ରାଜ୍ୟ ସରକାର ଘୋଷଣା କରିପାରନ୍ତି ୧୨ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ

ରାଜ୍ୟ ସରକାର ବର୍ଷ ପୂର୍ତ୍ତି ଅବସରରେ ଯୋଜନାର ପେଡ଼ି ଖୋଲିପାରନ୍ତି। ଏହା ଭିତରେ ବହୁ ପ୍ରତୀକ୍ଷିତ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବାକୁ ଯୋଜନା ହୋଇଛି। ରଜ ଅବସରରେ ରାଜ୍ୟର ସହରାଞ୍ଚଳ ବୃଦ୍ଧିର ନିଅଁ ପଡ଼ିବାକୁ ଯାଉଛି।

Mohan Charan Majhi NAC

Mohan Charan Majhi NAC Photograph: (sambad.in)

ଭୁବନେଶ୍ବର: ରାଜ୍ୟ ସରକାର ବର୍ଷ ପୂର୍ତ୍ତି ଅବସରରେ ଯୋଜନାର ପେଡ଼ି ଖୋଲିପାରନ୍ତି। ଏହା ଭିତରେ ବହୁ ପ୍ରତୀକ୍ଷିତ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସସି) ଘୋଷଣା କରିବାକୁ ଯୋଜନା ହୋଇଛି। ରଜ ଅବସରରେ ରାଜ୍ୟର ସହରାଞ୍ଚଳ ବୃଦ୍ଧିର ନିଅଁ ପଡ଼ିବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ୧୨ରୁ ଅଧିକ ଏନଏସସି ଘୋଷଣା ହେବ। ଅନୁଗୁଳ ଜିଲ୍ଲା ପାଲଲହଡ଼ା, ଭଦ୍ରକ ଜିଲ୍ଲା ଧୁଷୁରୀ, ତିହିଡ଼ି, କଟକ ଜିଲ୍ଲା ସାଲେପୁର, ମୟୂରଭଂଜ ଜିଲ୍ଲା ଚିତ୍ରଡ଼ା, ବେତନଟୀ ସହ ଆଉ ଦାବି ହେଉଥିବା କିଛି ଅଞ୍ଚଳ ଏହି ତାଲିକାରେ ସାମିଲ ହେବ। ସ୍ଥାନୀୟ ଦାବୀ ଅଞ୍ଚଳର ଦାବି ପରେ ନଗର ଉନ୍ନୟନ ବିଭାଗ ଏ ତାଲିକାକୁ ପଞ୍ଚାୟତିରାଜ ବିଭାଗର ଆବଶ୍ୟକୀୟ ମଞ୍ଜୁରୀ ପାଇଁ ପଠାଇଥିଲେ। ଏବେ ମଞ୍ଜୁରୀ ପରେ ଦିନେ କିମ୍ବା ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନଏସିଗୁଡ଼ିକର ନାଁ ଘୋଷଣା କରିବେ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। 

ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ବିଜେପି ସରକାର ବର୍ଷ ପୂର୍ତ୍ତି ପାଳନ ପାଇଁ ବ୍ୟସ୍ତ ଅଛନ୍ତି। ଏହି ଅବସରରେ ରାଜ୍ୟ ସରକାର କିିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରନ୍ତି। ଏଥିରେ ଏନ୍‌ଏସି ମଧ୍ୟ ସାମିଲ ଥିବା ଚର୍ଚ୍ଚା ହେଉଛି।

ତାଲିକାଭୁକ୍ତ ହୋଇଥିବା ଏନଏସିଗୁଡିକୁ ମୁନସିପାଲିଟି କରିବା ପାଇଁ ମଧ୍ୟ ପକ୍ରିୟା ଆରମ୍ଭ ହୋଇଛି। ଗଂଜାମ ଜିଲ୍ଲା ଭଞ୍ଜନଗର ଓ ପୋଲସରା ଏନଏସିକୁ ମୁନସିପାଲିଟି କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡିଛି। ନୂଆ ସରକାର ଜାଣିଶୁଣି ପୁରୁଣା ସରକାର ଘୋଷଣା କରିଥିବା ତାଲିକାକୁ ବନ୍ଦ ରଖିଥିବା ଅଭିଯୋଗ ଆଣିଛି ବିଜେଡି। 

ନିର୍ବାଚନ ପୂର୍ବରୁ ତତ୍କାଳୀନ ବିଜେଡି ସରକାର ୨୩ ଜିଲ୍ଳାର ୫୭ଟି ନୂଆ ଏନଏସି ପାଇଁ ଘୋଷଣା କରିଥିଲେ। ୬ଟି ଏନଏସିକୁ ମ୍ୟୁନିସିପାଲିଟି କରିବାକୁ ଘୋଷଣା ହୋଇଥିଲା। କିନ୍ତୁ ଏଥିପାଇଁ ସରକାରୀସ୍ତରରେ ବିଧିବିଦ୍ଧ ଭାବେ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନଥିଲା। ଏବେ ୧୨ ଏନଏସି ଘୋଷଣା ପରେ ଅନ୍ୟ ଏନଏସି ଘୋଷଣା ପାଇଁ ବାଟ ଫିଟିବ ବୋଲି ଆଶା କରାଯାଉଛି। 

CM Mohan Charan Majhi 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe