ବିରୋଧୀ ଦଳର ବିଧାୟକ ବିଶୃଙ୍ଖଳିତ ଆଚରଣ ଜାରି ରଖିଥିଲେ: ବାଚସ୍ପତି

ବିରୋଧୀ ଦଳର ବିଧାୟକମାାନେ ଗତ ୭ ତାରିଖ ଗୃହ କାର୍ଯ୍ୟର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭରୁ ବିରୋଧୀ ସଦସ୍ୟ ବିଭିନ୍ନ ଉପାୟରେ ପ୍ରତିବାଦ କରୁଥିଲେ। ଫ୍ଲାଗ କାର୍ଡ, ପୋଷ୍ଟର, ବ୍ୟାନର ଧରି ପ୍ରତିବାଦ କରୁଥିଲେ।

ଅଦ୍ୟତନ ହୋଇଛି
Surama Padhy

Surama Padhy Photograph: (sambad.in)

ଭୁବନେଶ୍ବର: ବିଧାନସଭା ଅଧିବେଶନ ଜାରି ଥିବା ସମୟରେ ବିରୋଧୀ ଦଳର ବିଧାୟକମାନେ କରୁଥିବା ହଙ୍ଗାମା ନେଇ ବାଚସ୍ପତି ସୁରମା ପାଢ଼ୀ ବୁଧବାର ଦିନ ବିବୃତି ରଖିଛନ୍ତି। ସେ କହିଛନ୍ତି, ୭ ତାରିଖ ଗୃହ କାର୍ଯ୍ୟର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭରୁ ବିରୋଧୀ ସଦସ୍ୟ ବିଭିନ୍ନ ଉପାୟରେ ପ୍ରତିବାଦ କରୁଥିଲେ। ଫ୍ଲାଗ କାର୍ଡ, ପୋଷ୍ଟର, ବ୍ୟାନର ଧରି ପ୍ରତିବାଦ କରୁଥିଲେ। ୨୦ ମାର୍ଚ୍ଚରୁ କଳା ବ୍ୟାଜ, କଳା ପୋଷାକ ପରିଧାନ କରି ହୁଇସିଲ ତୂରୀ, ଘଣ୍ଟ ଓ ବଂଶୀ ବଜାଇ ଗୃହକାର୍ଯ୍ୟରେ ବାଧା ପହଞ୍ଚାଇଥିଲେ। 

ବାଚସ୍ପତି କହିଛନ୍ତି, ମୋଟ ୧୨ଟି କାର୍ଯ୍ୟ ଦିବସରୁ ୨ଟିରେ ପ୍ରଶ୍ନୋତ୍ତର କାର୍ଯକ୍ରମ ଚାଲି ଥିଲା। ୨୫ ତାରିଖ ସୁଦ୍ଧା ନିର୍ଦ୍ଧାରିତ ସମୟରୁ ୩୯ ଘଣ୍ଟା ୨ ମିନିଟ ଗୃହ କାର୍ଯ୍ୟ ଚାଲି ପାରିନଥିଲା। ସେଥିପାଇଁ ମାର୍ଚ୍ଚ ୧୦ ,୧୩, ୨୪ ଓ ୨୫ ତାରିଖରେ ସର୍ବଦଳୀୟ ବୈଠକ ଡକା ଯାଇଥିଲା। କିନ୍ତୁ ଏହା ସତ୍ତ୍ୱେ ବିରୋଧୀ ଦଳର ବିଧାୟକମାନେ ବିଶୃଙ୍ଖଳିତ ଆଚରଣ ଜାରି ରଖିଥିଲେ। ୨୧ ମାର୍ଚ୍ଚ ଉପବାଚସ୍ପତି ରୁଲିଁ ଦେଇଥିଲେ ବିଶୃଙ୍ଖଳିତ ଆଚରଣରୁ ନିବୃତ ରହିବାକୁ। 

ଏ ସବୁ ସତ୍ତ୍ୱେ ବିଶୃଙ୍ଖଳିତ ଆଚରଣ ଜାରି ରଖିବାରୁ କଂଗ୍ରେସର ୧୨ ଜଣ ସଦସ୍ୟଙ୍କୁ ଗତକାଲି ନିଲମ୍ବନ କରାଯାଇଥିଲା। ଏହା ପରେ ବି ସେମାନେ ଗୃହ ପରିତ୍ୟାଗ କରିନଥିଲେ। ଗୃହ ପରିତ୍ୟାଗ ନକରି ଅହୋରାତ୍ର ଧାରଣାରେ ରହିବେ ବୋଲି ଜଣାଇବା ପରେ ସୁରକ୍ଷା ସହିତ ସବୁ ପ୍ରକାର ବ୍ୟବସ୍ଥା କରିବାକୁ ବିଧାନସଭା ସଚିବାଳୟକୁ ନିର୍ଦ୍ଦେଶ ଦେଇଥିଲି। କିନ୍ତୁ ରାତ୍ର ୯ ଘଟିକା ସମୟରେ କଂଗ୍ରେସ ସଦସ୍ୟ ଓ ତାଙ୍କ ସହିତ ଆସିଥିବା କିଛି ରାଜନୀତିକ କର୍ମୀ ମାର୍ଶଲ ଓ ସୁରକ୍ଷା କର୍ମୀଙ୍କୁ ବିଧାନସଭା ବାରଣ୍ଡାକୁ ଆସି ଆକ୍ରମଣ କରିଥିଲେ। ଯେଉଁଥିରେ ସେମାନେ ଆହତ ହୋଇଥିଲେ ଏବଂ ଚିକିତ୍ସିତ ହେଉଛନ୍ତି। ପୁନର୍ବାର ରାତ୍ରି ୨ ଟାରେ କିଛି କଂଗ୍ରେସ ବିଧାୟକଙ୍କୁ ମାର୍ଶଲ ଗେଟ୍ ବାହାରକୁ ନେଇ ଛାଡିଥିଲେ ଆଉ କିଛି ବିଧାୟକ ସସମ୍ମାନେ ଯାଇଥିଲେ। 

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟ ପରେ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି, ବିବୃତି ଅସମ୍ପୂର୍ଣ୍ଣ କହିବା ଉଚିତ୍ ନୁହେଁ। ନିଲମ୍ବିତ ବିଧାୟକ ଗୃହରେ ରହିବା କଥା ନୁହେଁ। ତେଣୁ ଯାହା କରିବା କଥା କରାଯାଇଛି। ଟିଭି କି ମିଡ଼ିଆ କେଉଁଥିରୁ କଣ ଶୁଣି କହୁଛନ୍ତି ତାହା ଠିକ୍ ନୁହେଁ। ମୁଁ ପୁଣି ଆପଣମାନଙ୍କୁ କହିବି। ଏହା ଉପରେ ବିଚାର କରନ୍ତୁ, ଗୃହରେ ଭାଗ ନିଅନ୍ତୁ।

ପଏଣ୍ଟ ଅଫ୍‌ ଅର୍ଡର ଜରିଆରେ ବିରୋଧୀ ଦଳଉପ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଆପଣଙ୍କ ବିବୃତି ଗୋଟିଏ ପକ୍ଷ ରଖି କୁହାଯାଇଛି। ଆମେ ଏହାକୁ ନିନ୍ଦା ପ୍ରକାଶ କରୁଛୁ। ଆମେ ଗୃହରେ ନଥିଲୁ କିନ୍ତୁ ଯାହା ଏବେ ବାହାରେ ଯେଉଁ ଚର୍ଚ୍ଚା ଓ କଥା ଉଠୁଛି ବାହାର ସଦସ୍ୟ ଗୃହରେ ପ୍ରବେଶ କଲେ। ତା ସହ କଂଗ୍ରେସର ସଦସ୍ୟ କହିଛନ୍ତି ତାଙ୍କ ସହ ଅତ୍ୟାଚାର ହୋଇଛି। ଆମେ ଆଜି ପ୍ରତିବାଦ କଲୁ। କିନ୍ତୁ ଆମ ସହ ମଧ୍ୟ ଅତ୍ୟାଚାର କରାଗଲା। ପୁଲିସ ଆମ ସହ କଦର୍ଯ୍ୟ ବ୍ୟବହାର କଲେ। ୧୬୩ ଧାରା କଣ ବିଧାନସଭାରେ ଲାଗୁ ହୁଏ କି? ଆମେ ବାହାରକୁ ଯିବା ସମୟରେ ୧୫ ମିନିଟ ଯାଏଁ ଗେଟ୍ ଖୋଲା ଗଲା ନାହିଁ। ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବାକୁ ଯିବାକୁ ଚାହୁଥିଲୁ। ଆମ ମୁଖ୍ୟ ସଚେତକ ଓ ସଦସ୍ୟମାନଙ୍କୁ ଆଘାତ ପହଞ୍ଚିଛି। ଆପଣଙ୍କ ବିବରଣୀ ଏକ ପାଖିଆ। ଆମେ ଏହାକୁ ଗ୍ରହଣ କରିପାରୁ ନାହୁ। 

Assembly | congress | Surama Padhy

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe