ଚାଳିଆରେ ଚାଲିଛି ଚିକିତ୍ସା, ଅଜଣା ଲୋକ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ

Advertisment

ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ସେବା ଯୋଗାଇବା ବ୍ୟବସ୍ଥା କରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଧଳାଡ଼ିହିବାସୀ ଉପରିସ୍ଥ ଅଧିକାରୀଙ୍କ ଅପାରଗତା ଯୋଗୁଁ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି।

ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ସେବା ଯୋଗାଇବା ବ୍ୟବସ୍ଥା କରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଧଳାଡ଼ିହିବାସୀ ଉପରିସ୍ଥ ଅଧିକାରୀଙ୍କ ଅପାରଗତା ଯୋଗୁଁ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି।

r
ରାଇରଙ୍ଗପୁର: ଭୂତକୋଠୀ ପାଲଟିଛି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର। ସିଏଚଓଙ୍କ କ୍ୱାର୍ଟର ଚାଳିଆରେ ଚାଲିଛି ସ୍ବାସ୍ଥ୍ୟସେବା। ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ବ ହେଲା ଭୂତକୋଠି ହୋଇ ପଡ଼ିରହିଛି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର। ଅସାମାଜିକ ବ୍ୟକ୍ତିଙ୍କର ମଦ୍ୟପାନ ସମେତ ବିଭିନ୍ନ ଅପ୍ରୀତିକର କାର୍ଯ୍ୟର ଆଡ୍ଡା ପାଲଟିଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର। ରାଜ୍ୟ ସରକାର ହାତ ପାହାନ୍ତରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ସେବା ଯୋଗାଇବା ବ୍ୟବସ୍ଥା କରିଥିବା ବେଳେ ଉପରିସ୍ଥ ଅଧିକାରୀଙ୍କ ଅପାରଗତା ଯୋଗୁଁ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ଅଞ୍ଚଳ ବାସୀ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଭାଲୁବସା ଗ୍ରାମ ପଞ୍ଚାୟତର ନାଗଭଣ ଗ୍ରାମର ଧଳାଡ଼ିହି ସାହିରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ସ୍ବାସ୍ଥ୍ୟ ଉପକେନ୍ଦ୍ର)ରେ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ବିଗତ ଦିନରୁ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ମହିଷାନେଦା, ସିନ୍ଦୂରଗୌରୀ, ନୂଆଗାଁ, ନାଗଭଣ ସମେତ ଚାରୋଟି ଗ୍ରାମ ସହିତ ୭ଟି ସାହିର ପାଖାପାଖି ୧୫ ଶହରୁ ଅଧିକ ପରିବାର ଚିକିତ୍ସା ସେବା ପାଉଥିଲେ। କିନ୍ତୁ ଦୀର୍ଘ ପନ୍ଦର ବର୍ଷ ହେଲା ଏହି ସ୍ବାସ୍ଥ୍ୟ କେନ୍ଦ୍ର ଅର୍ଦ୍ଧ ଭଗ୍ନ ଅବସ୍ଥାରେ ରହିବା ସହିତ ବନ୍ଦ ପଡ଼ିଛି, ଯାହା ଫଳରେ ଉକ୍ତ ଗ୍ରାମର ଗରିବ ଅଧିବାସୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ଅପରପକ୍ଷରେ ରାଜ୍ୟ ସରକାର ଗରିବ ଗ୍ରାମବାସୀ ହାତ ପାହାନ୍ତରେ ସ୍ବାସ୍ଥ୍ୟ ସେବା ପାଇବେ ବୋଲି  ତିନୋଟି ଷ୍ଟାଫ୍ ମଧ୍ୟ ନିଯୁକ୍ତି କରିଛନ୍ତି। ତଥାପି ଲୋକେ ବର୍ତ୍ତମାନ ସେବାରୁ ବଞ୍ଚିତ ହୋଇ ୭ କିଲୋ ମିଟର ଦୂର ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ଅଧିକ ଖର୍ଚ୍ଚାନ୍ତରେ ପଡ଼ୁଛନ୍ତି। ଗ୍ରାମବାସୀଙ୍କ ଏହି ଅଭିଯୋଗ ନେଇ ଆମ୍ଭେ ବିଭାଗୀୟ ଅଧିକାରୀ ବ୍ଲକ ପ୍ରୋଗ୍ରାମିଙ୍ଗ ମେନେଜମେଣ୍ଟ ୟୁନିଟ ସହିତ ଫୋନ ଯୋଗେ ଯୋଗାଯୋଗ କରିଥିଲୁ। କିନ୍ତୁ ସେ ମଧ୍ୟ ଉତ୍ତର ରଖି କହିଥିଲେ ଉକ୍ତ ବିଲ୍ଡିଂକୁ  ଡେମେଜ୍ ଭାବରେ ଘୋଷଣା କରାଯାଇଛି।
ଏହାକୁ ନେଇ ପୂର୍ବର ବିଜେଡି ସରକାର ଥିବା ବେଳେ ବାରମ୍ବାର ଅବଗତ କରିଥିଲେ ମଧ୍ୟ ଉପରିସ୍ଥ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ପରିଣାମ ସହିତ ଆଜି ଅଞ୍ଚଳବାସୀ ପ୍ରାଥମିକ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି । ଏଭଳି  ଅସୁବିଧାର ସମ୍ମୁଖୀନ ହେଉଥିବା ଅଞ୍ଚଳବାସୀ ବେଳେ ନୂତନ ସରକାର ପାଖରେ ନୂତନ ସ୍ବାସ୍ଥ୍ୟକେନ୍ଦ୍ର ଗୃହ ନିର୍ମାଣ ପାଇଁ ଦାବି ଉପସ୍ଥାପନ କରିଛନ୍ତି।
ଏ ସମ୍ଵନ୍ଧରେ ରାଇରଙ୍ଗପୁର ବ୍ଲକର ଗୋରୁମହିଷାଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିପିମ୍ ହିମାଂଶୁ ପାତ୍ରଙ୍କ ସହିତ ଯୋଗାଯୋଗ କରିବାରୁ ଉକ୍ତ ସ୍ଵାସ୍ଥ୍ୟ କେନ୍ଦ୍ରକୁ ବିପଦ ସଙ୍କୁଳ ଦର୍ଶା ଯାଇଛି ଏବଂ ରାଇରଙ୍ଗପୁର ପୂର୍ତ୍ତ ବିଭାଗକୁ ନୂତନ ଗୃହ ନିର୍ମାଣ ପାଇଁ ଚିଠି ମଧ୍ୟ କରାଯାଇଛି ବୋଲି ମତ ରଖିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe