ପାଣ୍ଡିଆନଙ୍କୁ ନୁହେଁ, ବିଜେଡିର ପରାଜୟ ପାଇଁ ଦୋଷ ଦେବାର ଅଛି ତ ନବୀନ ପଟ୍ଟନାୟକଙ୍କୁ ଦିଅ: ଦେବାଶିଷ ସାମନ୍ତରାୟ

ପାଣ୍ଡିଆନଙ୍କ ସପକ୍ଷରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ‘ପାଣ୍ଡିଆନ ଆମ ନେତା ନୁହନ୍ତି। ବିଜେଡିର ପରାଜୟ ପାଇଁ ଦୋଷ ଦେବାର ଅଛି ତ ନବୀନ ପଟ୍ଟନାୟକଙ୍କୁ ଦିଅ।

ଅଦ୍ୟତନ ହୋଇଛି
ବିଜେଡି ଛାଡ଼ି ଭର୍ତ୍ତୃହରି ମହତାବ ଅପରିପକ୍ୱତାର ପରିଚୟ ଦେଇଛନ୍ତି: ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

 ଭୁବନେଶ୍ବର: ଅମର ଶତପଥୀ ଓ ପ୍ରସନ୍ନ ପାଟଶାଣୀଙ୍କ ବିସ୍ପୋରକ ବୟାନ ଉପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମୁହଁ ଖୋଲିଛନ୍ତି।

ସେ କହିଛନ୍ତି, ‘ପାଣ୍ଡିଆନ ଆମ ନେତା ନୁହନ୍ତି। ବିଜେଡିର ପରାଜୟ ପାଇଁ ଦୋଷ ଦେବାର ଅଛି ତ ନବୀନ ପଟ୍ଟନାୟକଙ୍କୁ ଦିଅ। ପ୍ରସନ୍ନ ପାଟ୍ଟଶାଣୀ ଏଥର ଟିକେଟ ପାଇଲେ ନାହିଁ ବୋଲି ଏବେ ଏମିତି କହୁଛନ୍ତି। ପ୍ରସନ୍ନ ପାଟ୍ଟଶାଣିଙ୍କୁ ଦଳ ପୂର୍ବରୁ ଅନେକ ଥର ସାଂସଦ କରିଛି, ବହୁତ ଫାଇଦା ସେ ଦଳରୁ ପାଇଛନ୍ତି। ବିଜେଡିରୁ ଏବେ ଯିଏ ଛାଡ଼ି ଚାଲିଗଲେ ବି ଫରକ ପଡିବ ନାହିଁ ।

ଦେବାଶିଷ ସାମନ୍ତରାୟ ଆହୁରି କହିଛନ୍ତି, ଅମର ଶତପଥୀ ବାରମ୍ବାର ଦଳ ପରିବର୍ତ୍ତନ କଲେ ତାଙ୍କ ଭୋଟର ହିଁ ତାଙ୍କୁ ଭଲ ନଜରରେ ଦେଖିବେ ନାହିଁ। ପୂର୍ବରୁ ଏନସିପିରେ ଥିଲା ବେଳେ ବି ସେ ବିଜେଡି ବିରୁଦ୍ଧରେ କହୁଥିଲେ। ପୁଣି କେମିତି ବିଜେଡକୁ ଫେରିଥିଲେ।

 ପୂର୍ବରୁ ବିଜେଡି ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରିଥିଲେ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣି ଓ ଅମର ଶତପଥୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe