ଗଣମାଧ୍ୟମ କୌଣସି ଅଭିଯୋଗ କିମ୍ବା ଖବର ପ୍ରକାଶ କରିବା ପୂର୍ବରୁ ସତ୍ୟାସତ୍ୟ ଅନୁଧ୍ୟାନ କରିବା ଉଚିତ: ମନମୋହନ ସାମଲ

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି, ତାଙ୍କ ବିରୋଧରେ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ବିଜେପିକୁ ଓ ବ୍ୟକ୍ତିଗତ ଭାବେ ତାଙ୍କୁ ବଦନାମ କରିବା ଅଥବା ନିଜକୁ ଚର୍ଚ୍ଚିତ କରିବା ପାଇଁ ହୁଏତ ଶ୍ରୀ ଦ୍ବିବେଦୀ କହିଥାଇପାରନ୍ତି ବୋଲି କହିଥିଲେ।

ୂର

ବାଲେଶ୍ଵର: କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଆଣ୍ଡ ଟ୍ରାନ୍ସପୋର୍ଟିଂ ସୋସାଇଟି ଟଙ୍କା ହେରଫେର ମାମଲାରେ ମହଙ୍ଗା ପଡ଼ିଲା ବରିଷ୍ଠ ଆଇନଜୀବୀ ସୀତାଂଶୁ ଦ୍ବିବେଦୀଙ୍କ ମନ୍ତବ୍ୟ। ସୋସାଇଟିରେ ୧୦୦ କୋଟିରୁ ଅଧିକ ଆର୍ଥିକ ହେରଫେର ନେଇ କ୍ରାଇମବ୍ରାଞ୍ଚରେ ହୋଇଥିବା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ବିଜେଡି ନେତା ରାଜା ଚକ୍ରଙ୍କ ଆଇନଜୀବୀ ଶ୍ରୀ ଦ୍ବିବେଦୀ ବିଜେପି ରାଜ୍ୟ ମୁଖ୍ୟଙ୍କୁ ୧ କୋଟି ୩ ଲକ୍ଷ ଦିଆଯାଇଛି ବୋଲି ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ରାଜ୍ୟବ୍ୟାପୀ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଥିଲା। 

ସେପଟେ ଆଇନଜୀବୀ ଶ୍ରୀ ଦ୍ବିବେଦୀଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଖଣ୍ଡନ କରିଥିଲେ। ତେବେ ଆଜି(ଶନିବାର) ପୂର୍ବାହ୍ନରେ ଶ୍ରୀ ସାମଲ ବାଲେଶ୍ଵର ଏସଡିଜେଏମ ଅଦାଲତରେ ଆଇନଜୀବୀ ଶ୍ରୀ ଦ୍ବିବେଦୀଙ୍କ ବିରୋଧରେ ମାନହାନି ମକଦ୍ଦମା କରିଥିବା ଜଣାପଡ଼ିଛି। ଅଦାଲତ ପକ୍ଷରୁ ରୁଜୁ ହୋଇଥିବା ମାମଲା ନମ୍ବର ୨୫/୨୫ରେ ଆଜି ଶ୍ରୀ ସାମଲ ଅଦାଲତରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ। ଏସଡିଜେଏମ କିଶୋର କୁମାର ନାଥଙ୍କ ସମ୍ମୁଖରେ ଅଭିଯୋଗକାରୀ ତଥା ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ବିରୋଧରେ ଉଠିଥିବା ଅଭିଯୋଗ ଉପରେ ନିଜର ବୟାନ ଦେଇଥିଲେ। 

କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଆଣ୍ଡ ଟ୍ରାନ୍ସପୋର୍ଟିଂ ସୋସାଇଟି ଟଙ୍କା ହେରଫେର ମାମଲାରେ ମହଙ୍ଗା ପଡ଼ିଲା ବରିଷ୍ଠ ଆଇନଜୀବୀ ସୀତାଂଶୁ ଦ୍ବିବେଦୀଙ୍କ ମନ୍ତବ୍ୟ। ସୋସାଇଟିରେ ୧୦୦ କୋଟିରୁ ଅଧିକ ଆର୍ଥିକ ହେରଫେର ନେଇ କ୍ରାଇମବ୍ରାଞ୍ଚରେ ହୋଇଥିବା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ବିଜେଡି ନେତା ରାଜା ଚକ୍ରଙ୍କ ଆଇନଜୀବୀ ଶ୍ରୀ ଦ୍ବିବେଦୀ ବିଜେପି ରାଜ୍ୟ ମୁଖ୍ୟଙ୍କୁ ୧ କୋଟି ୩ ଲକ୍ଷ ଦିଆଯାଇଛି ବୋଲି ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ରାଜ୍ୟବ୍ୟାପୀ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଥିଲା। ସେପଟେ ଆଇନଜୀବୀ ଶ୍ରୀ ଦ୍ବିବେଦୀଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଖଣ୍ଡନ କରିଥିଲେ। ତେବେ ଆଜି(ଶନିବାର) ପୂର୍ବାହ୍ନରେ ଶ୍ରୀ ସାମଲ ବାଲେଶ୍ଵର ଏସଡିଜେଏମ ଅଦାଲତରେ ଆଇନଜୀବୀ ଶ୍ରୀ ଦ୍ବିବେଦୀଙ୍କ ବିରୋଧରେ ମାନହାନି ମକଦ୍ଦମା କରିଥିବା ଜଣାପଡ଼ିଛି। ଅଦାଲତ ପକ୍ଷରୁ ରୁଜୁ ହୋଇଥିବା ମାମଲା ନମ୍ବର ୨୫/୨୫ରେ ଆଜି ଶ୍ରୀ ସାମଲ ଅଦାଲତରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ। ଏସଡିଜେଏମ କିଶୋର କୁମାର ନାଥଙ୍କ ସମ୍ମୁଖରେ ଅଭିଯୋଗକାରୀ ତଥା ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ବିରୋଧରେ ଉଠିଥିବା ଅଭିଯୋଗ ଉପରେ ନିଜର ବୟାନ ଦେଇଥିଲେ। 

ଏ ସଂକ୍ରାନ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି, ତାଙ୍କ ବିରୋଧରେ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ବିଜେପିକୁ ଓ ବ୍ୟକ୍ତିଗତ ଭାବେ ତାଙ୍କୁ ବଦନାମ କରିବା ଅଥବା ନିଜକୁ ଚର୍ଚ୍ଚିତ କରିବା ପାଇଁ ହୁଏତ ଶ୍ରୀ ଦ୍ବିବେଦୀ କହିଥାଇପାରନ୍ତି ବୋଲି କହିଥିଲେ। ତେବେ ଗଣମାଧ୍ୟମ କୌଣସି ଅଭିଯୋଗ କିମ୍ବା ଖବର ପ୍ରକାଶ ପୂର୍ବରୁ ସତ୍ୟାସତ୍ୟ ଅନୁଧ୍ୟାନ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe