Koraput pragati Photograph: (sambad.in)
କୋରାପୁଟ: ନିଶାଣୀମୁଣ୍ଡା ଠାରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ଦେଶୀ ବିହନ ଓ ଖାଦ୍ୟ ମହୋତ୍ସବ ଉଦ୍ଘାଟିତ ହୋଇଛି। ‘ପ୍ରଗତି’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏନସିଏନ୍ଏଫ–ଓଡିଶା, ଆରଆରଏଏନ୍-ୱାସନ୍, ସମ୍ଭବ, ଦେଶୀ ବିହନ ସୁରକ୍ଷା ମଂଚ, ଟିପିଏସଓଡିଏଲ୍, ଆଇଆରଆରଆଇ, ସିରଆରଆଇ,କର୍ମା, ସେଲକୋ ଫାଉଣ୍ଡେସନ ସହଯୋଗରେ ଏହା ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟର ବିଭିନ୍ନ ଦେଶୀ ବିହନ ଓଖାଦ୍ୟକୁ ନେଇ ୨୬ଟି ଷ୍ଟଲ କରାଯାଇଛି।
୪୦ରକମର ଦେଶୀ ଖାଦ୍ୟକୁ ନେଇ ଗୋଟିଏ ଷ୍ଟଲରେ ପ୍ରଦର୍ଶନ କରାଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଅନୂସୂଚିତ ଜନଜାତି ଓଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ମାନୀତ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ମାଛ, ସେଲକୋ ଫାଉଣ୍ଡେସନର ଗୌତମ ପ୍ରଧାନ, ଜୈବବିବିଧତା ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ. ଶରତ କୁମାର ପାଳିତା, ଜ୍ଞାନଦୀପ ପାଣ୍ଡିଆ, ସାଇକ୍ରୀଷ୍ଣା, ଡ.ନିମାଇଁ ଚରଣ ମିଶ୍ର ପ୍ରମୁଖ ଯୋଗ ଦେଇ ଦିନକୁ ଦିନ ଚାଷ ଜମି ସ୍ଥାନରେ କଂକ୍ରିଟର ଘର ବଢ଼ିବା ସହ ଚାଷ ଓ ଚାଷ ଜମି କମି କମି ଆସୁଛି।
ଦେଶୀ ବିହନର ଚାଷ କମିବା ସହ ଅଧିକା ଲାଭ ଆଶାରେ ହାଇବ୍ରିଡ ବିହନ ଓ ଅତ୍ୟାଧିକ ରାସାୟନସାରରେ ଚାଷ ଅଧିକା ହେଉଛି। ଦେଶୀ ବିହନ ସଂରକ୍ଷଣ ଓ ଦେଶୀଖାଦ୍ୟକୁ ବଂଚାଇବାକୁ ପଡ଼ିବ। ନଚେତ ଜୈବବିବିଧତା ବିଗଡ଼ିଯିବ। ଏହାର ସୁରକ୍ଷା ଓ ସଂରକ୍ଷଣ ପାଇଁ ଏବେ ଠାରୁ ପଦକ୍ଷେପ ନେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ।
‘‘ପ୍ରଗତି’’ର ସମ୍ପାଦକ ପ୍ରଭାକର ଅଧିକାରୀ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଡ. ଲୁନା ପଣ୍ଡା କାର୍ଯ୍ୟକ୍ରମର ଅଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ସୂଚନା ଦେବା ସହ ଉଭୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଉତ୍ସବର ଲକ୍ଷ୍ୟ ଉପରେ ସରୋଜ ମହାନ୍ତି ସୂଚନା ଦେଇଥିଲେ। ଏହି ଅବସରରେ ପଦ୍ମଶ୍ରୀ ରାଧାମୋହନ ପ୍ରକୃତିସେବା ସମ୍ମାନ ନବରଙ୍ଗପୁରର ଶଙ୍କର ପଟ୍ଟନାୟକ, ପଦ୍ମଶ୍ରୀ କମଳା ପୁଜାରୀ ବିହନ ମା’ ସମ୍ମାନ କୋଟପାଡ଼ର ପରିମା ମୁଦୁଲି ଓ ଡ.ରୀଚାରାୟ ସମ୍ମାନରେ ନରେଶ ବିଶ୍ବାସଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଜୟପୁରର ମା’ପୁର୍ଣ୍ଣମାସୀ ଏସଏଚଜି, କୋଟପାଡର ଚିତ୍ରିଦୋରା ଫାର୍ମର୍ସ ପ୍ରଡ୍ୟୁସର କମ୍ପାନି ସହ ପ୍ରଗତି ଓ ଆଇଆରଆରଆଇ ସହ ଏମୟୁ କରିଥିଲେ। ଉଭୟ ସଂସ୍ଥା ଏହି ଦୁଇ ଗୃପକୁ ଆର୍ଥିକ ଓ ବୈଷିୟକ ସହାୟତା ଯୋଗାଇବେ।
ଏହି ଦୁଇ ଗୃପ ଜିଆଇ ଟ୍ୟାଗ ପାଇଥିବା (ଔଷଧୀୟ) କଳାଜୀରା ଧାନରେ କେକ୍ (ବିସ୍କୁଟ) ତିଆରି କରି ସ୍ଥାନୀୟ ବଜାରରେ ବିକ୍ରୀ କରିବେ। ସ୍ଥାନୀୟ ଗୁଣ୍ଡିଚାମନ୍ଦିରରୁ ନିଶାଣିମୁଣ୍ଡା ଯାଏଁ ୩୦୦ମହିଳା ଦେଶୀ ବିହନ ମୁଣ୍ଡାଇ ବିହନ ପଦଯାତ୍ରା କରିଥିଲେ। ଏହାକୁ ସବୁଜପତାକା ଦେଖାଇ ପୌରପାଳିକା ଅଧ୍ୟକ୍ଷ ଲଲାଟ ରଂଜନ ସେଠୀ ଆରମ୍ଭ କରିଥିଲେ। କ୍ଷୁଦ୍ର ଉଦ୍ୟୋଗରେ ମହିଳା ସଶକ୍ତିକରଣ ବୈଷୟିକ କର୍ମଶାଳାରେ ସାଧନକର୍ମୀ ଭାବେ କେସିସି ବ୍ୟାଙ୍କ ଅଧ୍ୟକ୍ଷ ଇଂ.ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ ସଭାପତିତ୍ବ କରିଥିବା ବେଳେ ଡ.ପ୍ରିୟବ୍ରତ ରାୟ, ଓରମାସର ଡେପୁଟି ସିଇଓ ରୋଶନ କାର୍ତ୍ତିକ, ଜାକେବ ପ୍ରମୁଖ ଯୋଗ ଦେଇଥିଲେ। ଜୈବିକଶ୍ରୀ ନିର୍ଦ୍ଦେଶକ ସୁରେନ୍ଦ୍ର ମସ୍ତି ସଂଯୋଜନା କରିଥିଲେ।
Koraput
Follow Us