ପୂର୍ବରୁ ଆଦିବାସୀମାନଙ୍କୁ ଅବହେଳିତ କରି ରଖା ଯାଇଥିଲା: ମୁଖ୍ୟମନ୍ତ୍ରୀ

ଜନଜାତି ସମ୍ପ୍ରଦାୟ ଓଡ଼ିଶାର ଶକ୍ତି ଓ ଆତ୍ମା। କିନ୍ତୁ ପୂର୍ବରୁ ଆଦିବାସୀଙ୍କୁ ଅବହେଳିତ କରି ରଖା ଯାଇଥିଲା। ଆଦିବାସୀ ସଂସ୍କୃତିକୁ ସୁରକ୍ଷା ଦେବା ଆମ ସରକାରଙ୍କ ପ୍ରାଥମିକତା। ଭୁବନେଶ୍ବର ଜନତା ମଇଦାନରେ ଜନ ଜାତୀୟ ଗୌରବ ଦିବସରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

CM Mohan Charan Majhi | Suryabanshi Suraj

ଭୁବନେଶ୍ବର: ଜନଜାତି ସମ୍ପ୍ରଦାୟ ଓଡ଼ିଶାର ଶକ୍ତି ଓ ଆତ୍ମା। କିନ୍ତୁ ପୂର୍ବରୁ ଆଦିବାସୀଙ୍କୁ ଅବହେଳିତ କରି ରଖା ଯାଇଥିଲା। ଆଦିବାସୀ ସଂସ୍କୃତିକୁ ସୁରକ୍ଷା ଦେବା ଆମ ସରକାରଙ୍କ ପ୍ରାଥମିକତା। ଭୁବନେଶ୍ବର ଜନତା ମଇଦାନରେ ଜନ ଜାତୀୟ ଗୌରବ ଦିବସରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଆହୁରି କହିଛନ୍ତି, ପେସା ଆଇନ ଲାଗୁ ହେବା ପୂର୍ବରୁ ଲୋକଙ୍କ ମତ ନେବା ସହ ସଚେତନତା ସଭା କରିବେ ରାଜ୍ୟ ସରକାର। ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ଗାଁରେ ଜନସଭା ହେବ। ପେସା ଆଇନ କିପରି କାର୍ଯ୍ୟକାରୀ  ହେବ ସେ ନେଇ ବିସ୍ତୃତ ଆଲୋଚନା କରାଯିବ।

ଏଣେ ଜନଜାତୀୟ ଗୌରବ ଦିବସ ଅବସରରେ ୧୫୩୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଆଦିବାସୀ ବର୍ଗଙ୍କ ବିକାଶ ଓ ସୁରକ୍ଷା ପାଇଁ ଏହି ପ୍ରକଳ୍ପ ସବୁକୁ ଉତ୍ସର୍ଗୀକୃତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ଜଙ୍ଗଲ ଅଧିକାର ସ୍ୱୀକୃତ ଆଇନ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜଣେ ହିତାଧିକାରୀ ଏହି ପୋର୍ଟାଲରେ ଜମି ପଟ୍ଟା ପାଇଁ ଆବେଦନ କରିପାରିବ। ଏହା ସହ ଜଙ୍ଗଲ ଆଇନ କାର୍ଯ୍ୟକାରିତା ର ସ୍ଥିତି ମଧ୍ୟ ଜାଣିପାରିବେ ସରକାର ।ଓଡ଼ିଶାର ୨୭ଟି ଜିଲ୍ଲାର ୨୩୪ଟି ବ୍ଲକରେ ଥିବା ୨୪୦୮ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ  ୭୬୬୭ଟି ଆଦିବାସୀ ବହୁଳ ରାଜସ୍ୱ ଗ୍ରାମରେ ଏହି ଦିବସ ପାଳିତ ହୋଇଛି।

ସେପଟେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇ କହିଛନ୍ତି, ସ୍ୱାଧୀନତା ପରେ ଆଦିବାସୀଙ୍କ ପ୍ରତି ଅବହେଳା କରାଯାଇଛି। ଆଦିବାସୀଙ୍କୁ ଅବହେଳା ପଛରେ ରାଜନୈତିକ ଅଭିସନ୍ଧି ରହିଥିଲା। ଏହାର କାରଣ ଗୋଟିଏ ପରିବାରର ରାଜନୈତିକ ଅଭିସନ୍ଧି। ଆଦିବାସୀଙ୍କ ବିକାଶ ପାଇଁ ଏନ୍‌ଡିଏ ସରକାର ଅହରହ ଉଦ୍ୟମ କରୁଛି। ଦେଶରେ ବିଗତ ୧୦ ବର୍ଷ ଭିତରେ ଦୁଇଟି  ନୂଆ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଏନ୍‌ଡିଏର ସୌଭାଗ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବାର ସୌଭାଗ୍ୟ ମିଳିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe