ବଳଙ୍ଗା ନାବାଳିକା ପୋଡ଼ି ମାମଲା: ଏମ୍‌ସ ଦିଲ୍ଲୀରେ ପୀଡ଼ିତାଙ୍କ ବୟାନ ରେକର୍ଡ

ପୁରୀ ଜିଲ୍ଲା ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ କ୍ରାଇମ୍‌ବ୍ରାଞ୍ଚଙ୍କୁ ଅନେକ ତଥ୍ୟ ହାସଲ ହୋଇଛି। ବଳଙ୍ଗା ପୁଲିସ ଓ କ୍ରାଇମ୍‌ବ୍ରାଞ୍ଚର ଟିମ୍‌ କ୍ରାଇମ୍‌ ସ୍ପଟ୍‌ର ରୁପା ମୁଦି ଓ ଅଳଂକାର ଦୋକାନୀଙ୍କ ମାଧ୍ୟମରେ ଅନେକ ତଥ୍ୟ ବାହାର କରିଛନ୍ତି।

Balanga

ଭୁବନେଶ୍ବର: ପୁରୀ ଜିଲ୍ଲା ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ କ୍ରାଇମ୍‌ବ୍ରାଞ୍ଚଙ୍କୁ ଅନେକ ତଥ୍ୟ ହାସଲ ହୋଇଛି। ବଳଙ୍ଗା ପୁଲିସ ଓ କ୍ରାଇମ୍‌ବ୍ରାଞ୍ଚର ଟିମ୍‌ କ୍ରାଇମ୍‌ ସ୍ପଟ୍‌ର ରୁପା ମୁଦି ଓ ଅଳଂକାର ଦୋକାନୀଙ୍କ ମାଧ୍ୟମରେ ଅନେକ ତଥ୍ୟ ବାହାର କରିଛନ୍ତି। 

କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଏମ୍ସ ଦିଲ୍ଲୀରେ ନାବାଳିକାଙ୍କ ବୟାନ ରେକର୍ଡ କରିଛନ୍ତି। ସମ୍ପୂର୍ଣ ଭିଡିଓ ମାଧ୍ୟମରେ ବୟାନ ରେକର୍ଡ କରାଯାଇଛି। ବୟାନ ରେକର୍ଡ ସମୟରେ ଏମ୍‌ସ ଦିଲ୍ଲୀରେ ଜଣେ ଡାକ୍ତର, ସେହି ଅଂଚଳର ଜଣେ ମାଜିଷ୍ଟ୍ରେଟ୍‌, ବଳଙ୍ଗା ଥାନାର ମହିଳା ଏଏସ୍‌ଆଇ, କ୍ରାଇମ ବ୍ରାଞ୍ଚର ଜଣେ ଅଧିକାରୀଙ୍କ ସମେତ ପୀଡ଼ିତାଙ୍କ ପରିବାରର ଜଣେ ସଦସ୍ୟ ଉପସ୍ଥିତ ଥିଲେ।

ବଳଙ୍ଗା ପୁଲିସ ଓ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକିୟା ଚୂଡାନ୍ତ ପର୍ଯାୟରେ ପହଞ୍ଚି ଥିବା ଅନୁମାନ କରାଯାଉଛି। ତଦନ୍ତର ସମ୍ପୂର୍ଣ ତଥ୍ୟ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଦିଆଯାଇଥିବା ସରିଛି। ବଳଙ୍ଗା ପୁଲିସ ଓ କ୍ରାଇମବ୍ରାଞ୍ଚ ଟିମ୍‌ ଆସନ୍ତାକାଲି ଦିଲ୍ଲୀରୁ ଫେରିବେ।

ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର ହୋଇଛି। ପୀଡ଼ିତାଙ୍କ ଗଭୀର ଭାବେ ପୋଡ଼ିଥିବା ଅଂଶରେ ଅସ୍ତ୍ରୋପଚାର କରାଯାଇଥିବା ନେଇ ଏମ୍ସ ଦିଲ୍ଲୀ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଏମ୍ସ ପକ୍ଷରୁ ଜାରି ହୋଇଥିବା ସ୍ବାସ୍ଥ୍ୟ ବୁଲେଟିନ୍‌ରେ ପୂର୍ବରୁ ଏହା କୁହାଯାଇଛି ଯେ, ପୀଡ଼ିତାଙ୍କ ଅବସ୍ଥା ଏବେ ମଧ୍ୟ ଗୁରୁତର ଅଛି। ତାଙ୍କର ଉତ୍ତମ ଚିକିତ୍ସା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ସୂଚନାଯୋଗ୍ୟ, ପୁରୀଜିଲ୍ଲା ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଗତ ଶନିବାର ପୂର୍ବାହ୍ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଥିଲା। କିନ୍ତୁ ପୀଡ଼ିତାଙ୍କ ଅଧିକ ଚିକିତ୍ସା ପାଇଁ ଏମ୍‌ସ ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଥିଲା। 

puri | Odisha police

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe