ରାଜ୍ୟର ୧୩ଟି ବିଶ୍ବବିଦ୍ୟାଳୟରେ କୁଳପତି ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ବାନ

ରାଜ୍ୟ ସରକାର ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ପାଇଁ ପଦକ୍ଷେପ ନେଇଛନ୍ତି। ଖୁବ ଶୀଘ୍ର ଏହି ପଦବିଗୁଡ଼ିକର ପୂରଣ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି।

VC appointment

VC appointment Photograph: (sambad.in )

ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ପାଇଁ ପଦକ୍ଷେପ ନେଇଛନ୍ତି। ଖୁବ ଶୀଘ୍ର ଏହି ପଦବିଗୁଡ଼ିକର ପୂରଣ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି।

ବିଜ୍ଞପ୍ତିରେ କୁହାଯାଇଛି ଯେ, କୁଳପତି ପଦବି ପାଇଁ ପ୍ରାର୍ଥୀଙ୍କୁ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ ୧୦ ବର୍ଷ ଅଭିଜ୍ଞତା ଥିବା ଦରକାର। ଅଥବା ସମକକ୍ଷ ପଦବିରେ ୧୦ ବର୍ଷ କାର୍ଯ୍ୟ କରିବା ଅଭିଜ୍ଞତା ଥିବା ଜରୁରୀ।

ସେହିପରି ଏଥିରେ କୁହାଯାଇଛି ଯେ, ଆବେଦନକାରୀଙ୍କ ବୟସ ୨୦୨୫ ଡିସେମ୍ବର ୧ ସୁଦ୍ଧା ୬୬ ବର୍ଷରୁ କମ ହୋଇଥିବା ଆବଶ୍ୟକ। ଅର୍ଥାତ ଆବେଦନକାରୀ ୧୯୫୯ ମସିହା ଡିସେମ୍ବର ୨ ତାରିଖ ପରେ ଜନ୍ମଗ୍ରହଣ କରିଥିବେ। ଆବେଦନ ପାଇଁ ଶେଷ ତାରିଖ ଜୁଲାଇ ୫ ରଖାଯାଇଛି। ଅଧିକ ତଥ୍ୟ ପାଇଁ ୱେବ୍‌ସାଇଟ୍‌ www.dhe.odisha.gov.inକୁ ଯାଇ ସର୍ଚ୍ଚ କରନ୍ତୁ।

Education

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe