • ଐତିହ୍ୟ ବିଦ୍ୟାଳୟ ମାଧ୍ୟମରେ ୧୦୦ ବର୍ଷରୁ ଅଧିକ ଦିନ ଧରି ପରିଚାଳିତ ହେଉଥିବା ବିଦ୍ୟାଳୟକୁ ସାମିଲ କରାଯାଇଛି। ଏଥି ପାଇଁ ୫୦ରୁ ଊର୍ଦ୍ଧ୍ବ ବିଦ୍ୟାଳୟକୁ ସ୍ବତନ୍ତ୍ର ପାଣ୍ଠି ଯୋଗାଇ ଦିଆଯିବ। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୬୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। 
  • ପଞ୍ଚସଖା ଶିକ୍ଷା ସେତୁ ଯୋଜନା ଅଧୀନରେ ବିଦ୍ୟାଳୟ ଭିତ୍ତିଭୂମିକୁ ସୁଦୃଢ଼ କରାଯିବ। ସରକାର ଏଥି ପାଇଁ ୧୪୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। 
  • ସରକାର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଯୋଜନାରେ ସାମିଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ମାଧ୍ୟମରେ ହାଇସ୍କୁଲର ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ। 
  • ଗଙ୍ଗାଧର ମେହେର ଶିକ୍ଷା ମାନକବୃଦ୍ଧି ଯୋଜନା ପାଇଁ ସରକାର ୧୯୩ କୋଟି ଟଙ୍କାରେ ନବମ ଶ୍ରେଣୀ ପିଲାଙ୍କୁ ସାଇକେଲ ଦେବେ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ୟୁନିଫର୍ମ ଦେଦେ। ଏଥି ପାଇଁ ୧୯୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। 
  • ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ସରକାର ୧୩୯ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। 

ରାଜ୍ୟ ସରକାର ଆଗାମୀ ଆର୍ଥିକ ବର୍ଷରେ ଉଚ୍ଚଶିକ୍ଷା ପାଇଁ ମଧ୍ୟ ବଜେଟ୍‌ରେ ସ୍ଥାନ ଦେଇଛନ୍ତି। ବିଶ୍ବବିଦ୍ୟାଳୟ, ସରକାରୀ କଲେଜ, ବେସରକାରୀ ଅନୁଦାନପ୍ରାପ୍ତ କଲେଜର ଭିତ୍ତିଭୂମି ପାଇଁ ୩୭୫ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ପ୍ରଧାନମନ୍ତ୍ରୀ ଉଚ୍ଚତ୍ତର ଶିକ୍ଷା ଅଭିଯାନ ମାଧ୍ୟମରେ ଉଚ୍ଚଶିକ୍ଷାର ଉନ୍ନତି ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥି ପାଇଁ ୬୭୦ କୋଟି ଟଙ୍କା ଅଟକଳ ରଖାଯାଇଛି। ରାଜ୍ୟର ୪ଟି ବିଶ୍ବବିଦ୍ୟାଳୟ (ବ୍ରହ୍ମପୁର, ରେଭେନ୍ସା, ସମ୍ବଲପୁର ଓ ବାରିପଦା)କୁ ଉନ୍ନୀତ କରାଯିବ। ଏଥି ପାଇଁ ୧୦୦ କୋଟି ଟଙ୍କା ଅନୁଦାନ ମିଳିବ। 

ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରେତ୍ସାହନ ଯୋଜନା, ଇ-ମେଧାବୃତ୍ତି, ବ୍ୟାସକବି ଫକୀର ମୋହନ ଛାତ୍ରବୃତ୍ତି, ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା, ଉତ୍ତମ ଛାତ୍ରବୃତ୍ତି ଯୋଜନା ମାଧ୍ୟମରେ ପିଲାଙ୍କୁ ବୃତ୍ତି ପ୍ରଦାନ କରାଯିବ। ଏଥି ପାଇଁ ମୋଟ ୧୦୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା ପାଇଁ ୧୦ କୋଟି, ଆମ ଗୌରବ ଆମ କଲେଜ ପାଇଁ ୧୦  କୋଟି ଓ ମୁଖ୍ୟମନ୍ତ୍ରୀ ଗବେଷଣା ଓ ନବସୃଜନ ଛାତ୍ରବୃତ୍ତି ପାଇଁ ୨୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ରାଜ୍ୟର ୫ଟି ବିଶ୍ବବିଦ୍ୟାଳୟରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ। ସରକାର ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୪୨୬ କୋଟି ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରିବେ। ସେହିପରି ସରକାର ସହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ଓ ଅନ୍ବେଷା ଯୋଜନା ପାଇଁ ମଧ୍ୟ ବଜେଟ୍‌ରେ ଗୁରୁତ୍ବ ଦେଇଛନ୍ତି। 

ଦକ୍ଷତା ବିକାଶ ଓ ପ୍ରଯୁକ୍ତି ବିଦ୍ୟା

  • ସିଏମ୍-ଏଏସ୍‌ପିଆଇଆରଇ ପାଇଁ ୪୬ କୋଟି ଟଙ୍କା
  • ନୂଆ ଓଡ଼ିଶା ଯୋଜନା ପାଇଁ୧୩୫ କୋଟି ଟଙ୍କା
  • ବିଶ୍ବ ଦକ୍ଷତା କେନ୍ଦ୍ରର ଭୁବନେଶ୍ବର ପାଇଁ ୧୨୩ କୋଟି ଟଙ୍କା
  • ପ୍ଲେସମେଣ୍ଟ ଲିଙ୍କ୍ ଟ୍ରେନିଂ କାର୍ଯ୍ୟକ୍ରମ ପାଇଁ ୫୯ କୋଟି ଟଙ୍କା
  • ସୁଦକ୍ଷ ଯୋଜନା ପାଇଁ ୨୬ କୋଟି ଟଙ୍କା
  • ଓୟୁଟିଆର, ଭିସୁଟରେ ବିଶ୍ବସ୍ତରୀୟ ଭିତ୍ତିଭୂମି ପାଇଁ ୧୦୦ କୋଟି ଟଙ୍କା
  • ଉନ୍ନୀତ ହେବ ୧୦ଟି ଆଇଟିଆଇ, ବଜେଟ୍ ୧୦୦ କୋଟି ଟଙ୍କା
  • ଆଇଟିଆଇର ୨୫ଟି କେନ୍ଦ୍ର ପାଇଁ ୧୦୦ କୋଟି ଟଙ୍କା
  • ଆଇଟିଆଇ, ପଲିଟେକନିକ୍ କଲେଜ ପାଇଁ ୩୬୩ କୋଟି ଟଙ୍କା
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe