ଭୁବନେଶ୍ୱର: ଓଡ଼ିଆ ଅସ୍ମିତା ଓ ସ୍ଵାଭିମାନ ମାନର ପ୍ରତୀକ ଉତ୍କଳଗୌରବ ମଧୁସୂଦନ ଦାସ ଥିଲେ ଓଡ଼ିଆ ଜାତୀୟତାର ଜନକ ତଥା ନବଜାଗରଣର ପ୍ରବର୍ତ୍ତକ । ତାଙ୍କରି ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ ଭାଷାଭିଭିରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ହୋଇଥିଲା । ଧୈର୍ଯ୍ୟ-ସହିଷ୍ଣୁତା, ସଂଗ୍ରାମ-ସାଧନାକୁ ପାଥେୟ କରି ଜାତିପ୍ରେମ ବହ୍ନି ପ୍ରଜ୍ଵଳିତପୂର୍ବକ ଓଡ଼ିଆ ଜାତିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ମଧୁବାବୁ ସଦା ଚେଷ୍ଟିତ ଥିଲେ।
ଯଥାର୍ଥରେ ଉତ୍କଳ ମାଟିର ଯୋଗ୍ୟତମ ସନ୍ତାନ
ସମାଜ, ସାହିତ୍ୟ, ଶିକ୍ଷା, ଅର୍ଥନୀତି ଓ ରାଜନୀତି ଆଦି ବିଭିନ୍ନ କ୍ଷେତ୍ରରେ ଏହି ଜନନାୟକଙ୍କର ପ୍ରେରଣା ଉତ୍କଳୀୟ ଜୀବନରେ ନବସୂର୍ଯ୍ୟୋଦୟ ସମ୍ଭବ କରାଇଥିଲା । ଯଥାର୍ଥରେ ଉତ୍କଳ ମାଟିର ଯୋଗ୍ୟତମ ସନ୍ତାନ, ଉତ୍କଳୀୟ ଜାତୀୟତାର ମନ୍ତ୍ରଦାତା, ଶତାବ୍ଦୀର ସୂର୍ଯ୍ୟ ଉତ୍କଳଗୌରବ ମଧୁସୂଦନ ଦାସ ପ୍ରତ୍ୟେକ ଓଡ଼ିଆ ପାଇଁ ଚିରବନ୍ଦନୀୟ।
ଆହୁରି ପଢ଼ନ୍ତୁ: Drunk Driver Detained ମଦ୍ୟପ ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ତ , ୫ରୁ ଅଧିକ ଦୋକନ ଉପରେ ଚଢ଼ିଗଲା ହାଇୱା
ଏହି ଅବସରରେ ଭୁବନେଶ୍ବରସ୍ଥିତ ଲୋକଭବନ ଛକରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧଦିବସ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ବିଭାଗ ପକ୍ଷରୁ ପ୍ରତିମୂର୍ତ୍ତି ସ୍ଥଳରେ ଆକର୍ଷଣୀୟ ସାଜସଜ୍ଜା କରାଯାଇଛି । ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଗୁରୁବୀର ସିଂ, ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ସହକାରୀ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୋଦିନୀ ଟେଟେ, ଲୋକସମ୍ପର୍କ ଅଧିକାରୀ ଏମ୍. ଅଭିଷେକ ତଥା ଅନ୍ୟାନ୍ୟ ବରେଣ୍ୟ ଅତିଥିମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ନିବେଦନ କରିଥିଲେ ।
ଆହୁରି ପଢ଼ନ୍ତୁ: Ganza Of 1 Crore Rupees Seized କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୫ ଅଟକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/02/04/untitled-2026-02-04-13-27-31.png)