ଭୁବନେଶ୍ବର: ଦିନକ ପରେ ଧାନକିଣା ଆରମ୍ଭ ହେବାକୁ ଯାଉଥିବା ବେଳେ ପୁଣି ଉଠିଛି କଟ୍ନି ଛଟ୍ନି ପ୍ରସଙ୍ଗ। ଏନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି, ମନ ଇଚ୍ଛା କଟନି ଛଟନି ହେବ ନାହିଁ, ଯେତେ କମ୍ ହେବ। ଯେଉଁଠି ଏଫ.ଏ.କ୍ୟୁ ମାନ କମ୍ ଥିବ ଏବଂ ଧାନରେ ଆର୍ଦ୍ରତା ଥିବ, ସେଠାରେ କେତେ ପ୍ରତିଶତ କଢ଼ାଯିବ, ତାହା ନିର୍ଦ୍ଧାରିତ କରାଯିବ। ତେବେ ସୁରୁଖୁରୁରେ କିଭଳି ଧାନ କିଣା ହେବ, ସେନେଇ ପ୍ରସ୍ତୁତି ହୋଇଥିବା କହିଛନ୍ତି କେଭି ସିଂହଦେଓ।
ଏଇ ୨୦ ତାରିଖରେ ବରଗଡ଼ ଜିଲ୍ଲାର ସୋହେଲାରେ ଧାନକିଣା ଆରମ୍ଭ ହେବ। ଏକ ବିରାଟ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଖୋଲାଯିବ ମଣ୍ଡି।
ସେ ଆହୁରି କହିଛନ୍ତି, ଧାନ କିଣାର ଗୋଟେ ସ୍ଲିପ ଚାଷୀ ଏବଂ ଆଉ ଗୋଟେ ସ୍ଲିପ୍ ସରକାରଙ୍କ ପାଖରେ ରହିବ। ଏଇ ୨୦ ତାରିଖରେ ବରଗଡ଼ ଜିଲ୍ଲାର ସୋହେଲାରେ ଧାନକିଣା ଆରମ୍ଭ ହେବ। ଏକ ବିରାଟ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଖୋଲାଯିବ ମଣ୍ଡି।
Follow Us