‘ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ରାଜ୍ୟ ସରକାର କ୍ରମାଗତ ଉଦ୍ୟମ କରୁଛନ୍ତି’

ଭୁବନେଶ୍ୱରସ୍ଥିତ ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‌ଯୋଗ ଦେଇଛନ୍ତି।

ଭୁବନେଶ୍ୱର: ଆୟୁଷ ଚିକିତ୍ସାର ଉନ୍ନତି ପାଇଁ ରାଜ୍ୟ ସରକାର ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱରରେ ସମନ୍ୱିତ ଆୟୁଷ ଚିକିତ୍ସାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱରସ୍ଥିତ ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହା କହିଛନ୍ତି। ଏଥି ସହିତ ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ନୂତନ ଏମରଜେନ୍ସି ୟୁନିଟର ଶିଳାନ୍ୟାସ କରିବା ସହିତ କଲେଜ୍‌ରେ ଏକ  ହୋମିଓପାଥି ଗବେଷଣା ଓ ବିଶ୍ଳେଷଣ ବିଭାଗ ଖୋଲାଯିବ ବୋଲି ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ରକ୍ତଦାନ ଶିବିରର ଉଦ୍‌ଘାଟନ ମଧ୍ୟ କରିଥିଲେ। 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାରେ ହୋମିଓପାଥିକ୍ ଶିକ୍ଷାର ପ୍ରସାର ଓ ହୋମିଓପାଥିକ୍ ଚିକିତ୍ସାର ଲୋକପ୍ରିୟତା ବୃଦ୍ଧି ଦିଗରେ ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅବଦାନ ଅତୁଳନୀୟ। ଏହି କଲେଜ୍ ରାଜ୍ୟର ଏକ ପ୍ରତିଷ୍ଠିତ କଲେଜ୍। ହୋମିଓପାଥିକ୍ ଶିକ୍ଷା, ଗବେଷଣା ଓ ପ୍ରଶିକ୍ଷଣ କ୍ଷେତ୍ରରେ ଏହା କେବଳ ରାଜ୍ୟ କାହିଁକି, ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ। ଦୀର୍ଘ ୫୬ ବର୍ଷ ଧରି ଏହା ଅବିରତ ଭାବେ ଶିକ୍ଷାର ପ୍ରସାର କରି ଚାଲିଛି ଏବଂ ଅନେକ ସୁନାମଧନ୍ୟ ଡାକ୍ତର ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଏହି ମହାବିଦ୍ୟାଳୟର ଏକ ବିଶେଷତ୍ୱ ହେଉଛି ଯେ, ଏହା ଏକ ହୋମିଓପାଥିକ ଔଷଧ ତିଆରି କାରଖାନା ପରିଚାଳନା କରୁଛି। ଏଥିରୁ ପ୍ରସ୍ତୁତି ଔଷଧ ବିଭିନ୍ନ ହସ୍ପିଟାଲକୁ ଯୋଗାଇ ଦିଆଯାଉଛି। ଏହା ନିଶ୍ଚିତ ଭାବେ ଖୁବ୍ ପ୍ରଶଂସାଯୋଗ୍ୟ।

publive-image

ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ରାଜ୍ୟ ସରକାର କ୍ରମାଗତ ଭାବେ ଉଦ୍ୟମ କରିଚାଲିଛନ୍ତି। ଅନୁସନ୍ଧାନରୁ ଜଣାଯାଇଛି ଯେ, ସାରା ଭାରତର ଆୟୁଷ ଅର୍ଥନୀତିର ପ୍ରାୟ ୧୫ ପ୍ରତିଶତ ହୋମିଓପାଥିକ ଚିକିତ୍ସା ବ୍ୟବସ୍ଥା ଦ୍ୱାରା ପରିଚାଳିତ। ରାଜ୍ୟରେ ବର୍ତ୍ତମାନ ଏହି ମହାବିଦ୍ୟାଳୟକୁ ମିଶାଇ ୪ଟି ସରକାରୀ ହୋମିଓପାଥିକ୍ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଅଛି। ଏହା ସହିତ ୫୬୨ଟି ସରକାରୀ ହୋମିଓପାଥିକ୍ ଡାକ୍ତରଖାନା ମଧ୍ୟ ଅଛି।

ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ବଜେଟ୍‌ରେ ୨୩ ହଜାର ୬୩୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହା ରାଜ୍ୟ ବଜେଟ୍‌ର ୮ ପ୍ରତିଶତରୁ ଅଧିକ । ଏଥିରୁ ଆପଣମାନେ ଅନୁମାନ କରିପାରୁଥିବେ ଯେ ଆମେ ସ୍ୱାସ୍ଥ୍ୟକ୍ଷେତ୍ରକୁ କେତେ ଗୁରୁତ୍ୱ ଦେଉଛୁ।  ଆମ ସରକାର ଆସିବା ପରେ ଏହାକୁ ଓଡିଶାରେ କାର୍ଯ୍ୟକାରୀ କଲେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଦ୍ୱାରା ରାଜ୍ୟର ଏକ କୋଟିରୁ ଅଧିକ ଲୋକ ଦେଶର ୨୯ ହଜାର ସରକାରୀ ଓ ବେସରକାରୀ ହସ୍ପିଟାଲରେ ଚିକିତ୍ସା ପାଇ ପାରୁଛନ୍ତି।  

CM Mohan Charan Majhi 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe