‘ଉକୃଷ୍ଟ କିଶୋରୀ ସୁଭଦ୍ରା ଦିବସ ନାଁ’ରେ ରାଜ୍ୟ ସରକାର ପାଳିବେ ରଜ

ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ଗଣପର୍ବ ‘ରଜ’ ଚଳିତ ବର୍ଷ ନିଆରା ଢଙ୍ଗରେ ପାଳନ ହେବାକୁ ଯାଉଛି। ପ୍ରଥମ ଥର ପାଇଁ ରାଜ୍ୟ ସରକାର ରଜ ପର୍ବକୁ ନିଆରା କରିବାକୁ ଯାଉଛନ୍ତି। ଏନେଇ ସରକାର ଆଜି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। 

ଅଦ୍ୟତନ ହୋଇଛି

ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ଗଣପର୍ବ ‘ରଜ’ ଚଳିତ ବର୍ଷ ନିଆରା ଢଙ୍ଗରେ ପାଳନ ହେବାକୁ ଯାଉଛି। ପ୍ରଥମ ଥର ପାଇଁ ରାଜ୍ୟ ସରକାର ରଜ ପର୍ବକୁ ନିଆରା କରିବାକୁ ଯାଉଛନ୍ତି। ଏନେଇ ସରକାର ଆଜି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। 

ଦିନକ ପରେ ରଜ ପାଳନ ହେବ। ଏଥି ପାଇଁ ରାତି ପାହିଲେ ସଜବାଜ ଚାଲିବ। ରାଜ୍ୟରେ ଆସନ୍ତା ୧୪ ତାରିଖ (ଶନିବାର) ପହିଲି ରଜ ପାଳନ ହେବ। ତେଣୁ ଆଜି ରାଜ୍ୟ ସରକାର ଏହି ବର୍ଷ ରଜ କିଛି ଭିନ୍ନ ଧରଣର କରିବାକୁ ଯୋଜନା କରିଛନ୍ତି। 

ସରକାରୀସ୍ତରରେ ଏଥର ରଜ ପାଳନ ହେବ। ସରକାର ଏନେଇ ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। ‘ଉକୃଷ୍ଟ କିଶୋରୀ ସୁଭଦ୍ରା ଦିବସ ’ନାଁରେ ଚଳିତ ବର୍ଷ ରଜ ପାଳିତ ହେବ। ଏନେଇ ସବୁ ଜିଲ୍ଲାର ସମାଜ ମଙ୍ଗଳ ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ଏହି ଚିଠିରେ ଏସ୍‌ପି ଜାରି କରାଯାଇଛି। 

ରଜ ପାଳନ ନେଇ ତୁରନ୍ତ ପ୍ରସ୍ତୁତି ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଅନୁସାରେ ରାଜ୍ୟର ପ୍ରତି ପୌରାଞ୍ଚଳରେ କାର୍ଯ୍ୟକ୍ରମର ଆୟୋଜନ ହେବ। କିଶୋରୀମାନେ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରତି ଉତ୍ସବ ଲାଗି ୩୩ ହଜାର ଟଙ୍କା ଲେଖାଏଁ ଅନୁଦାନ ଦିଆଯାଇଛି। କାର୍ଯ୍ୟକ୍ରମରେ ବିଭିନ୍ନ ପିଠାପଣା, ପ୍ରତିଯୋଗିତା କରାଯିବ। ରଜ ଦୋଳି ଆକର୍ଷଣୀୟ ହେବ। 

ଘରଠୁ ବାହାର, ଗାଁରୁ ସହର, ଅତିଥି ଚର୍ଚ୍ଚା ହେଉ କି ଖୁସିର ଅବସର; କାହିଁ କେତେ କାଳରୁ ପାନ ସାଜିଛି ଆମ ଚଳଣିର ସାଥୀ। ଆଗକୁ ରଜ ଆସୁଛି। ଦୋଳି, ପୋଡ଼ପିଠା ଭଳି ରଜରେ ପାନ ଖିଆ ବି ଜମିବ। ରଜରେ ପାଟି ନାଲି ନ ହେଲେ କୁଆଁରୀ ମନ ଫିକା ପଡ଼ିଯାଏ। ଏଣୁ ବରଷକ ଯାକ ପାନ ଖାଉନଥିବା ଲୋକ ବି ରଜରେ ପାନ ଖଣ୍ତେ ନିହାତି ଖାଆନ୍ତି। ଆଉ ପାନ ଖାଇବା ସହିତ ପ୍ରିୟଜନଙ୍କୁ ପାନ ବାଣ୍ଟି ଶୁଭେଚ୍ଛା ଜଣାଇଥାନ୍ତି। 

ଏବେ ଯୁବପିଢ଼ିଙ୍କୁ ପାନ ଆଡ଼କୁ ଆକର୍ଷିତ କରିବାକୁ ବିଭିନ୍ନ ସ୍ଥାନରେ ମିଳୁଛି ‘ଆଇସ୍‌ ପାନ’, ‘ଫାୟାର ପାନ’, ‘ଦିଲ୍‌ ବାହାର‌୍‌’, ‘ଦିଲ୍‌ ଦିଵାନା’, ‘ଦିଲ୍‌ଵାଲା’, ‘ଲଡ଼ୁ ପାନ’, ‘ପାନ ସଟ୍‌ସ୍‌’, ‘ପାନ ଲସି’, ‘ପାନ ସେକ୍‌’, ‘ରସ୍‌ମଲାଇ ପାନ’ ଓ ‘ରାବିଡ଼ି ପାନ’। ହେଲେ ଏଥର ରଜ ବଜାରରେ ସ୍ବତନ୍ତ୍ର ଆକର୍ଷଣରେ ରହିଛି ସୋନାଚାନ୍ଦି ପାନ। ପାନ ପତ୍ର ଭିତରେ ଚୂନ ଲଗାଇ ସେଥିରେ ଗିଲା, ନବରତ୍ନ ଚଟ୍‌ନି, ଫ୍ଲେବର ଚଟ୍‌ନି, ଚମନବାହାର, ପାନ୍‌ ରସ୍‌ନା, ଧନିଆ, ଗୁଜୁରାତି, ଅଳସୀ, ମସୁରୀ, ମାୱା, କେଶର, ଟିଟାନିକ୍‌, ରିମ୍‌ଝିମ୍‌, ପାନ୍‌ ସୁପାରି, ‌ଗୁଲ୍‌କନ୍ଦ ଆଦି ଦେଇ ତା’ ଉପରେ ସୁନେଲି ଓ ରୁପେଲି ରଙ୍ଗର ଫଏଲ୍‌ରେ ଚେରି ଗୁନ୍ଥା ଯାଇଥାଏ। ଏହାର ଦାମ୍‌ ଗୋଟାକୁ ୫୦୦ ଟଙ୍କା ରହିଛି। ବାସ୍ତବରେ ଏଥିରେ ବ୍ୟବହାର କରାଯାଉଥିବା ଗୋଲ୍‌ଡେନ୍‌ (ସୁନେଲୀ) ଫଏଲ୍‌ ଖାଇବା ଉପଯୋଗୀ ହୋଇଥିବା ବେଳେ କେବଳ ଗୋଟେ ଫଏଲ୍‌କୁ ୨୫୦ ଟଙ୍କା ପଡ଼ିଥାଏ। ଏହି ଗୋଲ୍‌ଡେନ୍‌ ଫଏଲ୍‌ ସହ ସମସ୍ତ ପ୍ରକାର ମସଲା ରାଜସ୍ଥାନର ଜୟପୁରରୁ ମଗାଯାଇଥାଏ।

CM Mohan Charan Majhi | Raja festiva 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe