ଏଚ୍‌ଏମ୍‌ପିଭିର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି: ସ୍ବାସ୍ଥ୍ୟମନ୍ତ୍ରୀ

ଦେଶରେ ଏଚ୍‌ଏମ୍‌ପିଭି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏଯାଏ କିନ୍ତୁ ଓଡ଼ିଶାରେ ଏହାର କୌଣସି ପ୍ରଭାବ ନାହିଁ। ଏଣୁ ଏହାକୁ ନେଇ ଆଦୌ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ।

ଅଦ୍ୟତନ ହୋଇଛି
ଏସ୍‌ସିବିରେ ଦୁଷ୍କର୍ମ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ- ଅଭିଯୁକ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଭୁବନେଶ୍ବର: ଦେଶରେ ଏଚ୍‌ଏମ୍‌ପିଭି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏଯାଏ କିନ୍ତୁ ଓଡ଼ିଶାରେ ଏହାର କୌଣସି ପ୍ରଭାବ ନାହିଁ। ଏଣୁ ଏହାକୁ ନେଇ ଆଦୌ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ଆଜି ସକାଳେ ସେ ମେଡିକାଲ କଲେଜ୍‌ଗିଡ଼ିକର ଅଧ୍ୟକ୍ଷ ଓ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଏଚମପିଭି ଭାଇରସକୁ ନେଇ ସ୍ବାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି। କଟକ ଓ ଭୁବନେଶ୍ବରରେ ଥିବା ଘରୋଇ ଡାକ୍ତରଖାନାମାନଙ୍କୁ ପ୍ରସ୍ତୁତ ରହିବା ଲାଗି କୁହାଯାଇଛି। ମେଡିକାଲରେ ଆବଶ୍ୟକୀୟ ବେଡ୍ ରହିଛି। ସରକାର ପ୍ରସ୍ତୁତ ଅଛନ୍ତି। ଏହା ସିଗନାଲ୍ ଭାଇରସ୍ ହୋଇଥିବାରୁ ଭୟଭୀତ ହୁଅନ୍ତୁ ନାହିଁ। କେନ୍ଦ୍ର ସରକାର ଏନେଇ ଯେଉଁ ଗାଇଡଲାଇନ୍ ଆଣିବେ ତାକୁ ପାଳନ କରାଯିବ।

ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆହୁରି କହିଛନ୍ତି, ପ୍ରବାସୀ ଭାରତୀୟ ପାଇଁ ଏମର୍ଜେନ୍ସିରେ ପହଞ୍ଚିବାକୁ ଭୁବନେଶ୍ୱର ଏବଂ କଟକରେ ସମସ୍ତ ସରକାରୀ ଏବଂ ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏଥିଲାଗି କୋର୍ଡିନେଟିଙ୍ଗ ଅଫିସର ନିଯୁକ୍ତ ହେବେ।. ଜନତା ମୈଦାନ ହେଉ କି ହୋଟେଲ ଯେଉଁଠି ବି କାହାର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ, ସଙ୍ଗେ ସଙ୍ଗେ ଚିକିତ୍ସା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ। ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରି ନିର୍ଦ୍ଦେଶ ଦିଆଯାଇଛି।

ଦେଶରେ ଏଚ୍‌ଏମ୍‌ପିଭି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏଯାଏ କିନ୍ତୁ ଓଡ଼ିଶାରେ ଏହାର କୌଣସି ପ୍ରଭାବ ନାହିଁ। ଏଣୁ ଏହାକୁ ନେଇ ଆଦୌ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ଆଜି ସକାଳେ ସେ ମେଡିକାଲ କଲେଜ୍ ମାନଙ୍କର ଅଧ୍ୟକ୍ଷ ଓ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଏଚମପିଭି ଭାଇରସକୁ ନେଇ ସ୍ବାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି। ମେଡିକାଲରେ ଆବଶ୍ୟକୀୟ ବେଡ୍ ରହିଛି। ସରକାର ପ୍ରସ୍ତୁତ ଅଛନ୍ତି। ଏହା ସିଗନାଲ୍ ଭାଇରସ୍ ହୋଇଥିବାରୁ ଭୟଭୀତ ହୁଅନ୍ତୁ ନାହିଁ।

ନାଗପୁରରେ ଆଉ ୨ଜଣ ଏଚ୍‌ଏମ୍‌ମପିଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନାଗପୁରେ ଏହି ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ଦୁଇ ଶିଶୁଙ୍କ ବୟସ ୭ ଏବଂ ୧୪ ବର୍ଷ। ଉଭୟ ଜ୍ବର, କାଶରେ ପୀଡିତ ଅଛନ୍ତି। ଏହି ଦୁଇ ଜଣଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ନାଗପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦୁଇ ଜଣଙ୍କ ଠାରେ ଏଚଏମପି ଭୂତାଣୁ ଥିବା ଜଣାପଡିଛି ।

ଚୀନରେ ଆତଙ୍କ ଖେଳାଇଥିବା ଏଚମପିଭି (ହ୍ୟୁମାନ ମେଟାନ୍ୟୁମୋଭାଇରସ୍) ଭୂତାଣୁ ଭାରତରେ ଚିହ୍ନଟ ହୋଇଛି। ଦେଶରେ ଗତକାଲି ୫ ଜଣ  ଶିଶୁ ଏଚ୍ଏମ୍ପିଭି ପଜିଟିଭ ଥିବା ବେଳେ ଆଜି ଆହୁରି ୨ ଜଣ ଚିହ୍ନଟ ହୋଇଛନ୍ତି।  ଗତକାଲି ଚିହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରୁ କର୍ଣ୍ଣାଟକର ବେଙ୍ଗାଲୁରୁରେ ୨ ଜଣ, ତାମିଲନାଡ଼ୁର ଚେନ୍ନାଇରେ ୨ ଜଣ ଏବଂ ଗୁଜରାଟର ଅହମଦାବାଦରେ ଜଣେ ଶିଶୁ ରହିଛନ୍ତି। 

ବେଙ୍ଗାଲୁରୁରେ ଆକ୍ରାନ୍ତ ଜଣେ ଶିଶୁର ବୟସ ୩ ମାସ ଓ ଅନ୍ୟ ଜଣେ ଶିଶୁର ବୟସ ୮ ମାସ। ସେହିଭଳି  ଅହମଦାବାଦରେ ଆକ୍ରାନ୍ତ ଶିଶୁର ବୟସ ୨ ମାସ। ସଂକ୍ରମିତ ଶିଶୁ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କର ଅନ୍ୟ କୌଣସି ରାଷ୍ଟ୍ର ଗସ୍ତ ଇତିହାସ ନାହିଁ। ଏଥିସହିତ ଅନ୍ୟ ରାଷ୍ଟ୍ର ଗସ୍ତ କରିଥିବା କୌଣସି ଲୋକଙ୍କ ସଂସ୍ପର୍ଶରେ ମଧ୍ୟ ସେମାନେ ଆସିନାହାନ୍ତି। ବେଙ୍ଗାଲୁରୁରେ ଏଚମପିଭି ଆକ୍ରାନ୍ତ ହୋଇଥିବା ୩ ମାସର ଶିଶୁ ହସ୍ପିଟାଲରୁ ଡିସ୍ ଚାର୍ଜ ହୋଇଥିବାବେଳେ ୮ ମାସର ଶିଶୁ ଏବେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛି।  

ଅନ୍ୟପକ୍ଷେ ଅହମଦାବାଦରେ ସଂକ୍ରମିତ ହୋଇଥିବା ଶିଶୁ ପୂର୍ବରୁ ଭେଣ୍ଟିଲେଟରରେ ଥିବାବେଳେ ଏବେ ତା’ର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ଚେନ୍ନାଇରେ ୨ ଜଣ ଶିଶୁ ଏଚମପିଭି ଭୂତାଣରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ବୋଲି ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe