Statement Congress Narendra Modi ମୋଗାମ୍ବୋଙ୍କୁ ଖୁସି କରି ପରାଜୟ ସ୍ୱୀକାର କରିଛନ୍ତି ମୋଦୀ: କଂଗ୍ରେସର କଟାକ୍ଷ

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ହ୍ରାସ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ target କରିଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ହ୍ରାସ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ target କରିଛି।

Untitled

statement of congress leader on pm modi Photograph: (sambad.in)

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ହ୍ରାସ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପଙ୍କ ସମ୍ମୁଖରେ ପ୍ରଧାନମନ୍ତ୍ରୀ ମୋଦୀ ଚାପରେ ଥିବା ପରି ମନେହେଉଛି। ସେ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି ଯେମୋଗାମ୍ବୋ ଏବେ ୱାଶିଂଟନରେ ଖୁସି ଅଛନ୍ତି।

ୱାସିଂଟନ ଡିସିରୁ ତିନି ତିଷ୍ପତ୍ତି

ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଅପରେସନ ସିନ୍ଦୂର ବନ୍ଦ କରିବାର ଘୋଷଣା, ରୁଷ ଓ ଭେନେଜୁଏଲାରୁ ଭାରତର ତୈଳ କ୍ରୟ ସମ୍ପର୍କିତ ସୂଚନା ତଥା ଏବେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିନାମାର ଘୋଷଣା, ତିନୋଟି ନିଷ୍ପତ୍ତି ୱାସିଂଟନ ଡିସିରୁ ଆସିଛି।

ମୋଦୀଙ୍କୁ କଂଗ୍ରେସର କଟାକ୍ଷ

ଜୟରାମ ରମେଶ ଅଭିଯୋଗ ଆଣିଛନ୍ତି , ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ମୁଖରେ ସ୍ପଷ୍ଟ ଭାବରେ ଚାପରେ ଦେଖାଯାଉଛନ୍ତି। ପୂର୍ବରୁ ଦୁଇ ନେତାଙ୍କ ମଧ୍ୟରେ ଉଷ୍ମତାର ସମ୍ପର୍କ ଥିଲା। କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସହିତ ଦେଖାଯିବା ସମୟରେ ଅସହଜ ମନେ ହେଉଛନ୍ତି। ଏହା ଦେଖାଯାଉଛି ଯେପରି ପ୍ରଧାନମନ୍ତ୍ରୀ ହାର ମାନିଛନ୍ତି। ତାଙ୍କୁ କୌଣସି ପ୍ରକାରେ ସମସ୍ତ ଚୁକ୍ତିର ଜନକ କୁହାଯାଇପାରିବ ନାହିଁ।

ଆହୁରି ପଢ଼ନ୍ତୁ: Mohan Charan Majhi: ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ରକୁ ସମସ୍ତ ପ୍ରକାର ସହଯୋଗ କରିବେ ରାଜ୍ୟ ସରକାର: ମୁଖ୍ୟମନ୍ତ୍ରୀ

ଭାରତୀୟ ଉତ୍ପାଦ ଉପରେ ଶୁଳ୍କ ୧୮ ପ୍ରତିଶତକୁ ହ୍ରାସ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିଛନ୍ତି। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ସୋସିଆଲ ଟ୍ରୁଥ୍‌ରେ ଏକ ପୋଷ୍ଟରେ ଏହି ସୂଚନା ସେୟାର କରିଛନ୍ତି।

ଆହୁରି ପଢ଼ନ୍ତୁ: Air india flight issue:ଏୟାର ଇଣ୍ଡିଆ ଡ୍ରିମଲାଇନର ବିମାନରେ ଗୁରୁତର ଯାନ୍ତ୍ରିକ ତ୍ରୁଟି :ଇନ୍ଧନ ନିୟନ୍ତ୍ରଣରେ ସମସ୍ୟା, ଉଡ଼ାଣ ବାତିଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ଆଜି ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହୋଇ ଖୁସି ଲାଗିଲା। ମୁଁ ଏହା ଜାଣି ଖୁସି ଯେ, ମେଡ୍ ଇନ୍ ଇଣ୍ଡିଆ। ଉତ୍ପାଦ ଉପରେ ଶୁଳ୍କ ଏବେ ୧୮ ପ୍ରତିଶତକୁ ହ୍ରାସ କରାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା ପାଇଁ ସେ ଭାରତର ୧୪୦ କୋଟି ଲୋକଙ୍କ ପକ୍ଷରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe