କୋରାପୁଟ ଜିଲ୍ଲାରେ ୧୦୦୦ ଏକର କଫି ଚାଷ ଲକ୍ଷ୍ୟ

Advertisment

କୋରାପୁଟ ସମେତ ରାୟଗଡା, କଳାହାଣ୍ଡି, କନ୍ଧମାଳ, ଗଜପତି ଓ କେଉଁଝର ଜିଲ୍ଲାରେ କଫି ଚାଷକୁ ବ୍ୟାପକ ଭାବରେ ପ୍ରଶାର କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି ବୋଲି ରାଜ୍ୟ ମୃତ୍ତିକା ସଂରକ୍ଷଣ ନିର୍ଦେଶାଳୟର ନିର୍ଦେଶକ ଶୈଳେନ୍ଦ୍ର ନାରାୟଣ ନାୟକ କହିଛନ୍ତି।

କୋରାପୁଟ ସମେତ ରାୟଗଡା, କଳାହାଣ୍ଡି, କନ୍ଧମାଳ, ଗଜପତି ଓ କେଉଁଝର ଜିଲ୍ଲାରେ କଫି ଚାଷକୁ ବ୍ୟାପକ ଭାବରେ ପ୍ରଶାର କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି ବୋଲି ରାଜ୍ୟ ମୃତ୍ତିକା ସଂରକ୍ଷଣ ନିର୍ଦେଶାଳୟର ନିର୍ଦେଶକ ଶୈଳେନ୍ଦ୍ର ନାରାୟଣ ନାୟକ କହିଛନ୍ତି।

kpt

କୋରାପୁଟ: କୋରାପୁଟ ସମେତ ରାୟଗଡା, କଳାହାଣ୍ଡି, କନ୍ଧମାଳ, ଗଜପତି ଓ କେଉଁଝର ଜିଲ୍ଲାରେ କଫି ଚାଷକୁ ବ୍ୟାପକ ଭାବରେ ପ୍ରଶାର କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି ବୋଲି ରାଜ୍ୟ ମୃତ୍ତିକା ସଂରକ୍ଷଣ ନିର୍ଦେଶାଳୟର ନିର୍ଦେଶକ ଶୈଳେନ୍ଦ୍ର ନାରାୟଣ ନାୟକ ଆଜି କୋରାପୁଟରେ ଏହି ସମସ୍ତ ଜିଲ୍ଲାର ଚାଷୀ ତଥାପି କଫି ସହ ସମ୍ବନ୍ଧିତ ବିଭାଗୀୟ ଅଧିକାରୀଙ୍କ ତାଲିମ ଶିବିରରେ ଯୋଗ ଦେଇ ସୂଚନା ଦେଇଛନ୍ତି।

ଏହି କ୍ରମରେ କୋରାପୁଟ ଜିଲ୍ଲାରେ ନୂତନ ଭାବେ ଆଉ ୧୦୦୦ ଏକର ଜମିରେ ସ୍ଥାନୀୟ ଅଧିବାସୀ ଙ୍କ ମାଧ୍ୟମରେ କଫି ଗଛ ଲଗାଯିବାର ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ ସମଗ୍ର ରାଜ୍ୟରେ ୨୦୦୦ ଏକର ଜାଗାରେ କଫି ଚାଷ କରାଯିବାର ଲକ୍ଷ୍ୟ  ରକ୍ଷାଯାଇଛି। କୋରାପୁଟ ଜିଲ୍ଲାର ୧୦,୦୦୦ ଏକର ଜମିରେ ଛାୟା ପ୍ରଦାନ କାରି ବୃକ୍ଷ ରୋପଣ କରିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିବା ସେ ଜଣାଇଛନ୍ତି।

ଆଜିର ବୈଠକରେ କଫି ଚାଷ, ଚାଷୀ ଓ ଆନୁସାଙ୍ଗିକ ବ୍ୟବସ୍ଥା ମଧ୍ୟରେ ଥିବା ଅସୁବିଧାକୁ ଦୂର କରି କିପରି କୋରାପୁଟ ଜିଲ୍ଲାର କଫି ଉତ୍ପାଦନ ହେକ୍ଟର ପିଛା ୨୦୦ -୩୦୦ କିଲୋ ଠାରୁ ବୃଦ୍ଧି ପାଇ ହେକ୍ଟର ପିଛା ୭୦୦-୮୦୦ କିଲୋର ଜାତୀୟ ଉତ୍ପାଦନ ହାରକୁ ପାହୁଞ୍ଚା ଯାଇପାରିବ ସେ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରାଯାଇଥିବା କୋରାପୁଟ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ଜଣାଇଛନ୍ତି।

ଗତ ଦୁଇ ବର୍ଷ ଧରି ଇଂଲଣ୍ଡ ର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ପ୍ରଫେସର ମନୋଜ ଦୋରା କୋରାପୁଟ ଜିଲ୍ଲାର ଉପାନ୍ତ ଅଂଚଳରେ ଆଦିବାସୀ ଚାଷୀ ଆପଣାଇଥିବା କଫି ଚାଷ ସମ୍ପର୍କରେ ଗବେଷଣାରୁ ଲବ୍ଧ ତଥ୍ୟକୁ ଉପସ୍ଥାପନ କରି ଏହି ଅଂଚଳରେ ଚାଷୀ ଙ୍କୁ ଉପଯୁକ୍ତ ସହଯୋଗ କରାଯାଇପାରିଲେ କୋରାପୁଟ ଜିଲ୍ଲା ବିଶ୍ୱକୁ ଉନ୍ନତ ମାନର କଫି ଯୋଗାଇଦେବାର କ୍ଷମତା ରଖିଥିବା ଜଣାଇଛନ୍ତି।

ଗତ ଦୁଇବର୍ଷ ମଧ୍ୟରେ ଆଲୋଚନା କରିଥିବା ଆଦିବାସୀ ଚାଷୀ ଙ୍କ ମଧ୍ୟରୁ ଅନେକେ ଅଧିକରୁ ଅଧିକ କଫି ଚାଷ କରିବା ପାଇଁ ଇଛୁକ ଥିବା ଜାଣିବାକୁ ପାଇଛନ୍ତି ବୋଲି ସୂଚନା ପ୍ରଦାନ କରିଛନ୍ତି।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଜଳବିଭାଜିକା ପ୍ରକଳ୍ପର ନିର୍ଦ୍ଦେଶକ ଅରୁଣ କୁମାର ଦାଶଙ୍କ ସମେତ କଫି ବୋର୍ଡ ଓ ମୃତିକା ସରଂକ୍ଷଣ ଓ ଜଳବିଭାଜିକା ପ୍ରକଳ୍ପର କର୍ମଚାରୀ, କଫି ଚାଷୀ, କଫି ବ୍ୟବସାୟୀ ଆଦି ଭାଗ ନେଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe